Availability: In Stock

Badalibara Bela

200.00

ବଦଳିବାର ବେଳ ଗୋଟିଏ ଅସ୍ପୃହା; ଯେଉଁଥିରେ ବ୍ୟକ୍ତି-ମଣିଷଟି ସାମାଜିକ ମଣିଷରେ ରୂପାନ୍ତରିତ ହେବାର ଅନିନ୍ଦ୍ୟ ଅଭିଳାଷ ତା’ ଭିତରେ ରହିଥାଏ । ରାଜନୀତିକ ଇଚ୍ଛାଶକ୍ତି ଓ ନିଷ୍ଠାପର ଶାସନତନ୍ତ୍ର ହେଉଛି ଏକମାତ୍ର ଆୟୁଧ, ଯାହା ମାଧ୍ୟମରେ ସମାଜର ପରିବର୍ତ୍ତନ ସମ୍ଭବପର ହୋଇଥାଏ । ମାତ୍ର ଏହି ଦୁଇଟି ବ୍ୟବସ୍ଥାର ଅପାରଗତା ଓ ନିଷ୍କ୍ରିୟତା କେବଳ ଦେଶର ପ୍ରଗତିରେ ପ୍ରତିବନ୍ଧକ ସାଜେ ନାହିଁ, ପରନ୍ତୁ ଜୀବନ ବଞ୍ôଚବାର ସୁଖଦ ମୂହୂର୍ତ୍ତଗୁଡ଼ିକୁ ଧୂଳିଧୂସରିତ କରିଥାଏ ବୋଲି କବି ନାୟକ ଅନୁଭବ କରିଛନ୍ତି । ଗଣତନ୍ତ୍ର ରୂପାନ୍ତରିତ ହୋଇଛି ଥାଳତନ୍ତ୍ରରେ ଏବଂ ଶାସନ ବ୍ୟବସ୍ଥାରେ ଅନାଡ଼ି ଅପରାଧୀଙ୍କ ଭିଡ଼ ସମାଜକୁ ତ୍ରସ୍ତ କରିଛି । ରାଜନୈତିକ ପ୍ରକ୍ରିୟା ଓ ଏଥିରେ ଅଂଶୀଭୂତ କିଛି ମଣିଷଙ୍କ ଅର୍ଥଲିପ୍]ସୁ ମନୋଭାବ ଓ କ୍ଷମତାର ପ୍ରଲୋଭନ ଜନଗଣଙ୍କୁ ଗୋଟିଏ ଅନିଶ୍ଚିତ ଜୀବନ ମଧ୍ୟକୁ ମୁହାଁଇ ଦେଇଛି । ଫଳତଃ, ମନ୍ଦାମଣିଷ ଭିତରେ ସୃଷ୍ଟି ହୋଇପାରୁନାହିଁ ପ୍ରତିବାଦର ସ୍ୱର ଓ ସମାଜ ପରିବର୍ତ୍ତନ ନିମନ୍ତେ ଆନ୍ତରିକ ଆକାଙ୍]କ୍ଷା । ବିକାଶ ନିମନ୍ତେ ଉଦ୍ଦିଷ୍ଟ ଅର୍ଥକୁ ଆତ୍ମସାତ୍ ନିରନ୍ତର କରିଚାଲିଛନ୍ତି ଜନନାୟକଙ୍କଠାରୁ ଦାପ୍ତରିକ ଜନତା ପର୍ଯ୍ୟନ୍ତ । ତେଣୁ କବି କୁହନ୍ତି-

“କର୍କଟ ରୋଗର କୋଷ ପରି

ବଟି ତେଣୁ ଅଣାୟତ୍ତ, ଯାହା

ବିନାଶ କରି ଚାଲିଛି ଆମ ନୈତିକତା ଓ

ବିକାଶର ପଥ ।”

Category:

