Description
About the Author
ସମକାଳର ଜଣେ ପ୍ରତିଶ୍ରୁତି ସଂପନ୍ନ ଯୁବ ଅଧ୍ୟାପକ ଓ ସାହିତ୍ୟ ସମୀକ୍ଷକ । ଦକ୍ଷିଣ ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ଆଲୋଚନା ଏବଂ ପର୍ଯ୍ୟାଲୋଚନାରେ ବିଶେଷ ରୁଚି ରଖୁଥିବା ଦେବାଶିଷ ମହାପାତ୍ରଙ୍କ ସର୍ଜନାର ପରିସର ବ୍ୟାପ୍ତ ନହେଲେ ସୁଦ୍ଧା ସମ୍ଭାବନାର ଅଜସ୍ର ଅନୁରାଗରେ ତାଙ୍କ ସୃଷ୍ଟିଶୀଳ ବ୍ୟକ୍ତିତ୍ୱର ଅନୁସନ୍ଧିତ୍ସା ଅନାହତ । ଓଡ଼ିଆ ସମାଲୋଚନା ସାହିତ୍ୟ ଭବିଷ୍ୟତରେ ଏହି ଯୁବ ଉଦ୍ୟମୀଙ୍କ ଅଧ୍ୟବସାୟ ଦ୍ୱାରା ଅନେକ ଫଳଶ୍ରୁତିରେ ପଳାଶମଣ୍ଡିତ ହେବ ବୋଲି ଆମ୍ଭର ଆଶା ଓ ବିଶ୍ୱାସ । ସ୍ମିତହସିତ ଶିଷ୍ଟାଚାର ସଂପନ୍ନ ଦେବାଶିଷଙ୍କ ଆଖିରେ ଆଖିଏ ସ୍ୱପ୍ନ ଏବଂ ପ୍ରତିବଦ୍ଧତାର ପର୍ଯ୍ୟାପ୍ତ ପ୍ରାଚୁର୍ଯ୍ୟରେ ପରିଶୀଳିତ ତାଙ୍କ ପରି ଗ୍ରହଣୀୟ ଆସ୍ପୃହା । ଅଧ୍ୟାପନାର ସ୍ନିଗ୍]ଧ ଗମ୍ଭୀର ଅନୁଭୂତି ସହିତ ଶିକ୍ଷାର୍ଥୀର ସଲ୍ଲଜ ଜିଜ୍ଞାସା ତାଙ୍କୁ ଓଡ଼ିଆ ସମାଲୋଚନାର ବାନପ୍ରସ୍ଥରେ ନାମିତ କରିବ ନିଶ୍ଚୟ । ସେ ଜୟପୁର ସ୍ଥିତ ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଓଡ଼ିଆ ସମ୍ମାନରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ୨୦୧୭ ମସିହାରେ ଉତ୍ତୀର୍ଣ୍ଣ ହେବା ପରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ୨୦୧୯ ମସିହାରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୨୦୨୧ ମସିହାରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ‘ଦକ୍ଷିଣ ଓଡ଼ିଶାର ସଂଗୀତ ନାଟକ ପରମ୍ପରା ଏକ ଅଧ୍ୟୟନ’ ଶୀର୍ଷକ ନିବନ୍ଧ ଉପସ୍ଥାପନା କରି ଏମ୍].ଫିଲ୍]. ଡିଗ୍ରୀ ପ୍ରାପ୍ତ । ଓଡ଼ିଶାର ବହୁ ପ୍ରତିଷ୍ଠିତ ଓ ବିଦିତ ପତ୍ରପତ୍ରିକାରେ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ, ଆଧୁନିକ ଓଡ଼ିଆ ନାଟକ ଓ ସ୍ୱାଧୀନୋତ୍ତର ଓଡ଼ିଆ କବିତା ସଂପର୍କରେ ତାଙ୍କ ଦ୍ୱାରା ରଚିତ ଅନେକ ପ୍ରବନ୍ଧ ପ୍ରକାଶିତ ହୋଇ ବିଦ୍ୟାଧ୍ୟାୟୀ ବିଦ୍ୱାନ୍ ଆଲୋଚକବର୍ଗଙ୍କ ପ୍ରଶଂସାଭାଜନ ହୋଇପାରିଛି । ପୂର୍ବରୁ ସେ ପାରଳାଖେମୁଣ୍ଡିର ନାଟ୍ୟ ପ୍ରତିଭା ଆପନ୍ନା ପରିଚ୍ଛାଙ୍କ ତିନୋଟି ନାଟକ ସଂଗ୍ରହ ଓ ସଂକଳନ କରି ‘ଅମୃତ ଅନୁଭବର ଅବିସ୍ମୃତ ବ୍ୟକ୍ତି ଆପନ୍ନା ପରିଚ୍ଛାଙ୍କ ନାଟ୍ୟକୃତି’ ନାମରେ ଏକ ପୁସ୍ତକ ପ୍ରକାଶ କରିଛନ୍ତି ।
Product details
- Publisher : Black Eagle Books
- Publication date : 15 September 2023
- Language : Oriya
- Print length : 338 pages
- ISBN-10 : 1645604489
- ISBN-13 : 978-1645604488
- Item Weight : 431 g
- Dimensions : 13.97 x 1.93 x 21.59 cm
- Country of Origin : India
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Peacock Books, DE-155, TAGORE GARDEN, NEW DELHI, India 110027






