Availability: In Stock

Bruhannalara Abhisara

265.00

ବୃହନ୍ନଳାର ଅଭିସାର’ ସଂକଳନଟି ମୋର ପ୍ରଥମ ଗଳ୍ପ ପୁସ୍ତକ। ମହାଭାରତରେ ଅର୍ଜୁନ ଜଣେ ନାରୀଭାବରେ ସୁସଜ୍ଜିତ ହୋଇ କୌରବମାନଙ୍କଠାରୁ ନିଜକୁ ଲୁକ୍କାୟିତ ରଖିଥିଲେ। ତାଙ୍କ ଭିତରେ ଏକ ନାରୀର ମାନବୀୟ କୋମଳ ଆବେଗ, କଳାତ୍ମକତା, ଇଚ୍ଛା-ଅନିଚ୍ଛା, ହର୍ଷ-ଆନନ୍ଦ, ଅଭିମାନ, ବ୍ୟଥା ଭଳି ପ୍ରକୃତି ତାଙ୍କ ବ୍ୟକ୍ତିତ୍ୱରେ ଫୁଟିଉଠିଥିଲା। ଭୂଲୋକରେ ତାଙ୍କର ଛାୟାରୂପ ଭାବେ ଅନେକ ବୃହନ୍ନଳାଙ୍କୁ ଆମେ ସାକ୍ଷାତ କରୁ ଯେଉଁମାନେ ପରିଚୟ ପାଇଁ ନିଜ ଆତ୍ମା ଓ ସମାଜ ସହିତ ଅହରହ ସାଲିସ୍ କରନ୍ତି। ‘ବୃହନ୍ନଳାର ଅଭିସାର’ ଏକ ବାସ୍ତବ କାହାଣୀ। ଏହି ସଙ୍କଳନସ୍ଥ ଏମିତି ନିଚ୍ଛକ ଚରିତ୍ରମାନଙ୍କ ଭିତରେ ରହିଛନ୍ତି ମୋହନ, ଧାନୀ, ପିଇସୀ ଅପା, ଘନିଆ, ମୀରା, ସ୍ନିଗ୍ଧା, ଜିନି, ଆଦିତ୍ୟ, ସାୟନ୍ତନ, ଗୁରୁବାରୀ, ଅନସୂୟା, ଠାକୁମା’, ବିରାଟ ମିଶ୍ର, ସାବେନୀ, ନେତ, ଶିବାନୀ, ବିନି, ଗଜଲ୍], ସୁଜିତା, ସୁଜିତ ଭଳି ଅନେକ ଚରିତ୍ର। ମୋ କଳ୍ପଲୋକରେ ମୁଁ ଗଢ଼ିଛି ଏକ ଅଲୌକିକ-କୁହୁକ ଜଗତ, ଯେଉଁଠି ମୁଁ ସମାଧିର ଅଶ୍ରୁତ ବିଳାପକୁ ଶୁଣିପାରେ, ଯନ୍ତ୍ରମାନବୀର ଦୁଃଖ ଓ ବାମନର ଆତ୍ମାକୁ ମୁଁ ବୁଝିପାରେ। ସେମାନଙ୍କୁ ଲେଖିଲା ଭିତରେ ମୁଁ ନିଭୃତରେ କାନ୍ଦିଛି ବି। ପ୍ରକୃତରେ ଯାହା ବାସ୍ତବ ଜଗତରେ ସମ୍ଭବ ହୁଏନାହିଁ ଏବଂ ସ୍ରଷ୍ଟାଟିଏ ନିଜର ଗୁଡ଼ାଏ ଅବସୋସ ନେଇ କୁହୁଳୁ ଥାଏ, ସେଇଠି ଅନ୍ତତଃପକ୍ଷେ ତା’ ପାଇଁ ନିରୁପଦ୍ରବ କଳ୍ପନାର ଭୂଖଣ୍ଡଟିଏ ଥାଏ। ଯେଉଁଠାରେ ତା’ ଭାବନାକୁ କେହିହେଲେ ବାଧା ଦେଇପାରିବେ ନାହିଁ। ମୋ ହୃଦୟ ଭିତରେ ଖୁବ୍ ସୁନ୍ଦର ଉଛୁଳା ଭାବଜଗତଟେ ଅଛି। – ସଂଘମିତ୍ରା ଭଞ୍ଜ

Category:

Description

About the Author

ସାଂପ୍ରତିକ ଓଡ଼ିଆ ସାହିତ୍ୟରେ ସଂଘମିତ୍ରା ଭଞ୍ଜ ଏକ ସ୍ୱତନ୍ତ୍ର ଉଚ୍ଚାରଣ । ସେ ଏକାଧାରରେ ଜଣେ କବି, ଗାଳ୍ପିକା, ସମାଲୋଚିକା, ଅନୁବାଦିକା ତଥା ସଂପାଦିକା । ୨୦୦୫ ମସିହାରେ ତାଙ୍କର ପ୍ରଥମ କବିତା ପୁସ୍ତକ ‘ଶବ୍ଦ ଉତ୍ତରଣ’ ପ୍ରକାଶିତ ହୋଇଥିଲା । ତାଙ୍କର ଅନ୍ୟାନ୍ୟ ମୌଳିକ କବିତା ପୁସ୍ତକ ଗୁଡ଼ିକରେ ରହିଛି ‘ଫର୍ଦ୍ଦେ କବିତାରେ ପୃଥିବୀ’ (୨୦୨୦), ‘ବୋଧିଛାୟା'(୨୦୨୧) ଏବଂ ‘ଲଲିତା'(୨୦୨୩) ଇତ୍ୟାଦି । ବହୁ ଚର୍ଚ୍ଚିତ ‘ବୋଧିଛାୟା’ର ଏହା ଆନ୍ତର୍ଜାତୀୟ ପୁନଃ ସଂସ୍କରଣ । ସମ୍ପ୍ରତି ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗ ମୁଖ୍ୟା ଭାବରେ ଅବସ୍ଥାପିତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 11 May 2023
  • Language ‏ : ‎ Oriya
  • Print length ‏ : ‎ 128 pages
  • ISBN-10 ‏ : ‎ 1645603946
  • ISBN-13 ‏ : ‎ 978-1645603948
  • Item Weight ‏ : ‎ 172 g
  • Dimensions ‏ : ‎ 13.97 x 0.76 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback