Availability: In Stock

Anupama Priyatama

Author: Ramesh Patnaik

250.00

ଗୌରାଙ୍ଗ, କହିପାରିବ ଭଗବାନ କେଉ଼ଁଠି ଅଛନ୍ତି?

 

ସ୍ବାମୀଜୀଙ୍କ ପ୍ରଶ୍ନରେ ଚମକି ପଡିଲା ଗୌରାଙ୍ଗ। ଭଗବାନ ମନ୍ଦିର ଓ ମଠରେ ନାହାନ୍ତି, ଏ କଥା ମୁଁ ଜାଣେ। କାଠ ଓ ଶାଳଗ୍ରାମରେ ଭଗବାନ ଥିଲେ ସେ ସମସ୍ତଙ୍କର ପ୍ରାପ୍ୟ ହୋଇଯିବେ। ପର୍ବତ କି ଅରଣ୍ୟର ନିରୋଳା ସ୍ଥାନରେ ସେ ଲଭ୍ୟ ହେଉଥିଲେ ସବୁ ଦୁଃଖୀ ଆତ୍ମାମାନେ ସେ ସ୍ଥଳରେ ଏକତ୍ରିତ ହୋଇ ଯାଆନ୍ତେ। ହୋହାଲ୍ଲା ହୋଇଯାଆନ୍ତା ସେ ସ୍ଥାନର ଚିତ୍ର।

 

ମନ୍ଦିରରେ ଅଧିଆ ପଡ଼ିଲେ, ବ୍ରତ ଉପବାସ କଲେ ମିଳେ କଣ? କିଛି ନାଇଁ। ଏମିତି ସଂଶୟାଚ୍ଛନ୍ନ ଗୌରାଙ୍ଗ କାହାକୁ କିଛି ନକହି, ଦିନେ ଗାଁ ଓ ଘରଦ୍ୱାର ଛାଡ଼ିଦେଇ ମହର୍ଷି ଆଶ୍ରମରେ ପହଞ୍ଚି ଗଲା। କିନ୍ତୁ ଆଶ୍ରମରେ ସେ ଯେଉଁ ଅପୂର୍ବ ସୁନ୍ଦରୀ ତରୁଣୀକୁ ଭେଟିଲା ସେଥିରେ ତାର ହୋସ୍ ଉଡିଗଲା। ସେ ଲଣ୍ଡିତ ମସ୍ତକ ସନ୍ୟାସ ଜୀବନ ଯାପନ କରିବ ନା ତରୁଣୀକୁ ନେଇ ଆରାବଳୀ ପର୍ବତ ଅଭିମୁଖେ ଫେରାର ହୋଇଯିବ?

 

ପଢି ଚାଲନ୍ତୁ ରମେଶ ପଟ୍ଟନାୟକଙ୍କ ଉପନ୍ୟାସ ଅନୁପମା ପ୍ରିୟତମା । ଏକ ନିଶ୍ବାସରେ ସାରିଦେବେ ଗୌରାଙ୍ଗ ଓ ଅନୁପମା ଜୀବନର ଗୋପନୀୟ କଥା । ଶ୍ରୀ ପଟ୍ଟନାୟକଙ୍କ ଏ ସଦ୍ୟତମ ରୋମାଞ୍ଚକର ଉପନ୍ୟାସରେ ଅଛି ଏକ ଦୁଃସାହସିକ ଅପାରମ୍ପରିକ ମନୋରଞ୍ଜନର କାହାଣୀ ।

ଏହା ସମସ୍ତଙ୍କ ଜୀବନରେ ଘଟିଥିବା ହାରଜିତର ବ୍ୟକ୍ତିଗତ ଅନୁଭବର କଥା।

Category:

Description

About the Author

ସୁନ୍ଦରୀ ପ୍ରତି ସାବଧାନ, ୨ଟି ରୋମାଣ୍ଟିକ ଜହ୍ନରାତି, ପ୍ରିୟ ପୁରୁଷ, ସ୍ବପ୍ନ ସିଂହାସନରେ ପ୍ରିୟତମା, ଝିଅଟିଏ ରାସ୍ତାଟିଏ, ସଂଗସୁଖ, ଫେରିବାର ବେଳ ଓ ବୃକ୍ଷପତିଙ୍କ କାଶ ପରି ୧୫ଟି ଗଳ୍ପ-ଉପନ୍ୟାସର ରଚୟିତା ରମେଶ ପଟ୍ଟନାୟକଙ୍କ ଚମତ୍କାର କଥନ ଶୈଳୀ ଓ କଥାବସ୍ତୁ ପାଠକଙ୍କୁ ବାନ୍ଧିରଖେ। ତାଙ୍କ କାହାଣୀରେ ଯେଉଁ ମାନବିକ ସମସ୍ୟା ଓ ସଂଘାତର ଚିତ୍ର ମିଳେ ତାହା ତାଙ୍କ ଅଧ୍ୟୟନ ଓ ବହୁବିଧ ଜୀବନର ଅନୁଭବକୁ ଉନ୍ମୋଚିତ କରାଏ।ସ୍ନାତକୋତ୍ତର ଇଂରାଜୀ ସାହିତ୍ୟ ଓ ଗଣ ଯୋଗାଯୋଗ ଶିକ୍ଷା ସମାପନ ପୁର୍ବକ ଇଣ୍ଡିଆନ୍ ଏକ୍ସପ୍ରେସ ପରି ଜାତୀୟ ଓ ଓଡିଶାପୋଷ୍ଟ ପରି ପ୍ରାଦେଶିକ ଇଂରାଜୀ ସମ୍ବାଦପତ୍ର ସମ୍ପାଦନା ବୃତ୍ତିରେ ୩୫ ବର୍ଷ କାର୍ଯ୍ୟ ସମ୍ପନ୍ନ କରି ସେ ଏବେ ଭୁବନେଶ୍ବରରେ ଅବସ୍ଥାନ କରୁଛନ୍ତି। ଚାରୋଟି ଓଡ଼ିଆ କବିତା ସଙ୍କଳନ ଓ ଏକ ଗଳ୍ପ ସଙ୍କଳନ ଇଂରାଜୀରେ ଅନୁବାଦ କରିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ଅନୁଦିତ କବି ହୃଷୀକେଶ ମଲ୍ଲିକଙ୍କ ‘ଜେଜେ ଦେଖିନଥିବା ଭାରତ’ (The India Grandpa Has Never Seen) ମଧ୍ୟ ବ୍ଲାକ ଈଗଲ୍ ବୁକ୍ସ ଦ୍ବାରା ପ୍ରକାଶିତ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 27 August 2025
  • Language ‏ : ‎ Oriya
  • Print length ‏ : ‎ 188 pages
  • ISBN-10 ‏ : ‎ 1645607399
  • ISBN-13 ‏ : ‎ 978-1645607397
  • Item Weight ‏ : ‎ 222 g
  • Dimensions ‏ : ‎ 13.97 x 1.09 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback