Availability: In Stock

Saharare Thila Gote Ghara O Anyanya Nataka

230.00

ଏ ସଂକଳନର ‘ଏବଂ ଆସନ୍ନ’ କ୍ଷୁଦ୍ର ନାଟକଟିରେ ସଭ୍ୟତାର ଉଦ୍]ବର୍ତ୍ତନ ସମ୍ପର୍କରେ କୁହାଯାଇଛି। ଉଦ୍]ବର୍ତ୍ତନର ପ୍ରକ୍ରିୟା ଭିତରେ ମଣିଷର ସ୍ଥିତି କିପରି ସଂକଟାପନ୍ନ – ନାଟକଟି ତାର ଏକ ମହାକାବ୍ୟିକ ନାଟ୍ୟରୂପ, ପରିବେଷଣ ଶୈଳୀରେ ବ୍ରେଖ୍]ତୀୟ ଛାପ ସ୍ପଷ୍ଟ। ୧୯୮୨ରେ ମଂଚସ୍ଥ ଏହି ନାଟକଟି ମଧ୍ୟବିତ୍ତ ସମାଜର ପାରିବାରିକ, ଆର୍ଥନୀତିକ ଓ ସାମାଜିକ ସଂକଟ ଗୁଡ଼ିକୁ ଦୃଶ୍ୟାୟିତ କରୁକରୁ ପରିବେଷଣରୁ ନିର୍ଗତ ହେଉଛି କିଛି ଶ୍ଲେଷାତ୍ମକ ନାଟ୍ୟ ସମ୍ବାଦ।

ଏ ସଂକଳନର ଦ୍ୱିତୀୟ ନାଟକ ‘ସହରରେ ଥିଲା ଗୋଟେ ଘର’ ଏକ ଶ୍ଲେଷଧର୍ମୀ ନାଟକ। ଅର୍ଦ୍ଧ ହାସ୍ୟରସାତ୍ମକ ସଂଳାପ ମାଧ୍ୟମରେ ଜଣେ ଗାଉଁଲୀ ସ୍ୱାମୀ ମଦନ ମୋହନ ସାମନ୍ତରାୟଙ୍କ ଘରର ବିଚିତ୍ର ବିଧାନ ସମ୍ପର୍କରେ ଏହାର କାହାଣୀ ଗୁମ୍ଫିତ।

ସଂକଳନର ତୃତୀୟ ନାଟକ ‘ମାଂସର ବିଳାପ’ ସ୍ୱର୍ଗତ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ପ୍ରଖ୍ୟାତ ଗଳ୍ପର କାହାଣୀ ଉପରେ ଆଧାରିତ ନାଟକଟିଏ। ‘ମାସଂର ବିଳାପ’ ଗଳ୍ପଟି ବିଗତ ଶହେ ବର୍ଷ ଧରି ଓଡ଼ିଆ ପାଠକର ହୃଦୟକୁ ଆନ୍ଦୋଳିତ କରି ଆସିଛି। କିନ୍ତୁ ଗଳ୍ପର ମୁଖ୍ୟ ଚରିତ୍ର ଗୋଟିଏ ହରିଣ (ଜଲି) ଓ ଗୋଟିଏ କୁକୁର (ଡୋରା) ହୋଇଥିବା ଯୋଗୁଁ ଏହାର ନାଟ୍ୟରୂପ ଦେବା ପାଇଁ କେହି ସାହସ କରି ନାହାନ୍ତି। କୌଳାସ ପାଣିଗ୍ରାହୀ ମୁଖ୍ୟତଃ ଜଣେ ଅଭିନେତା ଓ ନିର୍ଦ୍ଦେଶକ ହୋଇଥିବାରୁ ଜଲି ଓ ଡୋରା ଚରିତ୍ର ଚିତ୍ରଣ କରିବା ସମ୍ଭବପର ହେଲା। ଏହି କ୍ଷୁଦ୍ରଗଳ୍ପଟି ଓଡ଼ିଆ ପରିବେଷଣଧର୍ମୀ ନାଟକକୁ ଆଉ ପାଦେ ଆଗେଇ ନେବାରେ ସାହାଯ୍ୟ କରିଛି।

ସଂକଳନର ଚତୁର୍ଥ ନାଟକ ‘ନର ବାନର’ ଡାରୱିନ୍ (୧୮୦୯-୧୮୮୨) ଙ୍କ ବିଖ୍ୟାତ Theory of Evolution by Natural Selection ଉପରେ ଆଧାରିତ ଏକ ସୁନ୍ଦର ନାଟକ। Charles Darwinଙ୍କ ଉଦ୍]ବର୍ତ୍ତନ ତତ୍ତ୍ୱର ପାଂଚୋଟି ଅଂଗକୁ ଏଠାରେ ନାଟ୍ୟାୟନ କରାଯାଇଛି। ସେଗୁଡ଼ିକ ହେଲା –

୧. Theory of Evolution as such

୨. Common descent

୩. Gradualism

୪. Population Specialization

୫.Selection

Category:

Description

Review

ଏ ସଂକଳନର ଚାରୋଟି ଏକାଙ୍କିକା ଉତ୍ତର ଆଧୁନିକ ଓଡ଼ିଆ ନାଟ୍ୟ ଭଣ୍ଡାରକୁ ସମୃଦ୍ଧ କରୁଛନ୍ତି। – ଡ. ରମେଶ ପ୍ରସାଦ ପାଣିଗ୍ରାହୀ, ଭୁବନେଶ୍ୱର

About the Author

ସାମ୍ପ୍ରତିକ ଓଡ଼ିଆ ନାଟ୍ୟ ଯୁଗରେ କୈଳାସ ପାଣିଗ୍ରାହୀ (୧୯୫୯) ଏକ ପରିଚିତ ନାମ। ବିଗତ ଅର୍ଦ୍ଧ ଶତାବ୍ଦୀ ଭିତରେ ସେ ଜଣେ ମଂଚ, ଚଳଚ୍ଚିତ୍ର ଓ ଧାରାବାହିକ ମାନଙ୍କର ଅଭିନେତା ରୂପେ ନିଜକୁ ପ୍ରତିଷ୍ଠା କରିଛନ୍ତି। ଆହ୍ଲାବାଦ, ଚଣ୍ଡିଗଡ଼, ଦିଲ୍ଲୀ, ଭୋପାଲ୍], ଆସାମ୍], ବିଶାଖାପାଟଣା, ମୁମ୍ବାଇ ଓ କାଣ୍ଡଲା ପ୍ରଭୃତି ସହର ମାନଙ୍କରେ ସେ ଓଡ଼ିଆ ନାଟକ ମଂଚସ୍ଥ କରି ସୁନାମ ଅର୍ଜନ କରିଛନ୍ତି। ଜଣେ ନିର୍ଦ୍ଦେଶକ ରୂପେ ସେ ସାରା ଭାରତରେ ପରିଚିତ। କୈଳାସ ପାଣିଗ୍ରାହୀ ହେଉଛନ୍ତି ଓଡ଼ିଶାର ଏକମାତ୍ର ନାଟ୍ୟ ନିର୍ଦ୍ଦେଶକ ଯାହାଙ୍କ ନିର୍ଦ୍ଦେଶିତ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଶିକାର ଗଳ୍ପ ଉପରେ ଆଧାରିତ ନାଟକ ‘ଘିନୁଆ’ ନ୍ୟାସ୍]ନାଲ୍ ସ୍କୁଲ ଅଫ୍ ଡ୍ରାମା (ଦିଲ୍ଲୀ) ଦ୍ୱାରା ନିର୍ବାଚିତ ହୋଇ ଭାରତର ୧୮ଟି ସହରରେ ପରିବେଷିତ ହୋଇଛି।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 28 October 2024
  • Language ‏ : ‎ Oriya
  • Print length ‏ : ‎ 150 pages
  • ISBN-10 ‏ : ‎ 1645605922
  • ISBN-13 ‏ : ‎ 978-1645605928
  • Item Weight ‏ : ‎ 200 g
  • Dimensions ‏ : ‎ 13.97 x 0.89 x 21.59 cm
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback