Availability: In Stock

Ishwaranka Hasa

Author: Bigyani Das

225.00

ଈଶ୍ୱରଙ୍କ ବିଷୟରେ କିଛି ନଜାଣି ଆମେ ସବୁ ଈଶ୍ୱରଙ୍କୁ ମାନିନେଇଥିଲୁ ଓ ଏବେ ମଧ୍ୟ ସେ ମାନିବା ମନ ଓ ହୃଦୟ ମଧ୍ୟରେ ଜଡିତ ହୋଇ ରହିଯାଇଛି । ପିଲାଟିବେଳୁ ଆମମାନଙ୍କ ମନରେ ଈଶ୍ୱରବିଶ୍ୱାସ ଭରିଦିଆଯାଇଥିଲା । ସେ ନେଇ ପ୍ରତିଦିନର ଅନେକ ବିଧି, ନିୟମ, ଆମେମାନେ ବିନା ପ୍ରଶ୍ନରେ ପାଳନ କରିଆସୁଥିଲୁ, କେବଳ ଈଶ୍ୱରଙ୍କୁ ଖୁସି କରାଇବା ପାଇଁ । ତାହେଲେ ଈଶ୍ୱର ଆମମାନଙ୍କ ଉପରେ ସନ୍ତୁଷ୍ଟ ହେବେ, ଆଶୀର୍ବାଦ କରିବେ, ଜୀବନରୁ ବାଧାବିଘ୍ନ ଦୂରୀଭୂତ କରିବେ ଓ ଜୀବନକୁ ସୁଖ, ଶାନ୍ତିରେ ଭରିଦେବେ । କିନ୍ତୁ ଯେତେ ପାଳିଲେ ବି ସେମିତି କଣ ହେଉଥିଲା ? ସେମିତି ହେଉଥିଲେ, ବନ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ସବୁ ଗ୍ରାମ୍ୟ ଜୀବନକୁ ହତାଶାରେ ଭରିଦେଉନଥାନ୍ତା । ହଇଜା, ବସନ୍ତ, କାଛୁ, କୁଣ୍ଡିଆ ରୋଗ କାହାକୁ ହେଉନଥାନ୍ତା କି କେଉଁ ଶିଶୁ ସାମାନ୍ୟ ଝାଡାବାନ୍ତିରେ ଶେଷନିଶ୍ୱାସ ତ୍ୟାଗ କରୁନଥାନ୍ତା । କାହାର ଏକମାତ୍ର ସନ୍ତାନ ସରୀସୃପର ବିଷ ପ୍ରଭାବରେ ମୃତ୍ୟୁ ବରଣ କରୁନଥାନ୍ତା । କେଉଁ ଯୁବତୀ ଯୁବାବସ୍ଥାରେ ବୈଧବ୍ୟ ଦୁଃଖ ଭୋଗୁନଥାନ୍ତା ।

ଏସବୁରୁ ମନେହୁଏ, ଈଶ୍ୱରଙ୍କର ନିଜସ୍ୱ ମନ ଅଛି, ବିବେଚନା ଅଛି, ଚିନ୍ତା ଅଛି । କାହାକୁ କେତେବେଳେ କେମିତି ଭାବେ କେଉଁ ଭୂମିକାରେ ମଞ୍ଚାସୀନ କରେଇବେ, ସେ ଯୋଜନା ତାଙ୍କର । ସେଥିପାଇଁ ଜୀବନରେ ଏମିତି କିଛି ସବୁ ଘଟିଯାଏ, ଯାହା ଅବିଶ୍ୱାସନୀୟ । ସବୁ ଯୁକ୍ତି ଥାଇ ବି ଏମିତି ଅଯୈାକ୍ତିକ ଘଟଣା ଘଟିଯାଏ, ଯାହାକୁ ଆମେ ଈଶ୍ୱରଙ୍କ ଚମତ୍କାରିତା ଭାବେ ବିଚାର କରୁ । ହେଲେ ଏକଥା ସତ, ସବୁ ସମୟରେ ଅତିରୁ ହିଁ ଇତି । ଅତି ସର୍ବତ୍ର ବର୍ଜୟେତ୍] । ଅତି ଗର୍ବେ ହତ ଲଙ୍କା, ଅତି ମାନେଶ୍ଚ କୈାରବା, ଅତି ଦାନେ ବଳି ବଧ, ଅତି ସର୍ବତ୍ର ଗର୍ହିତମ୍] ।

Category:

Description

About the Author

ଡକ୍ଟର ବିଜ୍ଞାନୀ ଦାସ ଜଣେ ମାଥ୍]ମେଟିକାଲ୍ ସାଇଣ୍ଟିଷ୍ଟ୍ ଓ ସଂପ୍ରତି ନୋଆ (ନେସ୍]ନାସଲ୍ ଓସେନିକ୍ ଆଣ୍ଡ୍ ଆଟ୍]ମୋସ୍]ଫେରିକ୍ ଆଡ୍]ମିନିଷ୍ଟ୍ରେସନ୍])ରେ କାମ କରନ୍ତି । ୧୯୮୪ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଗଣିତରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସ୍ନାତକୋତ୍ତର ଡିଗ୍ରୀରେ ସ୍ୱର୍ଣ୍ଣପଦକ ପ୍ରାପ୍ତ କରିଥିଲେ । ଏହି ଗଳ୍ପ ସଙ୍କଳନଟି ଡକ୍ଟର ବିଜ୍ଞାନୀ ଦାସଙ୍କର ସପ୍ତମ ସଙ୍କଳନ ଓ ନବମ ପ୍ରକାଶିତ ପୁସ୍ତକ । ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ ‘ସମ୍ପର୍କ’ ୨୦୦୧ରେ, ଦ୍ୱିତୀୟ ଗଳ୍ପ ସଙ୍କଳନ ‘ରହସ୍ୟ’ ୨୦୧୩ରେ, ତୃତୀୟ ଗଳ୍ପ ସଙ୍କଳନ ‘ଅଣାୟତ ଭାଗ୍ୟ’ ୨୦୧୭ରେ, ଚତୁର୍ଥ ଗଳ୍ପ ସଙ୍କଳନ ‘ମାନିଲେ ଦେବତା’ ୨୦୧୯ରେ, ପଞ୍ଚମ ଗଳ୍ପ ସଙ୍କଳନ ‘ବଦଳି ଯାଉଥିବା ପୃଥିବୀ’ ୨୦୨୨ରେ ଓ ଷଷ୍ଠ ଗଳ୍ପ ସଂକଳନ ‘ବିଚିତ୍ର ମନ’ ୨୦୨୨ରେ ପ୍ରକାଶିତ ହୋଇଛି । ତାଙ୍କ କବିତା ସଙ୍କଳନ ‘ସମ୍ପର୍କର ସେତୁ’ ୨୦୧୫ରେ ପ୍ରକାଶିତ ହୋଇଛି ଓ ଉପନ୍ୟାସ ‘ବସନ୍ତ ପଲ୍ଲବୀ’ ୨୦୧୮ରେ ପ୍ରକାଶିତ ହୋଇଛି । ଏତଦ୍]ବ୍ୟତୀତ ସେ ଦୁଇଟି ସଂଗୀତ କ୍ୟାସେଟ୍], ‘ମନତରଙ୍ଗ’ ଓ ‘କୁସୁମାଞ୍ଜଳି’ର ଲିରିସିଷ୍ଟ୍ । ଡକ୍ଟର ବିଜ୍ଞାନୀ ଦାସଙ୍କର ସମସ୍ତ ଗଳ୍ପ କଳ୍ପନାର କାହାଣୀ ହେଲେ ମଧ୍ୟ ଅନେକ ସତ୍ୟ ଘଟଣା ଉପରେ ଆଧାରିତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 6 October 2023
  • Language ‏ : ‎ Oriya
  • Print length ‏ : ‎ 152 pages
  • ISBN-10 ‏ : ‎ 1645604578
  • ISBN-13 ‏ : ‎ 978-1645604570
  • Item Weight ‏ : ‎ 200 g
  • Dimensions ‏ : ‎ 13.97 x 0.89 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback