Availability: In Stock

Madhushala

140.00

ସାଧାରଣ ଓ ସରଳ ଶବ୍ଦକୁ କବିତା-ପାତ୍ରରେ ଢ଼ାଳିକରି ହିନ୍ଦୀ-ସାହିତ୍ୟର ରସକମାନଙ୍କୁ ‘କାବ୍ୟରସ’ ପାନ କରାଇବାରେ ହରିବଂଶରାୟ ବଚ୍ଚନ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଖର ଛାୟାବାଦ ଓ ଆଧୁନିକ ପ୍ରଗତିବାଦର ସିଏ ଥିଲେ ଗୋଟିଏ ପ୍ରମୁଖ ସ୍ତମ୍ଭ ।

‘ବଚ୍ଚନ’ଙ୍କର ୧୯୩୫ ମସିହାରେ ପ୍ରକାଶିତ ହୋଇଥିବା ଦୀର୍ଘ କବିତାଗ୍ରନ୍ଥ (ଯେଉଁଥିରେ ୧୩୫ଟି ରୁବାଇୟାତ ରହିଛି) ‘ମଧୁଶାଳା’ ତାଙ୍କୁ ଏକ ଅଲଗା ପ୍ରସିଦ୍ଧି ପ୍ରଦାନ କଲା । ହୃଦୟକୁ ସ୍ପର୍ଶ କଲାପରି କାର୍ଯ୍ୟଶୈଳୀ ବର୍ତ୍ତମାନ ସମୟରେ ବି ପ୍ରତ୍ୟେକ ବୟସର ଲୋକମାନଙ୍କ ଉପରେ ଆପଣାର ପ୍ରଭାବ ଛାଡ଼ିଯାଏ ।

‘ବଚ୍ଚନ’ଙ୍କ କବିତାର ସାହିତ୍ୟିକ ମହତ୍ତ୍ୱ ବିଷୟରେ ଅନେକ ମତ ରହିଛି । ‘ବଚନ’ଙ୍କ କାବ୍ୟର ବିଲକ୍ଷଣତା ହିଁ ତାଙ୍କର ଲୋକପ୍ରିୟତା । ଏହା ନିଃସଂକୋଚ ଭାବରେ କୁହାଯାଇପାରେ ଯେ ଆଜି ବି ହିନ୍ଦୀରେ ନୁହେଁ, ସାରା ଭାରତର ସର୍ବାଧିକ ଲୋକପ୍ରିୟ କବିମାନଙ୍କ ମଧ୍ୟରେ ‘ବଚ୍ଚନ’ଙ୍କ ନାମ ସୁରକ୍ଷିତ ।

୧୯୩୫ ମସିହାରେ ‘ମଧୁଶାଳା’ ପ୍ରକାଶ ପାଇବାପରେ ତାଙ୍କ ନାଆଁ ଗୋଟିଏ ଗଗନଭେଦୀ ରକେଟ ପରି ତୀବ୍ରବେଗରେ ଉଠିକରି ସାହିତ୍ୟଜଗତ ଉପରେ ଛାଇଗଲା । ନିଜର ସବୁ ସହଜ ସାର୍ବଜନୀନତା ସତ୍ତ୍ୱେ ‘ବଚ୍ଚନ’ଙ୍କ କବିତା ନିତାନ୍ତ ବୈକ୍ତିକ, ଆତ୍ମସ୍ଫୁର୍ତ୍ତି ଓ ଆତ୍ମକୈନ୍ଦ୍ରିକ ହୋଇଥାଏ ।

‘ବଚ୍ଚନ’ଙ୍କ କବିତାର ଲୋକପ୍ରିୟତାର ପ୍ରଧାନ କାରଣ ତାଙ୍କର ସହଜତା ଓ ସରଳ ସଂବେଦନା ତାହାର ଅନୁଭୂତିମୂଳକ ସତ୍ୟତା କାରଣରୁ ଉପଲବ୍ଧ ହୋଇ ପାରିଲା ।

‘ବଚ୍ଚନ’ ଯେଉଁ ‘ମଧୁଶାଳା’ ରଚନା କଲେ ତାହା ଥିଲା ତାଙ୍କ ଯୌବନ କାଳର ଅଭିବ୍ୟକ୍ତି । ‘ବଚ୍ଚନ’ଙ୍କ ‘ମଧୁଶାଳା’ ଅବସାଦକୁ ଦୂରକରି ରୂପ, ରସ, ଗନ୍ଧର ମତ୍ତତାକୁ ନେଇକରି ଆସିଲା । ଗୋଟିଏ ଗତି, ଲୟ ଏବଂ ପ୍ରବାହକୁ ସାଙ୍ଗରେ ନେଇକରି ଆସିଲା । ଜନତା ତାକୁ ତତକ୍ଷଣ ସ୍ୱୀକାର କଲେ ଏବଂ ତାହା ଜନତାଙ୍କ କବିତା ରୂପେ ପରିଣତ ହେଲା ।

Categories: ,

Description

About the Author

ହରିବଂଶ ରାୟ ବଚ୍ଚନ (୨୭ ନଭେମ୍ବର ୧୯୦୭-୧୮ ଜାନୁଆରୀ ୨୦୦୩) ହିନ୍ଦୀ ସାହିତ୍ୟର ଜଣେ ପ୍ରସିଦ୍ଧ କବି । ସାମାନ୍ୟ କଥାବାର୍ତ୍ତାର ଭାଷାକୁ କାବ୍ୟଭାଷାର ଗରିମା ପ୍ରଦାନ କରିବାର ଶ୍ରେୟ ତାଙ୍କୁ ଯାଉଛି । ତାଙ୍କ ଦ୍ୱାରା ରଚିତ ଅନୁପମ କାବ୍ୟଗ୍ରନ୍ଥ ‘ମଧୁଶାଳା’ରେ ୧୩୫ଟି ଗୀତିକାବ୍ୟ ରହିଛି, ଯେଉଁଥିରେ ସୁଫୀବାଦର ଦର୍ଶନ ପରିଲକ୍ଷିତ ହୁଏ । ୧୯୩୫ ମସିହାରେ ‘ମଧୁଶାଳା’ ପ୍ରକାଶ ପାଇବା ପରେ ବଚ୍ଚନଙ୍କ ନାମ ହିନ୍ଦୀର ସବୁଠାରୁ ଲୋକପ୍ରିୟ କବିମାନଙ୍କ ଭିତରେ ଗଣା ଯିବାକୁ ଲାଗିଲା ।

ମନୋରଂଜନ ପଟ୍ଟନାୟକ ଦୀର୍ଘ ୫୨ବର୍ଷ ଧରି ମୁମ୍ବଇରେ ରହୁଛନ୍ତି । ଆଗରୁ ତାଙ୍କ ଦ୍ୱାରା ଅନୂଦିତ ତିନୋଟି ପୁସ୍ତକ ପ୍ରକାଶ ପାଇଛି । ଏହା ହେଉଛି ଅନୁବାଦକଙ୍କର ୪ର୍ଥ ପ୍ରକାଶିତ ପୁସ୍ତକ । ହିନ୍ଦୀର ପ୍ରସିଦ୍ଧ କବି ହରିବଂଶରାୟ ବଚ୍ଚନଙ୍କ ‘ମଧୁଶାଳା’ର ଏହା ଓଡ଼ିଆ ପଦ୍ୟାନୁବାଦ ଯେଉଁଥିରେ ଭାଷାର ସରଳତା ଓ ସାବଲୀଳତା ରହିଛି । ଓଡ଼ିଶାର ସୁଧୀ ପାଠକ-ପାଠିକାବର୍ଗ ଏହି ଅନୁବାଦକଟିକୁ ଆଦର ପ୍ରଦାନ କରିବେ ବୋଲି ଆଶା ଓ ବିଶ୍ୱାସ ।ମୋ-୯୯୮୭୦୨୨୯୩୦

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 10 May 2023
  • Language ‏ : ‎ Oriya
  • Print length ‏ : ‎ 164 pages
  • ISBN-10 ‏ : ‎ 1645603830
  • ISBN-13 ‏ : ‎ 978-1645603832
  • Item Weight ‏ : ‎ 213 g
  • Dimensions ‏ : ‎ 13.97 x 0.97 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback

Translator

Manoranjan Pattanayak