Availability: In Stock

Americare Saturi Dina

Author: Bijoy Pattanaik

450.00

୨୦୨୨ରେ ଏହା ପ୍ରକାଶିତ ହେବାପରେ ତିନି ବର୍ଷ ବିତିଗଲାଣି। ଓଡ଼ିଆ ସାହିତ୍ୟରେ ଜଣେ ଅର୍ବାଚୀନ ଲେଖକର ପୁସ୍ତକ ଅନେକ ପଥ ଅତିକ୍ରାନ୍ତ କରିଆସିଛି। ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ଦୁଇଟି ସମ୍ମାନଜନକ ପୁରସ୍କାର ମିଳି ଯାଇଛି। ୨୦୨୨ର ରାଜଧାନୀ ପୁସ୍ତକ ମେଳା ପୁରସ୍କାର ଓ ୨୦୨୪ର ଫକୀରମୋହନ ଭ୍ରମଣ ସାହିତ୍ୟ ପୁରସ୍କାର ଏ ପୁସ୍ତକ ଓ ଲେଖକ ପାଇଁ ସ୍ୱୀକୃତି ପ୍ରଦାନ କରିଥିବାରୁ ମୁଁ ନିଜକୁ ଓ ପୁସ୍ତକଟିକୁ ଭାଗ୍ୟବାନ୍ ମନେ କରୁଛି। ସମ୍ପୂର୍ଣ୍ଣ ଅଜଣା ସୂତ୍ରରୁ ବହି ବିଷୟରେ କିଛି ଟେଲିଫୋନ୍ ପାଇଛି ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ। କେତେଜଣ ସହୃଦୟ ପାଠକ ପାଠିକା ଆମେରିକା ବୁଲିଯିବା ଆଗରୁ ବହିଟିକୁ ସାଙ୍ଗରେ ନେଇ ଯାଇଛନ୍ତି ଗାଇଡ଼୍ ହିସାବରେ। ମୋର ପରିଶ୍ରମ ସାର୍ଥକ ହେଇଛି। କିନ୍ତୁ, କିଛି ଦିନ ତଳେ ଗୋଟେ ଘଟଣା ମତେ ଏଇ ସଂସ୍କରଣ ପାଇଁ ଉତ୍ସାହିତ କଲା। ବନ୍ଧୁ ଶ୍ରୀ ଚିତ୍ତରଞ୍ଜନ ସ୍ୱାଇଁ ଆମେରିକା ଯାଇଥିଲା ବେଳେ ୱାସିଙ୍ଗ୍]ଟନ୍ ଡିିସିରେ ଦୀର୍ଘ ୩୫ ବର୍ଷ ଧରି ବାସକରୁଥିବା ତାଙ୍କର ଜଣେ ବନ୍ଧୁ ବହିଟିରେ କିଛି ନୂଆ ଜିନିଷ ଦେଖି ପଢ଼ିବା ପାଇଁ ଆଗ୍ରହାନ୍ୱିତ ହେଲେ ଓ କେମିତି ପାଇବେ ବୋଲି ପଚାରିଲେ। ତାଙ୍କୁ ବହିଟି ଦେଇଦେବାପାଇଁ ମୁଁ କହିଲି। ଭାବିଲି, ଭାରତ ବାହାରେ କେହି ଓଡ଼ିଆ ହୁଏତ ବହିଟିକୁ ପଢ଼ିବାକୁ ଇଚ୍ଛା କରିପାରନ୍ତି। ଆଉ ଆଜି ‘ଆମେରିକାରେ ସତୁରି ଦିନ’ ତୃତୀୟ ବର୍ଷରେ ପଦାର୍ପଣ ସହିତ ଆନ୍ତର୍ଜାତିକ ବଜାରରେ ପ୍ରବେଶ କରିଛି।

Category:

Description

About the Author

ଶ୍ରୀ ବିଜୟ ପଟ୍ଟନାୟକ ବୃତ୍ତିରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ଭାରତବର୍ଷର ପ୍ରଖ୍ୟାତ ଶିଳ୍ପ ସଂସ୍ଥା ନ୍ୟାସନାଲ ଆଲୁମିନିୟମ କମ୍ପାନୀ(ନାଲକୋ)ରେ ୧୯୮୩ରେ ଚାକିରି ଆରମ୍ଭ ଓ ୨୦୧୬ରେ ଅବସରପ୍ରାପ୍ତ। ଭ୍ରମଣ ତାଙ୍କର ହବି ଓ ଭ୍ରମଣ କାହାଣୀ ପଢ଼ିବା ନିଶା। ଆମେରିକାରେ ବିତାଇଥିବା ସତୁରି ଦିନରେ ସେ ଅନୁସନ୍ଧିତ୍ସୁର ମନ ନେଇ ସାଧାରଣ ଆଖିକୁ ଦେଖାନଗଲା ଭଳି ଅସାଧାରଣ ଜିନିଷ ସବୁ ଦେଖିବାକୁ ଚେଷ୍ଟା କରିଛନ୍ତି। ପ୍ରତିଟି ଦର୍ଶନୀୟ ଜିନିଷକୁ ଇତିହାସ, ଭୂଗୋଳ ଓ ବିଜ୍ଞାନର ଅନ୍ତର୍ଦୃଷ୍ଟି ନେଇ ସେ ଅନୁସନ୍ଧାନ କରିଛନ୍ତି। ମିଳିଯାଇଛି ତାଙ୍କୁ କେତେକ ଚମତ୍କାର ଅନୁଭବ ଇତିହାସର ପୃଷ୍ଠାରୁ। ସୃଷ୍ଟି କରିଛନ୍ତି ଏକ ଅନବଦ୍ୟ ଭ୍ରମଣ କାହାଣୀ। ପୁସ୍ତକଟିରେ ମିନିକ୍]ର ଲୁହ, ବାହାମାସ୍ ସହିତ ଭାରତର ସମ୍ପର୍କ, ଷ୍ଟୋନ୍]-ୱାଲ୍]-୫୦, ପ୍ରେସିଡେଣ୍ଟଙ୍କ ନିକଟତମ ପଡୋଶୀ, ଆର୍ଥର ରୁଡଲ୍]ଫଙ୍କ ନିର୍ବାସନ, ଅନାହୂତ ସି-ଲାୟନ୍]ମାନେ, ତାରେଁ ଜମିନ୍ ପର୍], ପଶ୍ଚିମ ସମ୍ପ୍ରସାରଣ ଇତ୍ୟାଦି ଅନାଲୋକିତ ଅଧ୍ୟାୟ ଉପରେ ଲେଖକ ଆଲୋକପାତ କରିଛନ୍ତି। ଏ ସମସ୍ତ ଅଧ୍ୟାୟ ଦେଶ ଭିତରେ ବା ବାହାରେ ଥିବା ଓଡ଼ିଆମାନଙ୍କ ପାଇଁ ସମ୍ପୂର୍ଣ୍ଣ ନୂତନ ଅନୁଭୂତି ଆଣିଦେବ ବୋଲି ଆମେ ନିଃସନ୍ଦେହ। ନାଏଗ୍ରାରେ ଅକସ୍ମାତ୍ ଦେବଯାନୀ ବା ବାଲ୍]ଡ ଇଗଲ୍ ଉପାଖ୍ୟାନ ପାଠକମାନଙ୍କୁ ଆମୋଦିତ କରିବ। ଓଡ଼ିଆ ଭ୍ରମଣ କାହାଣୀ ସାହିତ୍ୟ ଭାବରେ ‘ଆମେରିକାରେ ସତୁରି ଦିନ’ ଏକ ନୂତନ ସ୍ପନ୍ଦନ ଓ ଅଭିନବ ଧାରା ସୃଷ୍ଟି କରିଛି। ଏବେ ପୁସ୍ତକଟି ଆନ୍ତର୍ଜାତୀୟ ପାଠକ ମାନଙ୍କ ପାଇଁ ଉପଲବ୍ଧ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 15 August 2025
  • Language ‏ : ‎ Oriya
  • Print length ‏ : ‎ 378 pages
  • ISBN-10 ‏ : ‎ 1645607275
  • ISBN-13 ‏ : ‎ 978-1645607274
  • Item Weight ‏ : ‎ 435 g
  • Dimensions ‏ : ‎ 13.97 x 2.13 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500

Indian Edition Also available on:

Additional information

book-author

Language

Odia

select-format

Paperback