Description

About the Author

ଡ. କୃପାସିଂଧୁ ନାୟକ (୧୯୪୬) ଆଧୁନିକ ଓଡ଼ିଆ କାବ୍ୟଧାରାର ଜଣେ ଅନନ୍ୟ ପ୍ରଗତିଶୀଳ ଓ ମାନବବାଦୀ କବି; ମଞ୍ଚ ତଥା ବେତାର ନାଟ୍ୟକାର । ଜନ୍ମ ଶିକ୍ଷକ ପରିବାରରେ ।ବୃତ୍ତିରେ ସରକାରୀ ସେବାନିବୃତ୍ତ ଶଲ୍ୟ ଚିକିତ୍ସା ମୁଖ୍ୟ ପ୍ରାଧ୍ୟାପକ । ଶଲ୍ୟ ଚିକିତ୍ସା ସମ୍ପର୍କିତ କିଛି ରୋଗରେ ଆକ୍ୟୁପଂକ୍]ଚରର ସଫଳତା ନେଇ ପିଏଚ୍]ଡ଼ି କରିଥିବା ଭାରତର ଜଣେ ବିରଳ ଗବେଷକ । କୈଶୋରରୁ ସୃଜନ ପ୍ରତିଭା ପ୍ରତିଫଳିତ ହୋଇଥିଲା ତାଙ୍କ ପ୍ରକାଶିତ ପ୍ରଥମ କବିତା ଗ୍ରନ୍ଥ ‘ସ୍ମୃତି ମାନଙ୍କର’ (୧୯୭୭)ରେ । ବିଶ୍ୱଚେତନା ସଞ୍ଚାରୀ ତାଙ୍କ ଶବ୍ଦ ଚିତ୍ରରେ ମଣିଷକୃତ ବୈଷମ୍ୟ ଓ ବିବାଦ ହେତୁ ବିପନ୍ନ ବସୁଧାକୁ ମାନବିକତାର ବିଶ୍ୱାୟନରେ ସୁସ୍ଥ, ସୁନ୍ଦର ଓ ସମୃଦ୍ଧ କରିବାର ସମ୍ଭାବନା ନେଇ ସୃଜିତ ‘ବଦଳିବାର ବେଳ’ । ପୂର୍ବ ପ୍ରକାଶିତ କାବ୍ୟଗ୍ରନ୍ଥ ‘କାଗଜ ଘରର କାବ୍ୟ’, ‘ଭଙ୍ଗା ସମୟ’, ‘ନୀରବତାର ଶବ୍ଦ’, ‘ବାୟା ଚଢ଼େଇର ଦୁଃଖ’, ‘ବ୍ୟଥା ଯେଉଁଠି ଥିଲା’ ଓ ‘ଅତିକ୍ରମଣ’ରେ ବି ଆଶାବାଦର ଅଭିନବ ସ୍ୱର ଉତ୍ତରିତ । ଅନେକ କବିତା ସଂକଳନ ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଅନୁବାଦ ଜରିଆରେ ସେ ବହୁ ଦିନରୁ ଦେଶ ବିଦେଶର ବୃହତ୍ତର ପାଠକ ସମାଜରେ ସୁପରିଚିତ । ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଭୁବନେଶ୍ୱର (୨୦୨୦), ସାରଳା ସାହିତ୍ୟ ସଂସଦ, କଟକ (୨୦୧୬) ସମେତ ଅନେକ ମର୍ଯ୍ୟାଦାଜନକ ରାଜ୍ୟସ୍ତରୀୟ ସମ୍ମାନ ଏବଂ ଜାତୀୟ ସ୍ତରରେ ପ୍ରୟାଗରୁ ହିନ୍ଦୀ ସାହିତ୍ୟ ସମ୍ମେଳନ ସ୍ୱର୍ଣ୍ଣ ଜୟନ୍ତୀ ସମ୍ମାନ (୧୯୯୯) ଓ ଅଖିଳ ଭାରତୀୟ ଭାଷା ବିକାଶ ସଂଗଠନ, ହିନ୍ଦୀ ସଂସ୍ଥାନ ଲକ୍ଷ୍ନୌରୁ ‘କବି ଗୌରବ ସମ୍ମାନ’ (୨୦୦୯) ପାଇ ସେ ଓଡ଼ିଆ କାବ୍ୟଜଗତକୁ ଗୌରବାନ୍ୱିତ କରିଛନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 10 May 2023
  • Language ‏ : ‎ Oriya
  • Print length ‏ : ‎ 98 pages
  • ISBN-10 ‏ : ‎ 1645603938
  • ISBN-13 ‏ : ‎ 978-1645603931
  • Item Weight ‏ : ‎ 132 g
  • Dimensions ‏ : ‎ 13.97 x 0.58 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback