Availability: In Stock

Madhyajugiya Kabya Bitana

480.00

ମଧ୍ୟଯୁଗୀୟ କାବ୍ୟ ବିତାନ’ ମଧ୍ୟଯୁଗର ଓଡ଼ିଆ କାବ୍ୟ-କବିତାଗୁଡ଼ିକୁ ନେଇ ଏକ ଉଚ୍ଚକୋଟୀର କାବ୍ୟସଂକଳନ । ଏଥିରେ ମଧ୍ୟଯୁଗର ପ୍ରମୁଖ ସାହିତ୍ୟରଥୀ ଦୀନକୃଷ୍ଣ ଦାସଙ୍କ ‘ରସକଲ୍ଲୋଳ’ କାବ୍ୟର ଦ୍ୱିତୀୟ, ପଞ୍ଚଦଶ, ଷୋଡ଼ଶ ଓ ଚତୁତ୍ରିଂଶ ଛାନ୍ଦ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘କୋଟିବ୍ରହ୍ମାଣ୍ଡ ସୁନ୍ଦରୀ’ କାବ୍ୟର ପ୍ରଥମ, ଷଷ୍ଠ, ଏକାଦଶ ଓ ପଞ୍ଚବିଂଶ ଛାନ୍ଦ, ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ବିଦଗ୍ଧ ଚିନ୍ତାମଣୀ’ କାବ୍ୟର ପ୍ରଥମ, ଚତୁର୍ଥ, ତ୍ରିଂଶ, ଦ୍ୱିଚତ୍ୱାରିଂଶ ଛାନ୍ଦ, କବିସୂର୍ଯ୍ୟ ବଳଦେବ ରଥଙ୍କ ‘କ’ଠାରୁ ‘କ୍ଷ’ ପର୍ଯ୍ୟନ୍ତ ଚଉତିରିଶ ଗୋଟି ଗୀତ ସମ୍ବଳିତ ସମ୍ପୂର୍ଣ୍ଣ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’, ଭକ୍ତକବି ଭକ୍ତଚରଣ ଦାସଙ୍କ ‘ମଥୁରା ମଙ୍ଗଳ’ କାବ୍ୟର ପଞ୍ଚମ, ଷଷ୍ଠ, ଅଷ୍ଟାଦଶ, ଊନତ୍ରିଂଶ ଛାନ୍ଦ ସମେତ ନବଚେତନାର ଯୁଗରେ ଥାଇ ମଧ୍ୟ ମହିମା ଧର୍ମ ତଥା ଆଧ୍ୟାତ୍ମିକ ଚିନ୍ତନରେ ନିମଜ୍ଜିତ ଥିବା ସନ୍ଥକବି ଭୀମ ଭୋଇଙ୍କ ଶହେଟି ବୋଲି ସମ୍ବଳିତ ‘ସ୍ତୁତି ଚିନ୍ତାମଣୀ’ ପରି ଉଚ୍ଚାଙ୍ଗ କାବ୍ୟ-କବିତାଗୁଡ଼ିକ ସଂଗୃହିତ ହୋଇଛି । ଓଡ଼ିଆ ସାହିତ୍ୟର ଏହି ଦୁର୍ଲ୍ଲଭ ଛନ୍ଦୋବଦ୍ଧ କାବ୍ୟାଂଶ ତଥା କବିତା ଗ୍ରନ୍ଥଗୁଡ଼ିକୁ ଗୋଟିଏ ସଂକଳନୀ ଭିତରେ ଖୋଜିପାଇବାର ଏହା ଏକ ଅଭିନବ ପ୍ରୟାସ । ଆଶା କରୁଛୁ, ସଂକଳନସ୍ଥ କାବ୍ୟ-କବିତାଗୁଡ଼ିକ ଖୁବ୍ ସହଜରେ ପାଠକୀୟ ଆଦୃତିଲାଭ କରିପାରିବ ।

Category:

Description

About the Author

କବିତା, ଗଳ୍ପ ଓ ପ୍ରବନ୍ଧ ରଚନା ସହ ଅନୁବାଦରେ ନିଜର ଦକ୍ଷତା ପ୍ରମାଣିତ କରିଥିବା ଡକ୍ଟର ସଂଘମିତ୍ରା ଭଞ୍ଜ ସଂପ୍ରତି ଓଡ଼ିଶାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗମୁଖ୍ୟ ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି । ତାଙ୍କର ଗଳ୍ପଧୁରୀଣ ସ୍ରଷ୍ଟା ଫକୀରମୋହନ ଏକ ପୁନର୍ମୂଲ୍ୟାୟନ ଓ ହାସ୍ୟଧୁରୀଣ ସ୍ରଷ୍ଟା ଫତୁରାନନ୍ଦଙ୍କ ଶିଳ୍ପୀ ମାନସ କଥା ସାହିତ୍ୟର ଦୁଇ ଉଚ୍ଚାଙ୍ଗ ଗବେଷଣା ଗ୍ରନ୍ଥ । ସେ ଅନୁବାଦ, ସମ୍ପାଦନା, ହିନ୍ଦୀ ଏବଂ ଓଡ଼ିଆ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନାଦି କ୍ଷେତ୍ରରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଶବ୍ଦ ଉତ୍ତରଣ, ଫର୍ଦ୍ଦେ କବିତାରେ ପୃଥିବୀ, ବୋଧିଛାୟା କବିତା ପୁସ୍ତକ ତାଙ୍କ ସର୍ଜନଶୀଳ ପ୍ରତିଭାର ଅମୂଲ୍ୟ ନିଦର୍ଶନ । ମାଧବ କୌଶିକଙ୍କ କାବ୍ୟ ଶୁନୋ ରାଧିକା ଓ ନୀଲମ ସକ୍ସେନା ଚନ୍ଦ୍ରାଙ୍କ ଲିଖିତ କସମ୍ ମଟ୍]ମୈଲେ ମସ୍]ରୁମ୍ କି ତାଙ୍କର ଦୁଇ ସାର୍ଥକ ଅନୂଦିତ କୃତି । ସ୍ରଷ୍ଟା ସୃଷ୍ଟି ଓ ଅନ୍ୟାନ୍ୟ ପ୍ରବନ୍ଧ, ଓଡ଼ିଆ ସାହିତ୍ୟ ପୁରୁଣା ଓ ନୂଆ, ସମାଜ ଦର୍ଶନ ଓ ସାହିତ୍ୟ, ଗୌରହରି ଦାସଙ୍କ ସାରସ୍ୱତ ବଳୟ, ପ୍ରାଚୀନ କାବ୍ୟ ବିତାନ ପ୍ରଭୃତି ତାଙ୍କର ବହୁଚର୍ଚ୍ଚିତ, ପାଠକାଦୃତ, ପାଣ୍ଡିତ୍ୟପୂର୍ଣ୍ଣ ସମାଲୋଚନା ଓ ସମ୍ପାଦନା ପୁସ୍ତକ ।

ଅନୁଗୁଳ ଜିଲ୍ଲା ତାଳଚେର ଅନ୍ତର୍ଗତ ରେଙ୍ଗାଲି ଡ୍ୟାମ୍ ସାଇଟ୍ ନିକଟବର୍ତ୍ତୀ ଗେଙ୍ଗୁଟିଆ ଗ୍ରାମରେ ଜନ୍ମିତ ଦୀପ୍ତିମୟୀ ସାହୁ, ରମାଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଏବଂ ଏମ୍].ଫିଲ୍ ଡିଗ୍ରୀପ୍ରାପ୍ତ ହୋଇ ‘ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ'(ଟଏଉ) ଦ୍ୱାରା ପରିଚାଳିତ ‘ଜାତୀୟ କୃତିତ୍ୱ ପରୀକ୍ଷା’ (ଘଋଞ/ଔଜୠ)ରେ କୃତିତ୍ୱ ହାସଲ କରିଛନ୍ତି । ସଂପ୍ରତି ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଗବେଷଣା (ପିଏଚ୍].ଡ଼ି) କାର୍ଯ୍ୟ କରିବା ସହ ଚଳିତ ବର୍ଷ ଓଡ଼ିଶା ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍].ଏସ୍].ବି.) ଦ୍ୱାରା ନବନିଯୁକ୍ତି ପାଇ ଜଗତସିଂହପୁର ଜିଲ୍ଲାର ଅଳକା ମହାବିଦ୍ୟାଳୟରେ ଓଡ଼ିଆ ଭାଷା-ସାହିତ୍ୟ ବିଭାଗର ଅଧ୍ୟାପିକା ଭାବରେ କାର୍ଯ୍ୟରତ ଅଛନ୍ତି । ତିନିବର୍ଷ ହେଲା ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଅତିଥି ଅଧ୍ୟାପିକା ଭାବରେ ସେ କାର୍ଯ୍ୟ କରୁଥିଲେ । ସମାଲୋଚିକା, କବୀ, ଶିଶୁ ଗାଳ୍ପିକା ଭାବରେ ସେ ସୁପରିଚିତା । ‘ମନୀଷୀ ଚନ୍ଦ୍ରଶେଖର ରଥଙ୍କ ପ୍ରବନ୍ଧ ବିବିଧା’ ତାଙ୍କର ଏକ ଉନ୍ନତ ସମାଲୋଚନା ପୁସ୍ତକ । ‘ଅମୂର୍ତ୍ତ ସ୍ମୃତିପର୍ବ ଚିହ୍ନା ଚିହ୍ନା ଚେନାଏ ଚିତ୍ର’, ‘ଗୌରହରି ଦାସଙ୍କ ସାରସ୍ୱତ ବଳୟ’, ‘ପ୍ରାଚୀନ କାବ୍ୟ ବିତାନ’ ତାଙ୍କ ସମ୍ପାଦନା ଏବଂ ସହସମ୍ପାଦନାର ଏକ ଏକ ନୂତନ ସ୍ୱାକ୍ଷର ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 17 April 2023
  • Language ‏ : ‎ Oriya
  • Print length ‏ : ‎ 414 pages
  • ISBN-10 ‏ : ‎ 1645603822
  • ISBN-13 ‏ : ‎ 978-1645603825
  • Reading age ‏ : ‎ 5 years and up
  • Item Weight ‏ : ‎ 522 g
  • Dimensions ‏ : ‎ 13.97 x 2.34 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Black Eagle Books

Indian Edition Also available on:

Additional information

book-author

Language

Odia

select-format

Paperback