Description
About the Author
ବିଶିଷ୍ଟ ସାହିତ୍ୟିକା ଓ ସମାଜସେବୀ ଶ୍ରୀମତୀ କୁନ୍ତଳା କୁମାରୀ ଆଚାର୍ଯ୍ୟ ୧୧ ଫେବୃଆରୀ ୧୯୩୨ରେ ପୁରୀ ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ ‘ଅଦିନ ମେଘ’ ୧୯୭୦ରେ ଚଳଚ୍ଚିତ୍ର ଭାବେ ନିର୍ମାଣ କରାଯାଇଥିଲା ଓ ସେଇ ବର୍ଷ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା। ଶ୍ରୀମତୀ ଆଚାର୍ଯ୍ୟ ଅଠର ଖଣ୍ଡ ପୁସ୍ତକର ରଚୟିତା। ଲେଖିକାଙ୍କ ସାରସ୍ୱତ ସମ୍ଭାରଗୁଡ଼ିକ ହେଲା, ଗଳ୍ପ ସଂକଳନ- ‘ହିସାବ ଖାତା’, ‘ସ୍ମୃତି ବିସ୍ମୃତି’, ‘ଏକାନ୍ତ ଆପଣାର’, ‘ନୀଳ ଅନଳ’, ‘ତୃତୀୟ ବିଶ୍ୱ’; ଉପନ୍ୟାସ- ‘ଅଦିନ ମେଘ’, ‘ଦୂରଦିଗନ୍ତ’, ‘ଜୀବନ ମହାନିଶା’, ‘ଇଚ୍ଛା ନଈର ସୁଅ’ ‘ଅନାବରଣ’, ‘ଅଲିଖିତ ଅନୁଲିପି’; ଅନୁବାଦ ସାହିତ୍ୟ- ‘ତା ପରେ’, ‘ଶେଷରେ…’। ଶ୍ରୀମତୀ ଆଚାର୍ଯ୍ୟ ପାଇଥିବା ସମ୍ମାନ ଓ ପୁରସ୍କାର ମଧ୍ୟରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (ଶ୍ରେଷ୍ଠ କାହାଣୀ, ୧୯୭୩-୭୪), ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ (୨୦୦୫), କାଦମ୍ବିନୀ ସାହିତ୍ୟ ସମ୍ମାନ (୨୦୦୯), କଥାକାର ସମ୍ମାନ (୨୦୧୩, ଯୁଗଶ୍ରୀ ଯୁଗନାରୀ ଦ୍ୱାରା ପ୍ରଦତ୍ତ), ଜାନକୀ ଦେବୀ ବାଜାଜ ପୁରସ୍କାର, କସ୍ତୁରବା ଗାନ୍ଧୀ ସମ୍ମାନ ଉଲ୍ଲେଖଯୋଗ୍ୟ। ଶ୍ରୀମତୀ ଆଚାର୍ଯ୍ୟ ସମ୍ପ୍ରତି ପୁରୀ ସହରରେ ବାସ କରୁଛନ୍ତି।
Product details
- Publisher : Black Eagle Books
- Publication date : 5 April 2025
- Language : Oriya
- Print length : 122 pages
- ISBN-10 : 1645606767
- ISBN-13 : 978-1645606765
- Item Weight : 150 g
- Dimensions : 13.97 x 0.74 x 21.59 cm
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





