Availability: In Stock

Andhara Pare Kichhi

180.00

Since its inception, we have been giving the Black Eagle Books First Book Award to encourage potential authors to publish their books and become a published author. For 2023, this award goes to Smrutikala Mohanty for her Odia short story collection ANDHARA PARE KICHHI. Smrutikala is a PhD scholar at RD University Odia department.

Category:

Description

Review

ସ୍ମୃତିକଳାଙ୍କ ଅନ୍ଧାର ପରେ କିଛି ସଂକଳନର ବିଭିନ୍ନ ପୃଷ୍ଠାରେ ପ୍ରସାରିତ ବିଶ୍ୱାସ ଓ ମୂଲ୍ୟବୋଧର ସ୍ନିଗ୍ଧ ଆଲୋକ । ସବୁ ବିପର୍ଯ୍ୟୟ ଭିତରେ ଜୀବନ ବଞ୍ଚିବ, ଧ୍ୱଂସର ପାଉଁଶ ତଳୁ ପୁଣି ଥରେ ଅଙ୍କୁରିତ ହେବ ଆସ୍ଥାର ସବୁଜିମା- ଏଇ ଭରସା ଟିକକ ମଣିଷକୁ ବଞ୍ଚେଇ ରଖେ । ସ୍ମୃତିକଳାଙ୍କ ଗଳ୍ପରେ ସେହି ଭରସା ସାଙ୍ଗକୁ ପ୍ରତିବଦ୍ଧତା ପ୍ରତି ଅନୁରାଗ ସୁଦ୍ଧା ରହିଛି – ଏହା ଅତ୍ୟନ୍ତ ଆଶ୍ୱସ୍ତିର ବିଷୟ । ଅନ୍ଧାର ପରେ କିଛି ଗାଳ୍ପିକାଙ୍କ ଆଲୋକ-ଅଭିମୁଖୀ ସୁଦୀର୍ଘ ସାରସ୍ୱତ ଜୀବନର ଏକ କମନୀୟ ଚିତ୍ର । – ଗୌରହରି ଦାସ, ବିଶିଷ୍ଟ ସାହିତ୍ୟିକ

ଗପ ପ୍ରଶ୍ନ ପଚାରେ ଓ ଉତ୍ତର ଖୋଜିବା ପାଇଁ ଅନୁପ୍ରାଣିତ କରେ ।ଜୀବନ କଥା କୁହେ ଓ ଜୀବନ ଜିଇଁବା ପାଇଁ ଭରସା ଦିଏ । ସ୍ମୃତିକଳାଙ୍କ ଗପ ନଈରେ ଭାସି ଯାଉଥିବା ଏକ ଅଥିର ଡଙ୍ଗା ।ଏକ ରାତି ପକ୍ଷୀର ଉଡାଣ ।ଏକ ସୁନ୍ଦର ସ୍ୱପ୍ନର ପ୍ରତିମାନ । “ଅନ୍ଧାର ପରେ କିଛି’ ଶକ୍ତିଶାଳୀ ଗପ ମାନଙ୍କର ବିଚରଣ । – ସତ୍ୟପ୍ରିୟ ମହାଳିକ, ବିଶିଷ୍ଟ କଥାକାର

ନାରୀ ଅମୃତର ଅନନ୍ତ ଅକ୍ଷର । ଘାତ, ପ୍ରତିଘାତ ବିତ୍ପାତ ଡେଇଁ ସେ ପହଞ୍ଚି ଯାଇପାରେ ଅନ୍ଧାରର ଆର ପାଖରେ । ପ୍ରେମରେ ପଲ୍ଲବିତ ହୁଏ ସେ ପତିକ୍ରିୟାରେ ହୁଏ ପ୍ରକମ୍ପ ଭୂମିକମ୍ପ । ବୁନ୍ଦାଏ ଲୁହରେ ସମଗ୍ର ବିଶ୍ୱକୁ ସେ ମହୁମୟ କରିପାରେ ଟିକିଏ ବିଶ୍ୱାସରେ ସେ ଲମ୍ବିଯାଏ ମହାକାଶ ଯାଏ । ଏହିପରି ଏକାଧିକ ସ୍ୱୟଂସିଦ୍ଧା ମାନଙ୍କର ସଂଗ୍ରହ ନବ ପ୍ରଜନ୍ମର ଗାଳ୍ପିକା ସ୍ମୃତିକଳା ମହାନ୍ତିଙ୍କ “ଅନ୍ଧାର ପରେ କିଛି’ । ସମକାଳୀନ ସମାଜରୁ ଚରିତ୍ର ସଂଗ୍ରହ କରି ସେ ଆଙ୍କିଛନ୍ତି ବିଶ୍ୱାସର ବୈକୁଣ୍ଠ । ନାରୀ ଜୀବନର ଏ ନିଆରା ଯାତ୍ରା ଓଡ଼ିଆ ଗଳ୍ପ ଧାରରେ ପ୍ରତ୍ୟୟ ସୃଷ୍ଟି କରିବ ବୋଲି ମୋର ଆଶା । – ଦିଲିପ କୁମାର ସ୍ୱାଇଁ, ବିଶିଷ୍ଟ କବି ଏବଂ ସାହିତ୍ୟ ଆଲୋଚକ

ମଣିଷ ମନରେ ଆଶା, ଆଶ୍ୱାସନା ଭରିଦେବା ସହିତ ଜୀବନ ପ୍ରତି ଆସ୍ଥା ଓ ବିଶ୍ୱାସ ଜନ୍ମାଇ ଏକ ପୂର୍ଣ୍ଣ ଜୀବନର ଉପଲବ୍ଧି ଦେବା ତାଙ୍କ ଗଳ୍ପର ବିଶେଷତ୍ୱ । ସ୍ମୃତିକଳାଙ୍କ କବିତା ମନସ୍କ ମନ, ଗଳ୍ପମୟ ଜୀବନ ଆମ ସାହିତ୍ୟର ଭବିଷ୍ୟତକୁ ସମୃଦ୍ଧ କରିବ ନିଶ୍ଚୟ । – ତପନ ମହାପାତ୍ର, କଥାକାର

About the Author

ସ୍ମୃତିକଳା ମହାନ୍ତି ୧୯୯୭ ମସିହା ମାର୍ଚ୍ଚ ମାସ ୨୫ ତାରିଖରେ ପିତା ପ୍ରଦୀପ୍ତ କୁମାର ମହାନ୍ତି ଓ ମାତା ସ୍ମିତା ମହାନ୍ତିଙ୍କ କୋଳମଣ୍ଡନ କରି ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଏରବଂଗ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟରୁ ସେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ସଂପ୍ରତି ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ଗବେଷଣାରତ । ଗଳ୍ପ ‘ନିଷ୍ପତ୍ତି’ ନିମନ୍ତେ ସେ ୨୦୨୩ କଥା ନବପ୍ରତିଭା ସମ୍ମାନ ଲାଭ କରିଛନ୍ତି । ଜୀବନରେ ଭୋଗୁଥିବା ଯନ୍ତ୍ରଣା ଓ ଆନ୍ଦୋଳିତ କରୁଥିବା ଘଟଣାକୁ ନେଇ ସେ ଗଳ୍ପ ଲେଖିବାକୁ ଭଲ ପାଆନ୍ତି । ଜୀବନରେ ସଂଗ୍ରାମ କରି ଜୀବନକୁ ଭଲ ପାଉଥିବା ପାଠକମାନଙ୍କୁ ତାଙ୍କର ଏଇ ପ୍ରଥମ ପ୍ରଚେଷ୍ଟା ଆନନ୍ଦିତ କରିବ ବୋଲି ଆମେ ଆଶା ରଖୁଛୁ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 2 October 2023
  • Language ‏ : ‎ Oriya
  • Print length ‏ : ‎ 90 pages
  • ISBN-10 ‏ : ‎ 1645604586
  • ISBN-13 ‏ : ‎ 978-1645604587
  • Item Weight ‏ : ‎ 122 g
  • Dimensions ‏ : ‎ 13.97 x 0.56 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback