Availability: In Stock

Jharka Bahare Bharata

Author: Shashadhar Das

170.00

ଭାରତର ବିବିଧ ଛବିରେ ଛବିଳ ‘ଝର୍କା ବାହାରେ ଭାରତ’ କବି ଶଶଧର ଦାସଙ୍କର ଏକ ସଦ୍ୟତମ ଶବ୍ଦ ଶତଦଳ । ତହିଁ ଅଙ୍କିତ ଜୀବନ ଚିତ୍ର ଛାୟାଛନ୍ନ ଜହ୍ନରାତି ପରି ମନୋଜ୍ଞ ଅଥଚ ରହସ୍ୟମୟ । ଭାବର ସାନ୍ଧ୍ରତାରେ ଯେମିତି ନିବିଡ଼ ତାଙ୍କର ପ୍ରତିଟି କବିତା, ସେମିତି ପ୍ରତି ଶବ୍ଦ ସିକ୍ତ ଲଳିତ ଲାବଣ୍ୟରେ ।ସମକାଳ ବୈପରୀତ୍ୟର ଏକ ଦୁର୍ବୋଧ୍ୟ ଛନ୍ଦ । କେତେ ଭିନ୍ନ ସତେ ଏଠି ପ୍ରତୀୟମାନ ପୃଥିବୀଠାରୁ ବାସ୍ତବ ଜୀବନ! ଏଠି ମୂଲ୍ୟ ଓ ମୂଲ୍ୟବୋଧ ଭିତରେ ସଂଘର୍ଷ ଓ ବସ୍ତୁବାଦୀ ବେଗଦ୍ୱାରା ଆତ୍ମିକ ଆବେଗ କ୍ଷତାକ୍ତ । ଲାଭ, ଲୋଭ ଓ ଲାଳସାର ଅର୍ଗଳିରେ ମ୍ରିୟମାଣ କବି ସତ୍ତା । କବିଙ୍କ ଲେଖନୀରେ ତେଣୁ ସ୍ୟାହି ନୁହେଁ, ରକ୍ତସ୍ରାବର ସଂକେତ । ତଥାପି ରକ୍ତକୁ ରକ୍ତ ପଳାସରେ ରୂପାନ୍ତରିତ କରିବାକୁ ଯେମିତି କବି ଶଶଧର ଦାସ ପ୍ରତିବଦ୍ଧ । ଆଉ କ’ଣ ଆଜିକାଲି ସକାଳ ଓହ୍ଲାଉଛି ଚା’ କପ୍], କାଗଜ ଗନ୍ଧରେ? ନା । ଖବରକାଗଜ ପୃଷ୍ଠାରେ ବାରୁଦର ଗନ୍ଧ ତ ଆତଙ୍କ ଅପମୃତ୍ୟୁ, ଦୁଷ୍କର୍ମ ଓ ଦୁରାଚାରରେ ପ୍ରତିଟି ସକାଳ ବିବର୍ଣ୍ଣ । ଭୋଅଟରୁ ଭୋଅଟ ପର୍ଯ୍ୟନ୍ତ ଗାଁ ଫାଟି ଆଁ କରିଛି । ଗାଁ ଦାଣ୍ଡରେ ପୁଣି ସହରର ବାସ୍ନା । ଜହ୍ନିଫୁଲ, ଜହ୍ନରାତି, ଧୂଆଁ, ଧୂଳି ଓ ଧୂମାଳ – ସବୁ ଅବା ଅତୀତର ଗୋଟେ ଛିନ୍ନପୃଷ୍ଠା । କବି ତେଣୁ ଅତୀତ ଆମୁଖତା ବା ନୋଷ୍ଟାଲ୍]ଜିଆରେ ବିଭୋର ସାମାଜିକ ଅଧୋଗତିରେ ବିବ୍ରତ ପୁଣି ଛଦ୍ମ ଗଣତନ୍ତ୍ର ପ୍ରତି ବିମୁଖ । ଏମନ୍ତ ଚିତ୍ର ଓ ଚିତ୍ରକଳ୍ପରେ ବିଚତ୍ରବର୍ଣ୍ଣା ଏହି ଗ୍ରନ୍ଥରେ ସଂକଳିତ ଅନେକ କବିତା ।

Category:

Description

About the Author

କବିଙ୍କର ଏହା ଚତୁର୍ଥ କବିତା ସଂକଳନ । ପୂର୍ବରୁ ତାଙ୍କର ‘ଶ୍ୟାମଳ ସମ୍ପର୍କ’ ‘ସୁନାଝିଅ’ ଓ ‘ଅନ୍ୟ ଆକାଶ ଡଟ୍ କମ୍]’ ନାମରେ ତିନୋଟି କାବ୍ୟଗ୍ରନ୍ଥ ପ୍ରକାଶିତ ହୋଇଛି । କବି ଶଶଧର ଦାସ ଜଣେ ପ୍ରବୀଣ ଅଧ୍ୟାପକ ଓ ଗବେଷକ ଭାବରେ ମଧ୍ୟ ସୁଖ୍ୟାତ । ଏଥିରେ ସ୍ଥାନିତ କବିତାଗୁଡ଼ିକ ତାଙ୍କ ପରିପକ୍ୱ ଲେଖନୀର ଫଳଶ୍ରୁତି । ଏହି କାବ୍ୟଗ୍ରନ୍ଥଟି ଯେ ଅମିତ ପାଠକୀୟ ଆଦୃତି ଲାଭ କରିବ, ଏଥିରେ ସନ୍ଦେହ ନାହିଁ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 3 February 2022
  • Language ‏ : ‎ Oriya
  • Print length ‏ : ‎ 120 pages
  • ISBN-10 ‏ : ‎ 1645602494
  • ISBN-13 ‏ : ‎ 978-1645602491
  • Item Weight ‏ : ‎ 159 g
  • Dimensions ‏ : ‎ 13.97 x 0.71 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback