Availability: In Stock

Sanja Sakale – Odia

200.00

ଏକ ଶତ (୧୦୦) ଟି ଓଡ଼ିଆ ଫିଲ୍ମ ଭକ୍ତି ସଙ୍ଗୀତ ସଂଗୃହୀତ ହୋଇ ଏହି ସଙ୍କଳନରେ ଉପସ୍ଥାପିତ କରାଯାଇଛି । ଏଥିରୁ ଗୋଟିଏ ଦୁଇଟିକୁ ବାଦ ଦେଲେ, ବାକି ସମସ୍ତ ଭକ୍ତି ସଙ୍ଗୀତ ୧୯୬୧ ରୁ ୧୯୯୦ ମଧ୍ୟରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ମାନଙ୍କରୁ ଉଦ୍ଧୃତ ହୋଇଛି । ୧୯୬୧ ରୁ ୧୯୯୦ – ଏହି ୩୦ ବର୍ଷ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏକ୍ଟକ୍ଷୟରଦ୍ଭ ଋକ୍ସବ ବା ସୁବର୍ଣ୍ଣ ଯୁଗ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ସମୟ ସୀମାରେ – କାହାଣୀ, ଅଭିନୟ, ନିର୍ଦ୍ଦେଶନା ଓ ସଙ୍ଗୀତ – ପ୍ରତିଟି ବିଭାଗରେ ଓଡ଼ିଆ ଚଳଚ୍ଚିତ୍ର ପରାକାଷ୍ଠାର ଚରମ ସୋପାନରେ ଉତ୍ତୀର୍ଣ୍ଣ ହୋଇଥିଲା । ତେଣୁ କହିବା ବାହୁଲ୍ୟ ଯେ ଏହି ଚଳଚ୍ଚିତ୍ର ମାନଙ୍କର ଭକ୍ତି ସଙ୍ଗୀତ ମଧ୍ୟ ଖୁବ ହୃଦୟସ୍ପର୍ଶୀ ହୋଇଥିଲା । ପରିବେଷଣ ଶୈଳୀ ଅନୁସାରେ ଚଳଚ୍ଚିତ୍ର ଭକ୍ତି ସଙ୍ଗୀତ ଗୁଡିକ ମୁଖ୍ୟତଃ ତିନିଟି ଶ୍ରେଣୀରେ ବିଭକ୍ତ କରା ଯାଇପାରେ । ପ୍ରଥମ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେଉଛନ୍ତି ସେହି ଭକ୍ତିଗୀତ ଯାହାର ରଚନା ଓ ସ୍ୱର ପରିବେଷଣ ଉଭୟ ପାରମ୍ପରିକ ଶୈଳୀରେ ହୋଇଛି – ଯଥା – ଭଜୁ କିନା ରାମ ନାମ (କନକଲତା – ୧୯୭୪), ବାଧିଲା ଜାଣି କ୍ଷମା (ମୁକ୍ତି – ୧୯୭୭) । ଦ୍ୱିତୀୟ ଶ୍ରେଣୀରେ ଗୃହୀତ ହୋଇଥିବା ଭକ୍ତି ଗୀତ ଗୁଡିକର ରଚନା ପାରମ୍ପରିକ, କିନ୍ତୁ ସ୍ୱର ନୂତନ ଶୈଳୀରେ ପ୍ରସ୍ତୁତ ହୋଇଛି – ଉଦାହରଣ ସ୍ୱରୂପ ବିଶ୍ୱ ଜୀବନ ହେ (ଅସ୍ତରାଗ – ୧୯୮୨), ଆହେ ଦୟାମୟ ବିଶ୍ୱ ବିହାରୀ (ବଳିଦାନ – ୧୯୭୮) । କିଛି ପାରମ୍ପରିକ ଗୀତର କିୟଦଂଶ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଥିବା ସତ୍ତ୍ୱେ ଭଜନ ଗୁଡିକ ଏ ପୁସ୍ତକରେ ସମ୍ପୂର୍ଣ୍ଣ ଭାବେ ପ୍ରକାଶିତ କରାଗଲା । ପରିଶେଷରେ ତୃତୀୟ ଶ୍ରେଣୀରେ ଥିବା ଭକ୍ତିଗୀତର ରଚନା ହେଉଛି ନୂତନ ଓ ପରିବେଷଣ ଶୈଳୀ ମଧ୍ୟ ନୂତନ – ଉଦାହରଣ – ସଞ୍ଜ ସକାଳେ ତୁମ ଛବି ଖୋଜେ (ସ୍ତ୍ରୀ – ୧୯୬୮), ଜଗତର ନାଥ ଆହେ ଜଗନ୍ନାଥ (ଚିହ୍ନା ଅଚିହ୍ନା – ୧୯୭୯) । ଏହି ସଙ୍କଳନର ଅଧିକାଂଶ ଗୀତ ଏହି ଶେଷ ଶ୍ରେଣୀଭୁକ୍ତ ।

Category:

Description

About the Author

Sukant Mishra lives in Houston, Texas (USA) and works in the Information Technology industry. In this book, he has compiled a collection of 100 devotional songs from Odia movies, which were mostly produced during 1961 – 1990, the golden era for Odia movies. By publishing the songs, he is hopeful of preserving the rich cultural heritage of Odia devotional songs for forthcoming Odia generations.

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 23 November 2022
  • Language ‏ : ‎ Oriya
  • Print length ‏ : ‎ 152 pages
  • ISBN-10 ‏ : ‎ 1645600947
  • ISBN-13 ‏ : ‎ 978-1645600947
  • Item Weight ‏ : ‎ 200 g
  • Dimensions ‏ : ‎ 13.97 x 0.89 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback