Availability: In Stock

Bharatiya Janata Party: Biswara Sarba Bruhat Rajanaitika Dalara Gouraba Gatha

Author: Shantanu Gupta

500.00

11 ଅଶୋକ ରୋଡ୍ ସ୍ଥିତ ଭାରତୀୟ ଜନତା ପାର୍ଟିର ପୁରାତନ କାର୍ଯ୍ୟାଳୟରେ ଏକ ଡିଜିଟାଲ୍ କାଉଣ୍ଟର ଟିକ୍ ଟିକ୍ କରୁଥିଲା। ଦଳୀୟ କର୍ମୀ,କାର୍ଯ୍ୟାଳୟ ସହାୟକ ଆଦି ସମସ୍ତଙ୍କ ନଜର ଡିଜିଟାଲ ପର୍ଦ୍ଦା ଉପରେ ଥିଲା। ଭାରତୀୟ ଜନତା ପାର୍ଟିର ସଭ୍ୟ ସଂଗ୍ରହ କାର୍ଯ୍ୟ ଅନ୍ତର୍ଗତ ‘ନୂଆ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଦ୍ବାରା ପଞ୍ଜୀକୃତ ହୋଇଥିବା ସଦସ୍ୟମାନଙ୍କ ସଂଖ୍ୟା ଏହି ପର୍ଦ୍ଦା ଉପରେ ପ୍ରଦର୍ଶିତ ହେଉଥିଲା। ଦଳର ଜାତୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା ସେଦିନ ଦଳୀୟ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ଯେତେବେଳେ ଶ୍ରୀ ଶାହ- ଡିଜିଟାଲ କାଉଣ୍ଟର ଦେଖିବାକୁ ଆସିଲେ, ସେତେବେଳେ ତାଙ୍କ ଆଖିରେ ବାଳକ ସୁଲଭ ଆଗ୍ରହ ଥିଲା। ସୌଭାଗ୍ଯବଶତଃ ମୁଁ ସେ ମୁହୂର୍ତ୍ତର ସାକ୍ଷୀ ଥିଲି। ଡିଜିଟାଲ କାଉଣ୍ଟର ନିର୍ଦ୍ଧାରିତ ଲକ୍ଷ୍ୟରେ ପହଞ୍ଚିବା କ୍ଷଣି ପୁରା କାର୍ଯ୍ୟାଳୟରେ ଉଲ୍ଲାସର ଗୁଞ୍ଜରଣ ଶୁଭିଲା। ଜଣେ କଠୋର କାର୍ଯ୍ୟପାଳକ ଭାବେ ଜଣାଶୁଣା ଉଲ୍ଲସିତ ଦଳୀୟ ଅଧ୍ୟକ୍ଷ ମଧ୍ୟ ନିଜ ଖୁସିକୁ ଲୁଚାଇ ପାରିଲେ ନାହିଁ। ଏହି ଉଚ୍ଚାଭିଳାଷୀ ସଦସ୍ୟତା ସଂଗ୍ରହ ଅଭିଯାନ ତାଙ୍କ ଚିନ୍ତା ପ୍ରସୂତ ଥିଲା ।ତାଙ୍କ ବିଚାରରେ ବିଜେପିର ନୂତନ ଭାବେ ହାସଲ ପ୍ରତିଷ୍ଠାକୁ ଏକୀଭୂତ କରିବାକୁ ସକ୍ରିୟ ସଦସ୍ୟମାନେ ହିଁ ଆଧାର ସଦୃଶ ଥିଲେ। ପରଦିନ ପ୍ରତ୍ୟେକ ପ୍ରମୁଖ ସମ୍ବାଦ ପତ୍ର ‘ ବିଜେପି ବିଶ୍ୱର ସର୍ବ ବୃହତ୍ ରାଜନୈତିକ ଦଳ ହେଲା ‘ ଶୀର୍ଷକରେ ମୁଖ୍ୟ ସମ୍ବାଦ ପରିବେଷଣ କଲେ। ପ୍ରମୁଖ ସମ୍ବାଦ ପତ୍ର ‘ଦି ଟାଇମସ୍ ଅଫ୍ ଇଣ୍ଡିଆ ‘ ଆଉ ପାଦେ ଆଗକୁ ଯାଇ କହିଲା ‘ ଗତ ପାଞ୍ଚ ମାସ ଭିତରେ ନିଜର ସଭ୍ୟ ସଂଖ୍ୟା ଆଠ ଦଶମିକ ଆଠ କୋଟିକୁ ବୃଦ୍ଧି କରି ଶାସକ ବିଜେପି ଦଳ ବର୍ତ୍ତମାନ ବିଶ୍ୱର ସର୍ବବୃହତ୍ ରାଜନୈତିକ ଦଳ ସାବ୍ୟସ୍ତ ହୋଇଛି –

