Availability: In Stock

ADWAITA MOHANTY SAMAGRA SARJANA SAMBHAR

900.00

ଅଦ୍ୱୈତ ପ୍ରସାଦ ମହାନ୍ତିଙ୍କ ଜୀବନୀରୁ ଜାଣିଲେ ଯେ ସେ ପ୍ରଥମେ କବି, ପରେ ଗାଳ୍ପିକ, ପରେ ପ୍ରାବନ୍ଧିକ ଓ ଶେଷରେ ଔପନ୍ୟାସିକ । ଯାହା ପୂର୍ବରୁ କୁହାଯାଇଛି ‘ସମାଜ’ରେ ତାଙ୍କର କବିତା ହିଁ ପ୍ରଥମେ ପ୍ରକାଶ ପାଇଥିଲା (୧୯୫୮) । ପରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ ଗଳ୍ପ ସଂପୃକ୍ତ ସଂସ୍ଥାର ମୁଖପତ୍ରରେ ପ୍ରକାଶ ପାଇଥିଲା (୧୯୬୦) । ପ୍ରଜାତନ୍ତ୍ରରେ ପ୍ରବନ୍ଧ ରଚନା ପାଇଁ ସେ ପୁରସ୍କାର ପାଇଛନ୍ତି (୧୯୬୯) । ଉପନ୍ୟାସ ଲେଖନ୍ତି ୧୯୮୩ ମସିହାରେ । ଏଣୁ ତାଙ୍କ ସର୍ଜନା ବିଚାର ସେହି କ୍ରମରେ କରିବା (କ) କବି ଅଦ୍ୱୈତ ପ୍ରସାଦ (ଖ) ପ୍ରାବନ୍ଧିକ ଅଦ୍ୱୈତ ପ୍ରସାଦ (ଗ) ଗାଳ୍ପିକ ଅଦ୍ୱୈତ ପ୍ରସାଦ (ଘ) ଔପନ୍ୟାସିକ ଅଦ୍ୱୈତ ପ୍ରସାଦ (ଙ) ଉପସଂହାର ।

ଲେଖାଲେଖିରୁ ଅଦ୍ୱୈତ ପ୍ରସାଦ କିଛି ପାଇ ନଥିଲେ (ସ୍ଥୂଳ ଅର୍ଥରେ ଧନ, ବୈଭବ, ପୁରସ୍କାର, ଚର୍ଚ୍ଚା, ପ୍ରଶଂସା) ଏପରିକି ନିଜ ଲେଖାର ବହିରୂପ ସୁଦ୍ଧା ଦୁଇଖଣ୍ଡ ମାତ୍ର ଦେଖିପାରିଥିଲେ; ତଥାପି ସେ କହୁଥିଲେ (ଆଗାମୀ ଜନ୍ମରେ କ’ଣ ହୋଇ ଜନ୍ମିବାକୁ ଇଚ୍ଛା? ପ୍ରଶ୍ନର ଉତ୍ତରରେ) – “ଲେଖକଟିଏ । ଇହକାଳରେ ଚେତନାର ଯେଉଁସ୍ତରକୁ ଉଠି ମୋର ଅନ୍ତିମ ରଚନାଟି ଲେଖିଥିବି ପରଜନ୍ମରେ ସେହିଠାରୁ ମୋର ଜୀବନାରମ୍ଭ ହେଉ ଏହାହିଁ ମୋର ଅନ୍ତିମ ଇଚ୍ଛା ।”

ଆତ୍ମରକ୍ଷା ଉପନ୍ୟାସର ନାୟକର ଆଦର୍ଶ ପରି ଏବଜନ୍ମର ସଂସ୍କାର ଓ ଚେତନାର ସର୍ବୋଚ୍ଚ ସ୍ଥିତିଟି ଆରଜନ୍ମର ଅୟମାରମ୍ଭ ସ୍ତର ହେଉ- କାମନା କରୁଥିବା ଜୀବନ ଶୁଭବିଶ୍ୱାସୀ, ଜଗତ କଲ୍ୟାଣକାମୀ, ଋଷିପ୍ରତିମ ଅଦ୍ୱୈତ ମହାନ୍ତିଙ୍କ ସମଗ୍ର ଜୀବନ ଥିଲା ସାହିତ୍ୟ ସମର୍ପିତ ।

Categories: ,

Description

About the Author

ବ୍ୟକ୍ତିଜୀବନ, ବୃତ୍ତିଜୀବନ ସମେତ ସାହିତ୍ୟଜୀବନ ଜୀଇଁଥିବା ଜଣେ ଭଲ ମଣିଷ, ଭଲ ସାଥୀ ଓ ଭଲ ସାହିତ୍ୟିକ ଭାବରେ ଅଦ୍ୱୈତ ମହାନ୍ତି ଏହି ଓଡ଼ିଆ ସାମାଜିକ ପରିମଣ୍ଡଳରେ ୧୯୪୨-୧୯୯୮ର ଜଣେ କୃତକର୍ମା ମଣିଷ ଥିଲେ । ସାହିତ୍ୟିକ ଭାବରେ ମୌଳିକ ସର୍ଜନା ସ୍ୱରୂପ ୩ଖଣ୍ଡ ଉପନ୍ୟାସ ଓ ୪ଖଣ୍ଡ ଗଳ୍ପ ଗ୍ରନ୍ଥ ଏବଂ ଗ୍ରନ୍ଥରୂପ ପାଇନଥିବା ଶତାଧିକ ପୃଷ୍ଠାର କବିତା, ପ୍ରବନ୍ଧ, ଅନୁବାଦର ସ୍ରଷ୍ଟା ଶ୍ରୀ ଅଦ୍ୱୈତ ପ୍ରସାଦ ତାଙ୍କ ସମକାଳୀନ ଓଡ଼ିଆ ସାହିତ୍ୟରେ ଯେ ଜଣେ ଅଦ୍ଭୁତ ପ୍ରତିଭା ଥିଲେ ତାହାହିଁ ଉତ୍ତରପିଢ଼ିପାଇଁ ଆକ୍ଷର ରଖିଯିବା ଏହି ଆଲେଖ୍ୟର ଉଚିତ ପ୍ରୟାସ ।ସାହିତ୍ୟ-ଜୀବନରେ ସତୀର୍ଥ ମାନଙ୍କ ସାଥୀତ୍ୱ ସହିତ ସମଧର୍ମା କନିଷ୍ଠଙ୍କ ସାରଥୀତ୍ୱ ଭୂମିକା ନିର୍ବାହରେ ଅକ୍ଳାନ୍ତ ଅଭିନିବିଷ୍ଟ ରହି ଆପଣା ସର୍ଜନାକୁ ଅବହେଳା କରିବାର ଦମ୍ଭ ଓ ସନ୍ତୋଷ ପାଉଥିବା ଜଣେ ଲେଖକ ଥିଲେ ଅଦ୍ୱୈତ ପ୍ରସାଦ ମହାନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 16 January 2024
  • Language ‏ : ‎ Oriya
  • Print length ‏ : ‎ 554 pages
  • ISBN-10 ‏ : ‎ 164560487X
  • ISBN-13 ‏ : ‎ 978-1645604877
  • Item Weight ‏ : ‎ 871 g
  • Dimensions ‏ : ‎ 16.99 x 2.84 x 24.41 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback