Availability: In Stock

Surya Uinle Rati

260.00

କବିତା କ’ଣ ହୁଏତ ଜାଣିନଥିଲି ଏସବୁ ଲେଖିଲାବେଳେ । କାରଣ ଏଗୁଡ଼ିକର ରଚନା ବେଳକୁ ମୋ\’ର ବୟସ ତେର କି ଚଉଦରୁ ପନ୍ଦର-ଷୋହଳ ହେବ । ଏଣୁ ସୁଧୀ ପାଠକମାନେ ଏଗୁଡ଼ିକୁ ଲେଖକର ଭାବନାର ଶବ୍ଦରୂପ ବୋଲି ଭାବିନେବେ ବୋଲି ଅନୁରୋଧ । ମୋର ବି ଏଇୟା ଧାରଣା ଯେ, କବିତା ଆବେଗ ଆଉ ଭାବନାର ବ୍ୟାପର ମାତ୍ର । ଶବ୍ଦମାନେ ତା’ର ସିନ୍ଦୁକ । ଶବ୍ଦ କେତେ ପ୍ରଗଳ୍]ଭ ହେବ ସେ କଥାର ବିଚାରଶକ୍ତି ମୋର ନାହିଁ । ଥିଲେ ହୁଏତ ଆଉ କିଛି ହୋଇଥାଆନ୍ତା । ତେବେ ମନକୁ ଯାହା ଆସିଛି ଲେଖିଛି । ଏହା ଉତ୍ତରରେ ଉତ୍ତରଦେବା ଦାୟିତ୍ୱ ଆପଣମାନଙ୍କର । ଆଶା ଓ ବିଶ୍ୱାସ ଯେ, ଓଡ଼ିଆ ସାରସ୍ୱତ ଜଗତରେ ଏହି ସବୁ କବିତା ଅଦ୍ୱିତୀୟ ହୋଇ ନପାରିଲେ ସୁଦ୍ଧା ଅଥବା ସାରସ୍ୱତ ଜଗତକୁ ସମୃଦ୍ଧ କରିନପାରିଲେ ସୁଦ୍ଧା ନିଶ୍ଚିତରୂପେ ସୁଧୀ ଓ ସାଧୁଜନଙ୍କୁ ଆନନ୍ଦ ବଣ୍ଟନ କରିବ ।

Category:

Description

About the Author

ଡକ୍ଟର ସନ୍ତୋଷ କୁମାର ନାୟକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିଗତ ଗବେଷଣା ତଥା ସମାଲୋଚନା କ୍ଷେତ୍ରରେ ଏକ ଗମ୍ଭୀର ଉଚ୍ଚାରଣ। ବିଶେଷ କରି ଭାଷାତତ୍ତ୍ୱ, ସାହିତ୍ୟତତ୍ତ୍ୱ ଓ ତୁଳନାତ୍ମକ ଅଧ୍ୟୟନ କ୍ଷେତ୍ରରେ ଡକ୍ଟର ନାୟକଙ୍କ ସିଦ୍ଧି ଅନତିକ୍ରମ୍ୟ। ଓଡ଼ିଆ ପ୍ରବନ୍ଧ, ସମାଲୋଚନା, କବିତା, କ୍ଷୁଦ୍ରଗଳ୍ପ, ରମ୍ୟରଚନା, ସ୍ମୃତିକଥା, ସମ୍ପାଦନା, ଅନୁବାଦ, ସ୍ତମ୍ଭରଚନା ଓ ପତ୍ରିକା ସମ୍ପାଦନା ପ୍ରଭୃତି କ୍ଷେତ୍ରରେ ତାଙ୍କର ଅନୁପ୍ରବେଶ ଓ ସାରସ୍ୱତ ସଫଳତା ଏକାନ୍ତ ଦୃଷ୍ଟାନ୍ତମୂଳକ। ଅଧ୍ୟୟନ, ଅଧ୍ୟାପନା ଓ ବୃତ୍ତିଗତ କ୍ଷେତ୍ରରେ ତାଙ୍କର ସଫଳତା ଏକାନ୍ତ ଈର୍ଷଣୀୟ ଓ ଅଦ୍ୱିତୀୟ। ଓଡ଼ିଆ ସ୍ନାତକୋତ୍ତର ଶ୍ରେଣୀରେ ୨୦୧୩ ମସିହାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିବା ସହ ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ୨୦୧୪ ମସିହାରେ କଳାଭୂଷଣ (ଏମ୍].ଫିଲ୍].) ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଶେଷରେ ସଫଳତାର ସହ ଗବେଷଣା କରି ସେ ୨୦୧୯ ମସିହାରେ କଳାବିଭୂଷଣ (ପିଏଚ୍].ଡି.) ଉପାଧି ପ୍ରାପ୍ତ ହୋଇଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଶତାଧିକ ଗବେଷଣାତ୍ମକ ପ୍ରବନ୍ଧ ଓ ଚାଳିଶିରୁ ଅଧିକ ସଂଖ୍ୟକ ପୁସ୍ତକର ସ୍ରଷ୍ଟା ଭାବରେ ତାଙ୍କର ଏକାଧିକ ମୌଳିକ ରଚନା ଉପରେ ଏକାଧିକ ଗବେଷଣା ସନ୍ଦର୍ଭ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଉପସ୍ଥାପିତ ହେବା ସହ ୟୁନିଭର୍ସିଟି ଅଫ୍ ସେଣ୍ଟ୍ରାଲ୍ ଆମେରିକା ତରଫରୁ ବର୍ଷ ୨୦୨୨ରେ ତାଙ୍କୁ ସମ୍ମାନଜନକ ପରମଭୂଷଣ (ଡି.ଲିଟ୍].) ଉପାଧିରେ ସମ୍ମାନିତ କରିବା ତାଙ୍କ ନଭଶ୍ଚୁମ୍ବୀ ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରେ। ଲେଖକ ଡକ୍ଟର ନାୟକଙ୍କ ଅନ୍ୟାନ୍ୟ ପୁସ୍ତକ ପରି ଏହି କବିତା ପୁସ୍ତକଟି ପୂର୍ବପରି ପାଠକୀୟ ଶ୍ରଦ୍ଧା ଲାଭ କରିବ ବୋଲି ଆଶା କରାଯାଏ। ସମ୍ପ୍ରତି ଡକ୍ଟର ନାୟକ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧି-ସ୍ନାତକ ଓଡ଼ିଆ ବିଭାଗରେ ସହକାରୀ ପ୍ରଫେସର ଓ ବିଭାଗମୁଖ୍ୟ ରୂପେ କାର୍ଯ୍ୟରତ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 30 December 2024
  • Language ‏ : ‎ Oriya
  • Print length ‏ : ‎ 178 pages
  • ISBN-10 ‏ : ‎ 1645606406
  • ISBN-13 ‏ : ‎ 978-1645606406
  • Item Weight ‏ : ‎ 231 g
  • Dimensions ‏ : ‎ 13.97 x 1.04 x 21.59 cm
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback