Gourahari Das

Gourahari Das

କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାର ଭଳି ବହୁ ପୁରସ୍କାର ଲାଭ କରିଥିବା ଗୌରହରି ଦାସ (୧୯୬୦) ଓଡ଼ିଆ ସାହିତ୍ୟର ଜଣେ କୃତବିଦ୍ୟ ଯଶସ୍ୱୀ ଲେଖକ। ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ନାଟକ ପ୍ରଭୃତି ସାହିତ୍ୟର ବିଭିନ୍ନ ବିଭାଗରେ ନିଜର ସାମର୍ଥ୍ୟ ପ୍ରତିପାଦିତ କରିଥିବା ଏହି ଲେଖକଙ୍କର ବହୁ ପୁସ୍ତକ ବିଭିନ୍ନ ଭାଷାରେ ଅନୂଦିତ ହୋଇଛି। ତାଙ୍କ ରଚିତ ଗଳ୍ପ ଆଧାରରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ନିର୍ମିତ ହୋଇଛି ଏବଂ ଏହା ଜାତୀୟ ପୁରସ୍କାର ଲାଭ କରିଛି। ଅଶୀରୁ ଊର୍ଦ୍ଧ୍ୱ ପୁସ୍ତକର ଲେଖକ ଗୌରହରି ଦାସଙ୍କ ବୈଶିଷ୍ଟ୍ୟ ହେଲା ବିବିଧବର୍ଣ୍ଣା କଥାଭୂମି ଏବଂ ବିଶ୍ୱସନୀୟ ଚରିତ୍ର ସମାବେଶ। ନିଜ ସଂପ୍ରଦାୟର ଲୋକକଳା ଓ ପରଂପରାକୁ ବଞ୍ଚେଇ ରଖିବାକୁ ଚାହୁଥିବା ଦୁଇଟି ଆଦିବାସୀ ପରିବାରର ସଂଘର୍ଷ ଉପରେ ଆଧାରିତ ଉପନ୍ୟାସ ହଜିଲା ଗୀତର ସୁର ଲେଖକଙ୍କର ଏକ ଉଲ୍ଲେଖନୀୟ ଅବଦାନ।

Books By Gourahari Das