Availability: In Stock

Lalita

180.00

ଆଧୁନିକ ପ୍ରେକ୍ଷାପଟରେ ପ୍ରତ୍ୟେକ ମଣିଷ ନିଜ ଜୀବନର ଅଭାବବୋଧ, ଶୂନ୍ୟତା, ଅସହାୟତା, ନିଃସଙ୍ଗତା ଏବଂ ଅତୃପ୍ତ ଜୀବନଯାତ୍ରାକୁ ନେଇ ସଂଗ୍ରାମରତ । ଶ୍ରଦ୍ଧାଶୀଳ ମଣିଷର ଆବେଗମୟ ଆନ୍ତରିକତା ତଥା ବିଭୁପ୍ରେମର ନିବିଡ଼ତା ତାକୁ ସକ୍ରିୟତା, ଆତ୍ମାନ୍ୱେଷଣ ତଥା ଅର୍ଥମୟ ଜୀବନର ଅନୁଭବ ମଧ୍ୟ ଦେଇ କର୍ମଯୋଗର ପ୍ରେରଣା ଯୋଗାଏ । ବୈଷ୍ଣବ ସାହିତ୍ୟର ଲଳିତା ଚରିତ୍ରକୁ ପାରଂପରିକ ଦୂତୀ ପରିଚୟରୁ ମୁକ୍ତ କରି ସଂଘମିତ୍ରା ତାଙ୍କୁ ଆଧୁନିକ ନାରୀର ପରିଚୟ ଦେଇଛନ୍ତି ଯାହା ଭିତରେ ଅଛି ଶ୍ରୀରାଧାଙ୍କ ପରି ଶ୍ରୀକୃଷ୍ଣଙ୍କ ପ୍ରତି ଆଦର, ମାୟା ଏବଂ ଅକପଟ ପ୍ରେମ । ମାତ୍ର ସମଗ୍ର ଜୀବନରେ ଅନେକ ଅଭିଳାଷ ସତ୍ତ୍ୱେ ଅବସୋସ ହିଁ ତାଙ୍କ ଜୀବନ-ଗଣିତର ଭାଗଶେଷ । ସବୁତକ ପ୍ରାପ୍ତି ଶ୍ରୀରାଧାଙ୍କ ପଣତକାନିରେ ଅଜାଡ଼ି ପଡ଼ିଥିବାବେଳେ ଶେଷ ପର୍ଯ୍ୟନ୍ତ ଅପ୍ରାପ୍ତିକୁ ନେଇ ଛଟପଟ ହୋଇଛନ୍ତି ଲଳିତା । କବିଙ୍କ ଭାଷାରେ ଲଳିତା ଅପ୍ରାପ୍ତିର ଅଧୀଶ୍ୱରୀ । ଓଡ଼ିଆ ଦୀର୍ଘକାବ୍ୟ ପରଂପରାରେ ଲଳିତା ଏକ ସାର୍ଥକ ସଂଯୋଜନା ଯାହା ନାରୀ-ପୁରୁଷ ନିର୍ବିଶେଷରେ ପ୍ରତିଟି ଜୀବନ ଭିତରେ ଲଳିତାପଣର ଆକୁଳ ଅନ୍ୱେଷଣକୁ ପ୍ରତିଷ୍ଠା ଦେଇଥାଏ । ‘ଲଳିତା’ – ସମୟ ଯୁଗସନ୍ଧିରେ ପ୍ରେମାଭିବ୍ୟକ୍ତିର ସ୍ୱଚ୍ଛ-ନିର୍ମଳ ପୁଣ୍ୟତୋୟାଟିଏ । ଅର୍ଥାର୍ଥୀଜନ ହେଉ ଅବା ସଂସାରବିରାଗୀ ଉଭୟଙ୍କୁ ଏହା ନିବିଡ଼ ପ୍ରେମ-ଭକ୍ତିରେ ଆପ୍ଳୁତ କରିବ ।

Category:

Description

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 2 May 2023
  • Language ‏ : ‎ Oriya
  • Print length ‏ : ‎ 116 pages
  • ISBN-10 ‏ : ‎ 164560389X
  • ISBN-13 ‏ : ‎ 978-1645603894
  • Item Weight ‏ : ‎ 154 g
  • Dimensions ‏ : ‎ 13.97 x 0.71 x 21.59 cm
  • Country of Origin ‏ : ‎ India

Buy Lalita Book Online at Low Prices in India | Lalita Reviews & Ratings – Amazon.in

Additional information

book-author

Language

Odia

select-format

Paperback