Category:

Description

About the Author

ଏ ପୁସ୍ତକର ରଚୟିତା ଶ୍ରୀ ଶାନ୍ତନୁ ଗୁପ୍ତା ଏକାଧାରରେ ଜଣେ ଲେଖକ, ଟେଡେକ୍ସ ବକ୍ତା, ଟିଭି ବିତର୍କର ଅଂଶଗ୍ରହଣକାରୀ ଏବଂ ରାମାୟଣ ବିଦ୍ୟାଳୟର ପ୍ରତିଷ୍ଠାତା। ଜାମସେଦପୁର ଏକ୍ସଏଲଆରଆଇରୁ ମ୍ୟାନେଜମେଣ୍ଟ ଶିକ୍ଷାପ୍ରାପ୍ତ ଶାନ୍ତନୁ ଇଂଲାଣ୍ଡର ସସେକ୍ସ ବିଶ୍ୱବିଦ୍ୟାଳୟର ଆଇଡିଏସରୁ ପ୍ରଶାସନ ଓ ଜନନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଲେଖକ ଶାନ୍ତନୁଙ୍କର ଛଅ ଗୋଟି ପୁସ୍ତକ ମର୍ଯାଦାଜନକ ପ୍ରକାଶନ ସଂସ୍ଥା ସେଜ୍, ବ୍ଲୁମସବରୀ ଏବଂ ରୂପା ପ୍ରକାଶନ ଦ୍ୱାରା ପ୍ରକାଶିତ। ଏହି ଲେଖକ ଭାରତର ମୁଖ୍ୟ ଟିଭି ଚ୍ୟାନେଲ ଗୁଡିକ ଦ୍ୱାରା ଆୟୋଜିତ ପ୍ରାୟ ଏକ ହଜାରରୁ ଅଧିକ ବିତର୍କରେ ଅଂଶଗ୍ରହଣ କରିଛନ୍ତି । ଲେଖକଙ୍କ ଦ୍ବାରା ଲିଖିତ ଦି ମଙ୍କ୍ ହୁ ବିକେମ ଚିଫ୍ ମିନିଷ୍ଟର୍ ନାମରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ଯନାଥଙ୍କ ଜୀବନୀ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ ହେଇସାରିଛି ଏବଂ ଏହି ପୁସ୍ତକଟି ବେଷ୍ଟ ସେଲର ପ୍ରମାଣିତ ହୋଇଛି। ଶାନ୍ତନୁଙ୍କ ପୁସ୍ତକ ବିଜେପି ( ବିଜେପି-ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ)ଇଣ୍ଡୋନେଶିଆର ଇସଲାମିକ୍ ବିଶ୍ୱ ବିଦ୍ୟାଳୟର ପାଠ୍ୟକ୍ରମରେ ସ୍ଥାନିତ ହୋଇଛି। ଲେଖକ ଶାନ୍ତନୁ ଜର୍ମାନୀ, ଶ୍ରୀଲଙ୍କା ଏବଂ ମାଲେସିଆେ ଠାରେ ବହୁବାର ନୀତି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ଵ କରିଛନ୍ତି

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 10 December 2020
  • Language ‏ : ‎ Oriya
  • Print length ‏ : ‎ 462 pages
  • ISBN-10 ‏ : ‎ 1645601366
  • ISBN-13 ‏ : ‎ 978-1645601364
  • Item Weight ‏ : ‎ 581 g
  • Dimensions ‏ : ‎ 13.97 x 2.62 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback

Translator

Nabajyoti Ray