Availability: In Stock

Muhurta

200.00

ଏହି ସଂକଳନର ପ୍ରାୟ ଗପ ଲଘୁ ଗଳ୍ପ ଶ୍ରେଣୀଭୁକ୍ତ ଅଳ୍ପରେ ଅନେକ କଥା କହିବାକୁ ଚେଷ୍ଟା କରିଛି କିଛି ଦୀର୍ଘ ଗଳ୍ପ ମଧ୍ୟ୍ୟ ରହିଛି ମୋ କଲେଜ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲିଖିତ ଏହି ଗପ ଗୁଡିକ ଆଶା କରୁଛି ପାଠକଙ୍କ ହୃଦୟକୁ ଛୁଇଁବ ସଂକଳନରେ ସ୍ଥାନିତ ଗପଗୁଡିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ତନ୍ମଧ୍ୟରୁ କଥା, ନବନିତା, ରାଜଭୂମି, ସାମ୍ନା, ମହୁରୀ, ମୁକୁର, ବନଫୁଲ, ବାତାୟନ,ପ୍ରେମ, ସୀମାନ୍ତ,ବୈଶିଷ୍ଟ୍ୟ, ଶୋଭନା, ସମ୍ବାଦ, ଧରିତ୍ରୀ ସାହିତ୍ୟୟାନ, ସେଇଠୁ ଆରମ୍ଭ, ସୂର୍ଯ୍ୟପ୍ରଭା, ସକାଳ, ସଂଚାର, ସର୍ବସାଧାରଣ, ପ୍ରଗତିବାଦୀ, ନିତିଦିନ ଅନ୍ୟତମ ଉକ୍ତ ପତ୍ରପତ୍ରିକାର ସମ୍ପାଦକଙ୍କୁ ହୃଦୟର ସହିତ ମୋର ଧନ୍ୟବାଦ ଓ କୃତଜ୍ଞତା ଗପଟି ପଢି ବହୁ ଦୂରଦୂରାନ୍ତରୁ ଫୋନ ମାଧ୍ୟମରେ ଶୁଭେଚ୍ଛା ଜଣାଉଥିବା ମୋର ପ୍ରତ୍ୟେକ ପାଠକ ପାଠିକାଙ୍କୁ ଆନ୍ତରିକ ଧନ୍ୟବାଦ ମୋ ସୃଜନଶୀଳ ଯାତ୍ରାରେ ଏହା ସର୍ବଦା ମତେ ପ୍ରୋତ୍ସାହିତ କରିବ —ସୁଚରିତା ବେହେରା

Category:

Description

About the Author

ସୁଚରିତା ବେହେରା, ୧୦ ନଭେମ୍ବର ୧୯୮୧ ରେ ଝାରସୁଗୁଡା ଜିଲ୍ଲାର ବଂଜାରୀରେ ଜନ୍ମ ଗ୍ରହଣ କରିଥିଲେ ସାହିତ୍ୟରେ ତାଙ୍କର ବିଧିବଦ୍ଧ ପ୍ରବେଶ ହୁଏ ପ୍ରଗତିବାଦୀ ସମ୍ବାଦପତ୍ରରୁ ସାମାଜିକ କାର୍ଯ୍ୟରେ ସ୍ନାତକୋତ୍ତର (MSW) କରିଥିବା ସୁଚରିତାଙ୍କ ଗଳ୍ପରେ ମାନବୀୟ ସମ୍ବେଦନା ସହିତ ଆମ ଚତୁଃପାର୍ଶ୍ୱରେ ଆତଯାତ ମଣିଷ ମାନଙ୍କ କୋହ, ଲୁହ ଓ ଯନ୍ତ୍ରଣା ଅନୁଭୂତ ହୁଏ ଗଳ୍ପରେ କେତେବେଳେ ସେ ବାସ୍ତବଧର୍ମି ତ କେତେବେଳେ, କଳ୍ପନାଶୀଳ ପୁଣି କେତେବେଳେ ସମ୍ଭାବନାର ଏକ କ୍ଷୀଣ ଆଲୋକ ସୁଚରିତାଙ୍କ ଲିଖିତ ଗଳ୍ପ, ଫିଚର ଓଡିଶାର ବିଭିନ୍ନ ପତ୍ର ପତ୍ରିକାରେ ସମୟ ସମୟରେ ପ୍ରକାଶିତ ହୋଇଆସୁଛି ପରିବର୍ତ୍ତନର ପ୍ରଖରତା ଭିତରେବି ସ୍ଥିରତାକୁ ଜାବୁଡି ଧରିପାରୁଥିବା ସୁଚରିତା କୁହନ୍ତି ” ଜୀବନ ଗଳ୍ପମୟ, ତାକୁ ପଢିବାକୁ ହେଲେ ମୁହୂର୍ତ୍ତଟିଏ ଅଟକିଯିବାକୁ ହେବ”

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 21 October 2025
  • Language ‏ : ‎ Oriya
  • Print length ‏ : ‎ 132 pages
  • ISBN-10 ‏ : ‎ 164560750X
  • ISBN-13 ‏ : ‎ 978-1645607502
  • Item Weight ‏ : ‎ 159 g
  • Dimensions ‏ : ‎ 13.97 x 0.79 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback