Description
About the Author
ସାମ୍ପ୍ରତିକ ଓଡ଼ିଆ ସମାଲୋଚନା ସାହିତ୍ୟ ଜଗତରେ ଡକ୍ଟର ସର୍ବେଶ୍ୱର ସେଣ ଜଣେ ବହୁ ବିଦିତ, ବହୁ ଚର୍ଚ୍ଚିତ ପ୍ରାଜ୍ଞପୁରୁଷ । ବିଶିଷ୍ଟ ଶିକ୍ଷାବିତ୍], ନିପୁଣ ସ୍ତମ୍ଭକାର, ଲବ୍ଧପ୍ରତିଷ୍ଠ ପ୍ରାବନ୍ଧିକ ଭାବେ ତାଙ୍କର ଅମାପ ଖ୍ୟାତି । ବିଶ୍ଳେଷଣାତ୍ମକ ଦୃଷ୍ଟିଭଙ୍ଗୀର ଅପରୂପ ସୁଷମା ତାଙ୍କୁ ସ୍ୱତନ୍ତ୍ର କରି ଚିହ୍ନାଇଦିଏ । ନିରପେକ୍ଷ ଚିନ୍ତନ, ପ୍ରକାଶ ଶୈଳୀର ଅଭିନବତ୍ୱ, ବ୍ୟବହାରିକ ଗଦ୍ୟ ଭାଷା ସହିତ କବିତ୍ୱପୂର୍ଣ୍ଣ ଯୁଗଳବନ୍ଦୀର ସୁନ୍ଦର ଉପସ୍ଥାପନ-ଏସବୁ ତାଙ୍କୁ ସୁଧୀ ପାଠକ ମହଲରେ ଏକ ନିଆରା ଆସନ ପ୍ରଦାନ କରିଛି । ମୌଳିକ ପ୍ରତିବେଦନ, ସଠିକ ଆକଳନ, ବୁଦ୍ଧିଦୀପ୍ତ ବିଭାରେ ତାଙ୍କ ସୃଷ୍ଟି ଅତୀବ ମଞ୍ଜୁଳ । ତାହାହିଁ ତାଙ୍କର ସ୍ୱତନ୍ତ୍ରତା, ଅନନ୍ୟ ବିଶେଷତ୍ୱ ।ଏ-ଯାବତ୍ ଡ. ସେଣ ଆମ ସାରସ୍ୱତ ଜଗତକୁ ୧୧ ଖଣ୍ଡ ସମାଲୋଚନା ଧର୍ମୀ ପୁସ୍ତକ ଭେଟି ଦେଇଛନ୍ତି । ଲେଖକଙ୍କ ଦ୍ୱାରା ରଚିତ ‘କାଳ ଓ କଳାର ଶିଳ୍ପୀ ସୁରେନ୍ଦ୍ର’ ପ୍ରବନ୍ଧ ପୁସ୍ତକ ପୂର୍ବରୁ ପ୍ରକାଶିତ । ଏଥିରେ ସୁରେନ୍ଦ୍ରଙ୍କ ସମକାଳୀନ ଶିକ୍ଷା, ସାହିତ୍ୟ, ସାମ୍ବାଦିକତା, ରାଜନୀତିକ ପ୍ରାଣସ୍ପନ୍ଦନର ଚିତ୍ର ଏକ ଅଭିନବ କଳାତ୍ମକ ଶୈଳୀରେ ବିଶ୍ଳେଷଣ କରାଯାଇଛି ।
Product details
- Publisher : Black Eagle Books
- Publication date : 29 December 2023
- Language : Oriya
- Print length : 224 pages
- ISBN-10 : 1645604985
- ISBN-13 : 978-1645604983
- Item Weight : 290 g
- Dimensions : 13.97 x 1.3 x 21.59 cm
- Country of Origin : India
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Peacock Books, DE-155, TAGORE GARDEN, NEW DELHI, India 110027





