Availability: In Stock

Chitrita Chadara

180.00

କୃଷ୍ଣପ୍ରସାଦ ମିଶ୍ର ତାଙ୍କ ସମକାଳୀନ ଗାଳ୍ପିକମାନଙ୍କଠାରୁ ଭିନ୍ନ ଧରଣର ଗଳ୍ପ ଲେଖିଛନ୍ତି । ସେ ତାଙ୍କ ଗଳ୍ପରେ ସବୁବେଳେ ଭାରତୀୟ ଐତିହ୍ୟ, ସଂସ୍କୃତି ପ୍ରତି ବିଶେଷ ସଚେତନ ମନେ ହୁଅନ୍ତି । ଏପରିକି ତାଙ୍କର ଚରିତ୍ରଗୁଡ଼ିକ ବିଶ୍ୱ ପରିକ୍ରମା କରିଥିଲେ ସୁଦ୍ଧା ଭାରତୀୟ ସଭ୍ୟତା ଓ ମୂଲ୍ୟବୋଧକୁ ଢେର ସମ୍ମାନ ଦିଅନ୍ତି । ସେ ସମସାମୟିକ ବିଶ୍ୱ ଭିତରେ ଘଟୁଥିବା ପରିବର୍ତ୍ତନ ଓ ବିଜ୍ଞାନର ଅଗ୍ରଗତିକୁ ତାଙ୍କର କ୍ଷୁଦ୍ରଗଳ୍ପରେ ଦକ୍ଷତାର ସହ ପ୍ରକାଶ କରିଥିଲେ ସୁଦ୍ଧା ଏଥିସହିତ ଆମ ପ୍ରାଚୀନ ଦାର୍ଶନିକ ଚିନ୍ତନକୁ ଯଥାସ୍ଥାନରେ ସେ ସଂଯୋଗ କରିପାରନ୍ତି । ଆଧୁନିକ ସଭ୍ୟତାର ଶୀର୍ଷରେ ଥିବା ଆମେରିକାର ଚଳଣି, ଚାକଚକ୍ୟ ଭିତରେ ସେ ଅନେକତ୍ର ଦେଖିଛନ୍ତି ଅସ୍ଥିରତା । ଯାହାଫଳରେ ପାଶ୍ଚାତ୍ୟର ଅସ୍ଥିର ପଦଧ୍ୱନିକୁ ଭାରତୀୟ ପାରମ୍ପରିକ ଆଦର୍ଶ ଓ ଶୁଭଚିନ୍ତା ଭିତରେ ତାଙ୍କର ଗଳ୍ପରେ ସେ କରିଛନ୍ତି ବ୍ୟବସ୍ଥିତ । ପାଶ୍ଚାତ୍ୟ ସହିତ ପ୍ରାଚ୍ୟ ଭାବାଦର୍ଶକୁ ଏକ ନୂଆ ପୃଷ୍ଠଭୂମିରେ ଦେଖିବା ହେଉଛି ତାଙ୍କ ଗଳ୍ପ କାହିଁକି ସାମଗ୍ରିକ ଭାବରେ ତାଙ୍କ ସହିତ୍ୟର ବିଶେଷତ୍ୱ । ଜଣେ ଗଭୀର ଆଧ୍ୟାତ୍ମବାଦୀ ଭାରତୀୟ ଲେଖକ ଭାବେ ସେ ସର୍ବତ୍ର ତାଙ୍କ ରଚନାରେ ଦେଇଛନ୍ତି ଆପଣାର ପରିଚୟ । ଓଡ଼ିଆ ସାହିତ୍ୟରେ ବିଂଶ ଶତକରେ ଡକ୍ଟର କୃଷ୍ଣପ୍ରସାଦ ମିଶ୍ର ତାଙ୍କର ଏ ଯେଉଁ ପରିଚୟ ଦେଇଛନ୍ତି ତାହା ତାଙ୍କୁ ଆମ ସାହିତ୍ୟ ଇତିହାସରେ ଅମର କରି ରଖିବ ।

Category:

Description

About the Author

କୃଷ୍ଣ ପ୍ରସାଦ ମିଶ୍ର (୧୯ ଅପ୍ରେଲ ୧୯୩୩-୧୩ ଫେବୃଆରୀ ୧୯୯୪) ଆଧୁନିକ ଓଡ଼ିଆ କଥା ସାହିତ୍ୟରେ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଧରି ସ୍ୱତନ୍ତ୍ର କଥାଧର୍ମର ଶୈଳୀକାର ଭାବରେ କୃଷ୍ଣପ୍ରସାଦ ମିଶ୍ର ଜଣେ କୃତବିଦ୍ୟ ସାରସ୍ୱତ ସାଧକ । ସେ ଏକାଧାରରେ ଥିଲେ ଗାଳ୍ପିକ, ପ୍ରାବନ୍ଧିକ, ଔପନ୍ୟାସିକ, ସମାଲୋଚକ ତଥା ଦର୍ଶନଶାସ୍ତ୍ରର ପ୍ରଫେସର । ଭାରତୀୟ ସଂସ୍କୃତିର ସେ ଥିଲେ ଜଣେ ମୁଗ୍ଧ ପ୍ରବକ୍ତା । ‘ମୃଗତୃଷ୍ଣା’, ‘ସିଂହକଟୀ’, ‘ନେପଥ୍ୟେ’ ଉପନ୍ୟାସ ତ୍ରୟରେ ଆଧୁନିକ ବ୍ୟକ୍ତି ଜୀବନର ମନସ୍ତାତ୍ତ୍ୱିକ ବିଶ୍ଳେଷଣ ସହିତ ‘ମୌନାବତୀ ରାତ୍ରି’, ‘ନାଏଗ୍ରା ଓ ଦେବଜାନୀ’, ‘ଅରଣ୍ୟ ଓ ଉପବନ’, ‘ଭୃଗୁ ସଂହିତା’, ‘ନିଜକୁ ନାୟକ କରି’, ‘ପଶ୍ଚିମା’, ‘ସନାତନ ଓଝା ଗଲେ କୁଆଡ଼େ’, ‘ଚିତ୍ରିତ ଚାଦର’, ‘ପର୍ବତାରୋହଣ’, ‘ମାଣିକ ସନ୍ଧାନ’, ‘ଡାଫୋଡିଲ୍]’ ଓ ‘ଗଙ୍ଗଶିଉଳି’ ଗଳ୍ପ ସଂକଳନଗୁଡ଼ିକ କୃଷ୍ଣପ୍ରସାଦଙ୍କ ସ୍ୱତନ୍ତ୍ର ଗଳ୍ପଦୃଷ୍ଟିର ପରିଚାୟକ ହୋଇଛି । କଥାବିନ୍ୟାସର ନାଟକୀୟତା, ସାମାଜିକ ଜୀବନମୂଲ୍ୟ ସହିତ ବ୍ୟଞ୍ଜନାତ୍ମକ ଶବ୍ଦ ସଂଯୋଜନା ତାଙ୍କ ସୃଷ୍ଟିର ଅନ୍ତଃସୌନ୍ଦର୍ଯ୍ୟକୁ ପରିପୁଷ୍ଟ କରିଛି । ‘ଚିତ୍ରିତ ଚାଦର’ ଗଳ୍ପ ସଂକଳନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 20 November 2022
  • Language ‏ : ‎ Oriya
  • Print length ‏ : ‎ 128 pages
  • ISBN-10 ‏ : ‎ 1645600858
  • ISBN-13 ‏ : ‎ 978-1645600855
  • Item Weight ‏ : ‎ 172 g
  • Dimensions ‏ : ‎ 13.97 x 0.76 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback