Description
About the Author
ଶୁଭଶ୍ରୀ ମହାରଣା। ୧୭ ନଭେମ୍ବର ୧୯୯୬ ମସିହାରେ ପୁରୀ ସହରରେ ତାଙ୍କର ଜନ୍ମ। ଗୋଟେ ଗୁରୁତ୍ବପୂର୍ଣ୍ଣ ବିଷୟ, ଚମକାଇଦେଉଥିବା କାହାଣୀ ଏବଂ ଅବିଶ୍ୱସନୀୟ କ୍ଲାଇମାକ୍ସ ଗପ ପାଇଁ ସବୁବେଳେ ଜରୁରୀ ନୁହେଁ ବୋଲି ସେ କୁହନ୍ତି। ଅନେକ କିଛି ଘଟଣା ଯାହାକୁ ଆମେ ଦେଖି ଆସୁଛୁ ଆମ ନିତିଦିନର ଜୀବନରେ, କିଛି ମଣିଷ ଯେଉଁ ମାନଙ୍କୁ ଆମେ ଭେଟୁଛୁ ଯିବା ଆସିବା ରାସ୍ତାରେ, କିଛି ଅକୁହା କଥା ଯାହା ଆଜି ବି କଣ୍ଠରୁଦ୍ଧ କରେ; ସେଇସବୁ କଥା, ମଣିଷ ଆଉ ଘଟଣାମାନ ଶୁଭଶ୍ରୀଙ୍କ ଗପରେ ଛାପ ଛାଡ଼ିଯାଆନ୍ତି। ଯଦିଓ ସେ ବାସ୍ତବଧର୍ମୀ ଗପ ଲେଖନ୍ତି, କିନ୍ତୁ ତାଙ୍କ ଗପରେ ଆପଣ ଅନେକ ଭାବପ୍ରବଣତାକୁ ଭେଟିବାର ସୁଯୋଗ ପାଇବେ। ଆପଣ ନିଜକୁ ସେଇ ଗଭୀରତା ମଧ୍ୟକୁ ନେଇଯିବା ପାଇଁ ନିଶ୍ଚୟ ସାହସ ରଖିବେ। ସେ କୁହନ୍ତି, “ଗପରେ ତ ସବୁକିଛି ଥାଏ। ଯାହାକୁ ଯାହା ନେବାର କଥା ସେ ନେଇଯାଏ।” ବେଳେବେଳେ ଗପର ଗୋଟେ ଧାଡ଼ିରେ ସେ ସଂପୂର୍ଣ୍ଣ କବିତାଟେ ପାଆନ୍ତି। ଗୋଟେ ଗୋଟେ ପାରାଗ୍ରାଫ୍ ରେ ଉପନ୍ୟାସ ବି ପାଆନ୍ତି। ସେମିତି ଅନେକ କବିତା ଭିତରେ ଗୋଟେ ଗୋଟେ ଗପକୁ ମଧ୍ୟ ଭୋଗି ଆସିଛନ୍ତି। ୨୦୧୭ ମସିହାରୁ ସେ ଗପ ଲେଖି ଆସୁଛନ୍ତି। ତାଙ୍କ ଲିଖିତ ଅନେକ ଗପ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ଏବଂ ଆଲୋଚିତ ହୋଇଛି। ସେ ସୀମାବଦ୍ଧତାରେ ବିଶ୍ୱାସ ରଖନ୍ତି ଏବଂ ସମାନ ସମୟରେ ସୀମା ଉଲ୍ଲଙ୍ଘନ କରିବାର ସାହସ ମଧ୍ୟ ରଖନ୍ତି।
Product details
- Publisher : Black Eagle Books
- Publication date : 1 October 2025
- Language : Oriya
- Print length : 156 pages
- ISBN-10 : 1645607488
- ISBN-13 : 978-1645607489
- Item Weight : 186 g
- Dimensions : 13.97 x 0.91 x 21.59 cm
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





