Availability: In Stock

Adima Aranya

200.00

ଆଦିବାସୀମାନେ ହିଁ ଭାରତ ଭୂଖଣ୍ଡର ଆଦିମ ଅଧିବାସୀ । ଆର୍ଯ୍ୟମାନେ ଭାରତ ଆସିଲାପରେ ସୈନ୍ଧବ ଗାଙ୍ଗେୟ ସମତଳ ଭୂମି ଆଦିବାସୀମାନଙ୍କଠାରୁ ଛଡ଼େଇ ନେଇ ସେମାନଙ୍କୁ ପାହାଡ଼ ପର୍ବତ ଘେରା ଦୁର୍ଗମ ଅରଣ୍ୟକୁ ବିତାଡ଼ିତ କରିଥିଲେ । ବ୍ରିଟିଶ ସରକାର ଭାରତ ଅଧିକାର କଲାପରେ ଆଦିବାସୀମାନଙ୍କଠାରୁ ଅରଣ୍ୟ ସମ୍ପଦ ଉପରେ ଥିବା ସେମାନଙ୍କର ଅଧିକାର ଛଡ଼ାଇ ନେଇଥିଲେ । ଦେଶ ସ୍ୱାଧୀନ ହେଲା ପରେ ସ୍ୱଦେଶୀ ସରକାର ଆଦିବାସୀମାନଙ୍କୁ ଅରଣ୍ୟ ସମ୍ପଦ ଉପରେ ଥିବା ସେମାନଙ୍କର ଅଧିକାର ଫେରାଇ ଦେବା ପରିବର୍ତ୍ତେ ଦେଶୀ, ବିଦେଶୀ କମ୍ପାନୀମାନଙ୍କୁ ଅରଣ୍ୟରେ ଖଣିଜ, ବନଜ ସମ୍ପଦ ଲୁଟ୍ କରି ସେମାନେ କଳକାରଖାନା ବସାଇବା ପାଇଁ ଅନୁମତି ଦେଇ ଆଦିବାସୀମାନଙ୍କୁ ବିସ୍ଥାପିତ କରି ଚାଲିଛନ୍ତି ।

ଆଦିବାସୀ ଜୀବନର ଏହି ମର୍ମନ୍ତୁଦ ପ୍ରେକ୍ଷାପଟ୍ଟରେ ଗଢ଼ି ଉଠିଛି ଏ ଉପନ୍ୟାସର କଥାବସ୍ତୁ । କେନ୍ଦୁଝର ମାଝିପଡ଼ାର ମାଆ ଛେଉଣ୍ଡ କାନୁକୁ ଗୁରୁମାଆ ନିଜ ପୁଅ ବନୁଠାରୁ ଅଧିକ ଯତ୍ନରେ ବଢ଼ାଇଥିଲେ, ପଢ଼ାଇଥିଲେ । କାନୁ ପାଠପଢ଼ି ହାକିମ ହେଲେ ମାଝିପଡ଼ାରୁ ଦୁଃଖ ଯିବ । ସାହୁକାର, ଜଙ୍ଗଲ ଜମାଦାର, ଠିକାଦାରମାନଙ୍କ ଶୋଷଣ, ଅତ୍ୟାଚାରରୁ ବଞ୍ôଚ ବର୍ତ୍ତି ଯିବେ ମାଝିପଡ଼ା, ଧାମପାଲିର ଆଦିବାସୀମାନେ ।

କାନୁ ମାଝି ପାଠପଢ଼ି ହାକିମ ହେଲା । ଆଇ.ଏ.ଏସ୍]. ଅଫିସର । ତା’ର ପିଲାଦିନର ଖେଳସାଥୀ ଧାନୀକୁ ବାହାହେବ ବୋଲି କଥା ଦେଇଥିଲା କାନୁ । କିନ୍ତୁ ବଡ଼ ହାକିମ ହେଲା ପରେ ଧାନୀ ଭଳି ଅପାଠୋଇ ଧାଙ୍ଗଡ଼ିକୁ ବାହାହେଲେ ସେ ତା’ ସହିତ ପାଦ ମିଳାଇ ଚାଲି ପାରିବ ନାଇଁ ବୋଲି ତା’ର ଉପର ଅଫିସର୍ ଅଣଆଦିବାସୀ ଆଇ.ଏ.ଏସ୍]. ଅଫିସରଙ୍କ ଝିଅକୁ ବାହାହୋଇ ପଡ଼ିଲା କାନୁ ।

ଓଡ଼ିଆ କଥା ସାହିତ୍ୟର ଶିଖର ପୁରୁଷ ବିଭୂତି ପଟ୍ଟନାୟକଙ୍କ ଏହି କାଳଜୟୀ ଉପନ୍ୟାସ ଅବଲମ୍ବନରେ ନିର୍ମିତ ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ଚଳଚିତ୍ର ‘ହାକିମବାବୁ’ ୧୯୮୫ ମସିହାରେ ପୂର୍ଣ୍ଣ ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ଦର୍ଶକମାନଙ୍କ ଉଚ୍ଛ୍ୱସିତ ପ୍ରଶଂସା ଲାଭ କରିଥିଲା ।

Category:

Description

About the Author

ଆଧୁନିକ ଓଡ଼ିଆ କଥା ସାହିତ୍ୟରେ ଅଜସ୍ରସ୍ରାବୀ ସର୍ଜନାର ରୂପକାର ଭାବେ ବିଭୂତି ପଟ୍ଟନାୟକ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ତାଙ୍କ ଜନ୍ମ ୧୯୩୭ ମସିହାରେ ଜଗତ୍]ସିଂହପୁର ଜିଲ୍ଲା ଅନ୍ତର୍ଗତ ଡିଙ୍ଗେଶ୍ୱର ନିକଟବର୍ତ୍ତୀ ଜିରା ଗ୍ରାମରେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ‘ଓଡ଼ିଆ ଉପନ୍ୟାସର ସମାଜତାତ୍ତ୍ୱିକ ଅଧ୍ୟୟନ’ ଶୀର୍ଷକ ସନ୍ଦର୍ଭ ପ୍ରସ୍ତୁତ କରି ସେ ପିଏଚ୍].ଡି. ଡିଗ୍ରୀ ଲାଭ କରିଛନ୍ତି । ବିଭୂତି ପଟ୍ଟନାୟକ ଆଧୁନିକ ଓଡ଼ିଆ କଥାଜଗତକୁ ନିଜର ଗୁଣାତ୍ମକ ତଥା ପରିମାଣାତ୍ମକ ସୃଷ୍ଟିସମ୍ଭାର ମାଧ୍ୟମରେ ଋଦ୍ଧିମନ୍ତ କରିଛନ୍ତି । ତାଙ୍କ କଥା ସାହିତ୍ୟର ବାତାୟନ ମଧ୍ୟ ଦେଇ ପାଠକ ସାମାଜିକ, ରାଜନୀତିକ ତଥା ମାନବୀୟ ଜୀବନଧାରାର ପରିବର୍ତ୍ତିତ ରୂପଚିତ୍ରକୁ ଉପଲବ୍ଧ କରିପାରେ । ପ୍ରେମ, ପ୍ରତାରଣା, ସଂଘର୍ଷ, ସ୍ଖଳନ, ଆତ୍ମସ୍ୱାଭିମାନ ତଥା ଆତ୍ମପ୍ରତିଷ୍ଠାର ମାନବୀୟ ମୂଲ୍ୟବୋଧକୁ ନେଇ ତାଙ୍କର ଗଳ୍ପ ଉପନ୍ୟାସ ପରିପୁଷ୍ଟ । ‘ଚପଳଛନ୍ଦା’ ଉପନ୍ୟାସରୁ ଆରମ୍ଭ କରି ‘ନାୟିକାର ନାମ ଶ୍ରାବଣୀ’, ‘ବଧୂନିରୁପମା’, ‘ଅଶ୍ୱମେଧର ଘୋଡ଼ା’, ପ୍ରମୁଖ ଉପନ୍ୟାସ, ‘ମନ ଭଲ ନାହିଁ’, ପ୍ରମୁଖ ଗଳ୍ପ ସଂକଳନ ବିଭୂତୀୟ କଥାଚାତୁରୀର ସ୍ୱତନ୍ତ୍ର ପରିଚୟ ବହନ କରନ୍ତି । ଆଖି ଆଗର ସମାଜ, ଚରିତ୍ର, ଘଟଣା ଓ ପରିବେଶକୁ ନେଇ ତାଙ୍କ କଥାଜଗତ ଅତ୍ୟନ୍ତ ନିଚ୍ଛକ ଓ ଜୀବନ୍ତ ମନେ ହୁଏ । ଉପନ୍ୟାସ ଏବଂ ଗଳ୍ପ ବ୍ୟତୀତ ସେ ଜଣେ ବୁଦ୍ଧିଦୀପ୍ତ ପ୍ରାବନ୍ଧିକ ତଥା ସମାଲୋଚକ ମଧ୍ୟ । ସେ ପାଇଥିବା ବିଭିନ୍ନ ସମ୍ମାନ ଓ ପୁରସ୍କାର ମଧ୍ୟରେ ‘ଅଶ୍ୱମେଧର ଘୋଡ଼ା’ ଉପନ୍ୟାସ ପାଇଁ ୧୯୮୫ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୯ର ଶାରଳା ପୁରସ୍କାର, ‘ମହିଷାସୁରର ମୁହଁ’ ଗଳ୍ପ ସଂକଳନ ପାଇଁ ୨୦୧୫ର ସାହିତ୍ୟ ଏକାଡମୀ ପୁରସ୍କାର, ୨୦୧୬ର ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ଉଲ୍ଲେଖଯୋଗ୍ୟ । ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଅନେକ ବର୍ଷ ଓଡ଼ିଆ ଭାଷା ସାହିତ୍ୟରେ ଶିକ୍ଷାଦାନ କଲାପରେ ଅବସରଗ୍ରହଣ କରି ସମ୍ପ୍ରତି ଭୁବନେଶ୍ୱରରେ ରୁହନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 29 November 2022
  • Language ‏ : ‎ Oriya
  • Print length ‏ : ‎ 146 pages
  • ISBN-10 ‏ : ‎ 1645600971
  • ISBN-13 ‏ : ‎ 978-1645600978
  • Item Weight ‏ : ‎ 195 g
  • Dimensions ‏ : ‎ 13.97 x 0.86 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

select-format

Paperback

Language

Odia