Availability: In Stock
Ardha Satabdira Odisha O Tahinre Mo Sthana
₹295.00
ପଣ୍ଡିତ ଗୋଦାବରୀଣ ମିଶ୍ର ଭୂମିଷ୍ଠ ହେବାର ସୁବର୍ଣ୍ଣ ଜୟନ୍ତୀ ସମ୍ବତ୍ସରରେ, ୧୯୩୬ ମସିହାରେ, ‘ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ’ ଗଠିତ ହୋଇଥିଲା। ଶିକ୍ଷା, ସାହିତ୍ୟ, ସମାଜସେବା ଓ ରାଜନୀତି; ଏ ସମସ୍ତ କ୍ଷେତ୍ରରେ ପଣ୍ଡିତ ଗୋଦାବରୀଶଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଓ ସ୍ବାକ୍ଷର ଯେ ତତ୍କାଳୀନ ଓଡ଼ିଶା ପ୍ରଦେଶର ପ୍ରାଣପ୍ରତିଷ୍ଠାର ଅନ୍ୟତମ ମୂଳମନ୍ତ୍ର ଥିଲା, କହିବା ବାହୁଲ୍ୟ। ସତ୍ୟବାଦୀ ବନବିଦ୍ୟାଳୟର ପ୍ରତିଷ୍ଠା ଓ ପରିଚାଳନା, ସର୍ବଭାରତୀୟ ସ୍ତରରେ ହେଉଥିବା ସ୍ବାଧୀନତା ସଂଗ୍ରାମ ପରିପ୍ରେକ୍ଷୀରେ ଓଡ଼ିଶାରେ ଘଟୁଥିବା ସମାନ୍ତରାଳ କାର୍ଯ୍ୟାବଳି ତଥା ଉତ୍କଳ ସମ୍ମିଳନୀର ଆୟୋଜନ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବିରେ କରାଯାଇଥିବା ଆନ୍ଦୋଳନ ଓ ରାଜନୈତିକ ପ୍ରୟାସର ଏକ ସଂଯୋଜିତ ଦଲିଲ ହେଉଛି, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରଚିତ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଆତ୍ମଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’।