Availability: In Stock

Jajabarara Jabanabandi

225.00

ମୋର ଅନେକ ବନ୍ଧୁ ଓ ପରିଚିତ ମୋତେ ମୋର ଚାକିରୀ ଜୀବନର ଅଭିଜ୍ଞତା ଲେଖିବାକୁ ପ୍ରବର୍ତ୍ତାଉ ଥିଲେ । କିନ୍ତୁ ମୁଁ ଏହା କରିବାକୁ ମୋଟେ ପ୍ରସ୍ତୁତ ନଥିଲି । ତା’ର ପ୍ରଧାନ କାରଣ ଯେ ମୁଁ ପ୍ରାୟ ଯେତେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଆତ୍ମଜୀବନୀ ବା ସ୍ମରଣିକା ପଢ଼ିଛି, ପ୍ରାୟ ସବୁଠାରେ ‘ମୁଁ ‘ କଥାଟାର ସ୍ୱର ବଡ଼ ଉଚ୍ଚ । ଅନେକ କ୍ଷେତ୍ରରେ ଆଖି ଆଗର ଆଙ୍ଗୁଠି ଦୂର ପର୍ବତକୁ ଘୋଡାଇ ଦେଇଛି । ତାହାଛଡ଼ା ଏକ ଔଚିତ୍ୟର ଗୁରୁତର ପ୍ରଶ୍ନ ଅଛି । ଚାକିରୀ ଜୀବନରେ ମୁଁ କ’ଣ କରିଥିଲି, ତାହା ପ୍ରକାଶ କରିବା ଅନୈତିକ ଏବଂ ବହୁ କ୍ଷେତ୍ରରେ ବେଆଇନ । ଏଣୁ ଏଥିରୁ ବିରତ ରହି ଏଣୁ ତେଣୁ ଯଥା ପ୍ରବନ୍ଧ ଓ ରମ୍ୟ ରଚନା ଆଦି ଲେଖୁଥଲି ଏବଂ ଲେଖୁଛି ।

ତେବେ ଦିନେ ଧରିତ୍ରୀ ଅଫିସ୍]ରେ ଶ୍ରୀ ତଥାଗତ ଶତପଥୀଙ୍କ ସହ ଆଲୋଚନା ବେଳେ ଏକ ନୂତନ ଦୃଷ୍ଟିକୋଣ ମିଳିଲା । ମନୁଷ୍ୟର ପ୍ରକୃତ ଜୀବନ ତ ଏଇ କୋଡ଼ିଏରୁ ଷାଠିଏ ମଧ୍ୟରେ । ସେଥିରୁ ପ୍ରାୟ ଅଧିକାଂଶ ସମୟ ଚାକିରୀ ଜୀବନ । ସେଠି କେତେ ଲୋକଙ୍କୁ ଦେଖିଲି । କେତେ ଅଜଣାଙ୍କୁ ଜାଣିଲି । ତାଙ୍କ ଭିତରୁ କେତେ ଜନ୍ମଗତ ଅଦ୍ୱିତୀୟ, କେତେ ଅବସ୍ଥାଚକ୍ରରେ ପଡ଼ି ସ୍ମରଣୀୟ । କେତେ ପୁଣି ନିଜର ବ୍ୟକ୍ତିତ୍ୱ ବଳରେ ଅସାଧାରଣ ଓ ସ୍ମରଣୀୟ । ଏମାନଙ୍କ ବ୍ୟକ୍ତିତ୍ୱ ଲୋକଲୋଚନକୁ ଆଣିବା ଯୋଗ୍ୟ । ଏହି ଧାରଣାରୁ ଯାଯାବର ସିରିଜ୍]ର ଜନ୍ମ । ଏହା ୧୯୯୩ ଆରମ୍ଭରୁ ଧରିତ୍ରୀରେ ଧାରାବାହିକ ରୂପେ ପ୍ରକାଶ ପାଉଥିଲା । ଅବଶ୍ୟ ଏହି ଚରିତ୍ରମାନଙ୍କୁ ଉପସ୍ଥାପିତ କରିବାରେ ଘଟଣାବଳୀ ଠିକ୍ ଯେପରି ଲେଖାହୋଇଛି, ସେପରି ଘଟି ନଥାଇପାରେ । କାରଣ ପ୍ରକାଶ ଲାଗି କିଛିଟା ପରିବର୍ତ୍ତନ ଆବଶ୍ୟକ ହୋଇପଡ଼େ । ମୋର ଦୃଢ଼ ବିଶ୍ୱାସ ଯେ ମୁଁ ସେମାନଙ୍କ ପ୍ରତି କଦାପି ବିଶ୍ୱାସଘାତ କରିନାହିଁ । ମୋ ଶକ୍ତି ଅନୁଯାୟୀ ନ୍ୟାୟ କରିଛି ।

ମୋର ଅବଶ୍ୟ ଯାଯାବର ଜୀବନ । ଉତ୍ତର ଓ ଉତ୍ତର-ପୂର୍ବ ଭାରତରେ ବହୁତ ବୁଲିଲି । ମୋର ବଡ଼ ଆନନ୍ଦ ଯେ ସେଠାର ମାଟି ଓ ସେଠାର ମଣିଷଙ୍କୁ ଭଲପାଇ ପାରିଛି । ଆଶାକରେ ଠାକୁର ସାହେବ, ପେମା ଡୋମା ଏବଂ ବିଶେଷକରି ନକ୍]ଚୁଂ ଯେକି ଫେରିଲା ନାହିଁ – ଇତ୍ୟାଦି ଆପଣଙ୍କୁ ଭଲ ଲାଗିବେ ।

Category:

Description

About the Author

ଉମାକାନ୍ତ ବାବୁ ଖୁବ୍ ବିଳମ୍ବରେ – ପ୍ରାୟ ୧୯୮୬ ମସିହାରେ ସାହିତ୍ୟରେ ମନୋନିବେଶ କଲେ । ଅନେକ କ୍ଷୁଦ୍ରଗଳ୍ପ, ନିବନ୍ଧ, ରମ୍ୟ ରଚନାର ସ୍ରଷ୍ଟା ଉମାକାନ୍ତ ବାବୁ ଜଣେ ସ୍ତମ୍ଭକାର ଭାବେ ବିଭିନ୍ନ ବିଷୟର ଅନୁଶୀଳନ କରି ନାନାଦି ପ୍ରାସଙ୍ଗିକ ଅଥଚ ସର୍ବସାଧାରଣରେ ଅବିଦିତ ତଥ୍ୟ ପରିବେଷଣ କରି ଏକ ବୃହତ୍ ପାଠକ ଗୋଷ୍ଠୀର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ତାଙ୍କର କ୍ଷୁଦ୍ର ଗଳ୍ପଗୁଡ଼ିକ ଅନବଦ୍ୟ । ସେଥିରେ ସେ କଥକ ପରି ଚରିତ୍ରମାନଙ୍କୁ ଟିକିଏ ଦୂରରୁ (କିନ୍ତୁ ଏତେ ଦୂରୁ ନୁହେଁ ଯେ ସେମାନେ ଇତର ଲୋକ ବା ଅନାତ୍ମୀୟ ପରି ଦିଶିବେ) ଦେଖି ସେମାନଙ୍କର ନିତିଦିନିଆ ଜୀବନ ଓ ତା’ର ଅନ୍ତରାଳରେ ଥିବା ଜୀବନର ଚିତ୍ର ଉପସ୍ଥାପନ କରନ୍ତି । ଶୈଳୀ କଥକର ଶୈଳୀ ପରି – କାହାଣୀଟିକୁ ବିନା ବାକ୍ୟାଡମ୍ବରରେ ଓ ସଂକ୍ଷେପରେ କହିବା ସେ ଶୈଳୀର ଲକ୍ଷ୍ୟ । ଉମାକାନ୍ତ ବାବୁ ତିନିଟି ଖୁବ୍ ଅସାଧାରଣ ଓ ସାର୍ଥକ ଉପନ୍ୟାସର ରଚୟିତା ମଧ୍ୟ ।ଓଡ଼ିଆ ବ୍ୟତୀତ ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ ଓ ବଙ୍ଗଳା ଭାଷାରେ ସେ ବିଶେଷ ବ୍ୟୁତ୍ପତ୍ତି ଲାଭ କରିଥିଲେ । ଉର୍ଦ୍ଦୁର ମହାନ୍ କବି ମୀର୍ଜା ଗାଲିବ୍]ଙ୍କର କବିତାର ସେ ଓଡ଼ିଆ ରୂପାନ୍ତର କରିଛନ୍ତି ଏବଂ ଗାଲିବ୍ ତଥା ଅନ୍ୟାନ୍ୟ ସମକାଳୀନ ଉର୍ଦ୍ଦୁ କବିଙ୍କର ଅନନ୍ୟ କବି ପ୍ରତିଭାର ପ୍ରବକ୍ତା ଭାବେ ସେ ୧୯୯୯ ମସିହାରେ ଗାଲିବ୍]ଙ୍କର ଦ୍ୱିତୀୟ ଶତବାର୍ଷିକ ଜୟନ୍ତୀକୁ ଭାରତ ସରକାରଙ୍କ ଦ୍ୱାରା ବିଶେଷ ଭାବେ ନିମନ୍ତ୍ରିତ ହୋଇଥିଲେ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ November 18, 2024
  • Language ‏ : ‎ Oriya
  • Print length ‏ : ‎ 150 pages
  • ISBN-10 ‏ : ‎ 1645605981
  • ISBN-13 ‏ : ‎ 978-1645605980
  • Item Weight ‏ : ‎ 7.1 ounces
  • Dimensions ‏ : ‎ 5.5 x 0.35 x 8.5 inches

Indian Edition Also available on:

Additional information

book-author

Language

Odia

select-format

Paperback