Availability: In Stock

Akasha Pari Nibida

Author: Sourindra Barik

150.00

ଜୀବନରେ ଶୂନ୍ୟଗର୍ଭା ଉଦାର ଆକାଶ ଉପରେ ପ୍ରତ୍ୟେକ ମଣିଷକୁ ହରରଙ୍ଗୀ ଚଢ଼େଇ ମନେ କରୁଥିବା କବି ସୌରୀନ୍ଦ୍ର ବାରିକଙ୍କ ‘ଆକାଶ ପରି ନିବିଡ଼’ କବିତା ସଂକଳନ ନିଚ୍ଛକ ଜୀବନଚିତ୍ର ପ୍ରଦାନ କରେ । ମହୁମାଛି ପରି ଆଲୁଅର ଡେଣାମେଲି ହୃଦୟକୁ ଆକ୍ରାନ୍ତ କରୁଥିବା ସ୍ମୃତିମାନଙ୍କୁ ନେଇ କବିପ୍ରାଣ ପ୍ରଗଳ୍]ଭ । ସେ ମ୍ଳାନ ସ୍ମୃତିର ପୃଷ୍ଠା ଭିତରେ ଶୁଷ୍କ ଜୀବନକୁ ପୁଣି ସାମାନ୍ୟ ସକ୍ରିୟ କରି ନେବାକୁ ତାଙ୍କର ଆଗ୍ରହ । କିନ୍ତୁ ତାଙ୍କୁ ମନେ ହୁଏ ‘ସ୍ମୃତିର ଶୁଖିଲା ହାଡ଼କୁ ରେକୁଟି ରେକୁଟି ଶେଷରେ ନିଜ ଲୁହ ଚାଖିବା ହିଁ ଯେମିତି ଖାଲି ସାର ହୁଏ’ । ପରିବର୍ତ୍ତନଶୀଳ ଆକାଶୀ ମନ ନେଇ ସମ୍ପର୍କ ବଦଳେ । ପ୍ରତାରଣା, ସମ୍ପର୍କର ଦୂରତ୍ୱ, ଅଶ୍ରୁ, ସ୍ୱପ୍ନ ମଧ୍ୟରେ ସ୍ନେହ କାଙ୍ଗାଳ କବିସତ୍ତା ତା’ର କବିତାର ଶବ୍ଦଙ୍କୁ ସାଉଁଟିନିଏ । ସେଇ ନିତିଦିନିଆ କଥା, ପ୍ରଜାପତି, ଫୁଲ, ହସ-କାନ୍ଦ, ଲୁହର ଶବ୍ଦ-ଦର୍ପଣରେ କବିଙ୍କୁ ଜୀବନର ବହୁବିଧ ରୂପ ଆଶ୍ୱାସନା ଦିଏ । କବିତାର ଶବ୍ଦ ଘୋଟି ଯା’ନ୍ତି ମେଘ ଓ ଅନ୍ଧାର ପରି ପୁଣି ଶବ୍ଦସବୁ ଫୁଟି ଉଠନ୍ତି ତାରା ଓ ଫୁଲ ପରି । କବି ସୌରୀନ୍ଦ୍ରଙ୍କ କବିତାର ପ୍ରତିଟି ଶବ୍ଦରେ ଅସଂଖ୍ୟ ପୃଥିବୀ, ଅସଂଖ୍ୟ ଈଶ୍ୱର କବିର ନାଭିକମଳକୁ ଧାରଣ କରନ୍ତି । ବାସ୍ ତା’ପରେ କବି ଚେତନା ଆକାଶ ପରି ନିବିଡ଼ ହୋଇଯାଏ ।

Category:

Description

About the Author

ସୌରୀନ୍ଦ୍ର ବାରିକ (୧୯୩୮-୨୦୧୬) ଆଧୁନିକ ଓଡ଼ିଆ କବିତା ସାହିତ୍ୟରେ ସଂପର୍କର ମହନୀୟତାକୁ କଳାତ୍ମକ ରୂପ ପ୍ରଦାନ କରିଥିବା ଜଣେ ଭାବପ୍ରବଣ କବି ଭାବରେ ସୌରୀନ୍ଦ୍ର ବାରିକ ଜଣେ ଯଶସ୍ୱୀ ସ୍ରଷ୍ଟାପୁରୁଷ । ୧୯୩୮ ମସିହା ଅକ୍]ଟୋବର ୩ ତାରିଖରେ ମୟୂରଭଞ୍ଜ ଜିଲ୍ଲାସ୍ଥ ବାରିପଦାରେ ସେ ଭୂମିଷ୍ଠ ହୋଇଥିଲେ । ଇଂରାଜୀ ଭାଷା-ସାହିତ୍ୟର ଅଧ୍ୟାପନା ମଧ୍ୟରେ କବିତା, ପ୍ରବନ୍ଧ ଏବଂ ଅନୁବାଦ କର୍ମ ତାଙ୍କୁ ଓଡ଼ିଆ ସାହିତ୍ୟରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି । ତାଙ୍କର ସୃଷ୍ଟିଗୁଡ଼ିକ ମଧ୍ୟରେ ରହିଛି- ‘ସାମାନ୍ୟ କଥନ’, ‘ଉପଭାରତ’, ‘ଆକାଶ ପରି ନିବିଡ଼’, ‘ଅନୁଭାରତ’, ‘ଚହଲା ଛାଇରେ ଘଡ଼ିଏ’, ‘ଗୁଣୁଗୁଣୁ ଚିତ୍ରପଟ’, ‘ଲୁହଠୁଁ ବି ଅନ୍ତରଙ୍ଗ’, ‘ଆମେ ଦୁହେଁ’, ‘ପଢ଼ ବା ନପଢ଼’, ‘ହଳଦୀବସନ୍ତ’, ‘ଯେତେସବୁ ବୀଥିକୁ ନେଇ’, ‘ଭାରି ମନେପଡ଼େ’ ପ୍ରମୁଖ କବିତା ଗ୍ରନ୍ଥ । କବି ସୌରୀନ୍ଦ୍ର ବାରିକଙ୍କୁ ‘ଆକାଶ ପରି ନିବିଡ଼’ କବିତା ସଂକଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିବାବେଳେ ‘ସାମାନ୍ୟ କଥନ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ହୋଇଛି । ବିବିଧ ସଂପର୍କର ସେତୁବନ୍ଧ ମଧ୍ୟ ଦେଇ ଜୀବନ ସକ୍ରିୟ ଏବଂ ଗତିଶୀଳ ହୁଏ ବୋଲି କବି ସୌରୀନ୍ଦ୍ରଙ୍କ ସଂପର୍କ ତତ୍ତ୍ୱ ଅନବଦ୍ୟ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 21 November 2022
  • Language ‏ : ‎ Oriya
  • Print length ‏ : ‎ 76 pages
  • ISBN-10 ‏ : ‎ 1645600912
  • ISBN-13 ‏ : ‎ 978-1645600916
  • Item Weight ‏ : ‎ 109 g
  • Dimensions ‏ : ‎ 13.97 x 0.46 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback