Availability: In Stock

Natyacharcha

200.00

‘ନାଟକ’ ସୁସ୍ଥ, ସୁନ୍ଦର ଓ ବଳିଷ୍ଠ ସମାଜର ଦିଗ୍ ଦର୍ଶକ ବୋଲି ଆମେ ବିଶ୍ୱାସ କରୁ । ସମାଜର ସାମ୍ପ୍ରତିକ ସମସ୍ୟାକୁ ବାସ୍ତବ କ୍ଷେତ୍ରରୁ ଆବିଷ୍କାର କରି ଆଣି ଜନ ଚେତନା ଜାଗ୍ରତ କରିବା ଏବଂ ସମାଧାନର ସୂତ୍ର ଖୋଜିବା ପାଇଁ ପ୍ରେରିତ କରିବା ହେଉଛି ନାଟକର ମୂଳ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ଓଡ଼ିଆ ନାଟକ ଓ ମଂଚ ପାଇଁ ଯେଉଁ କେତେଜଣ ନାଟ୍ୟକାର ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରି ଦେଇଛନ୍ତି ସେମାନଙ୍କ ଭିତରୁ ବଛା ବଛା କେତେକ ନାଟ୍ୟକାରଙ୍କ ନାଟକ ତଥା ଅନ୍ୟାନ୍ୟ ନାଟକ ସମ୍ପର୍କିତ କେତୋଟି ବିଷୟକୁ ମୋର ଏହି ‘ନାଟ୍ୟଚର୍ଚ୍ଚା’ ପୁସ୍ତକରେ ଆଲୋଚନା କରାଯାଇଛି ।

Categories: , Tags: ,

Description

About the Author

ସାମଗ୍ରୀକ ଭାବେ ସାହିତ୍ୟ ପ୍ରତି ସମର୍ପିତ ଡକ୍ଟର ସବିତାବାଳା ନାୟକ ସାମ୍ପ୍ରତିକ ସମୟର ଜଣେ ନବ ଆଗନ୍ତୁକା । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ କୃତିତ୍ୱର ସହ ଏମ୍].ଏ. ଏବଂ ଏମ୍].ଫିଲ୍ ଉତ୍ତିର୍ଣ୍ଣ ହେବା ପରେ ନାଟକରେ ଉଚ୍ଚତ୍ତର ଗବେଷଣା କରି ସେଠାରୁ ୨୦୨୧ ମସିହାରେ ସମ୍ମାନ ସୂଚକ ପିଏଚ୍].ଡି. ଲାଭ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଅଧ୍ୟୟନ, ଅଧ୍ୟାପନା ସହିତ ସୃଜନଶୀଳ ରଚନା, ସମାଲୋଚନା ଓ ଗବେଷଣା ହେଉଛି ତାଙ୍କର ସ୍ୱାତନ୍ତ୍ର]୍ୟ। ଲେଖିକାଙ୍କ ଗବେଷଣାତ୍ମକ ପ୍ରବନ୍ଧ ଏବଂ ସମାଲୋଚନା ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇ ଆସୁଅଛି। ‘ଉତ୍ତର ଆଧୁନିକତାର ନାଟ୍ୟକାର ସୁବୋଧ ପଟ୍ଟନାୟକ’ ନାମକ ପୁସ୍ତକ ତାଙ୍କ ସାଧନା ଓ ସିଦ୍ଧିର ଫଳଶ୍ରୁତି, ଯାହା ପାଠକ ମହଲରେ ବେଶ୍ ସଫଳତା ଅର୍ଜନ କରିଛି। ସଂପ୍ରତି ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ସହକାରୀ ପ୍ରଫେସର୍ ଭାବରେ କାର୍ଯ୍ୟରତା।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 1 May 2026
  • Language ‏ : ‎ Oriya
  • Print length ‏ : ‎ 128 pages
  • ISBN-10 ‏ : ‎ 1645608689
  • ISBN-13 ‏ : ‎ 978-1645608684
  • Item Weight ‏ : ‎ 158 g
  • Dimensions ‏ : ‎ 13.97 x 0.76 x 21.59 cm
  • Country of Origin ‏ : ‎ India

Indian Edition Also available on:

Additional information

book-author

Language

Odia

select-format

Paperback