Availability: In Stock

Brutta

Author: Deepak Mishra

150.00

‘ବୃତ୍ତ’ କବି ଦୀପକ ମିଶ୍ରଙ୍କର ସପ୍ତମ କବିତା ସଂକଳନ । ବିଗତ ପନ୍ଦର ବର୍ଷ ଧରି କବି ନିରବଚ୍ଛିନ୍ନ ଭାବରେ ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ନାନା ପରୀକ୍ଷା ନିରୀକ୍ଷା କରି ଆସିଛନ୍ତି – ତଥାପି ତାଙ୍କର ପରୀକ୍ଷାର ଶେଷ ନାଇଁ । ଜୀବନର ବିରାଟ ବିପୁଳ ବୃତ୍ତର କେନ୍ଦ୍ରବିନ୍ଦୁରେ କବି ଏକ ପାଦ ରଖି ଅନ୍ୟପାଦକୁ ସେହି ବୃତ୍ତର ପରିଧିରେ ଅବସ୍ଥାପିତ କରି ସତତ ଘୂର୍ଣ୍ଣାୟମାନ । ତାଙ୍କର କାବ୍ୟ ପୁରୁଷ ସ୍ଥିର ନୁହେଁ-ଗତିଶୀଳ ଏକ ପୂର୍ଣ୍ଣ ସତ୍ୟ ଲଭ କରିବା ଆଶାରେ । ଏହି ସତ୍ୟ ପାର୍ଥିବ ଜୀବନର ସ୍ଥୂଳ ସତ୍ୟ ନୁହେଁ – ପାର୍ଥିବ ଜୀବନର ପ୍ରେମ ଓ ଯନ୍ତ୍ରଣା, ବ୍ୟଥା ଓ ବିଫଳତା, ନୈରାଶ୍ୟ ଓ ଶୋଚନୀୟତା, ବିଚ୍ଛିନ୍ନତା ଓ ନିଃସଙ୍ଗତା, ପ୍ରାପ୍ତି ଓ ଅପ୍ରାପ୍ତି – ଏହି ଦର୍ପିତ ଅବିଚଳିତ କାବ୍ୟପୁରୁଷକୁ ବେଳେ ବେଳେ ବିଚଳିତ କରିଛି ସତ୍ୟ ମାତ୍ର ଲକ୍ଷ୍ୟଚ୍ୟୁତ କରାଇ ପାରିନାହିଁ – ଏକ ଇନ୍ଦ୍ରିୟୋତ୍ତର ତୈଜସ ସତ୍ୟର ଉଦ୍]ଘାଟନ ପାଇଁ ଏହି କାବ୍ୟ ପୁରୁଷ ଗତି କରିଛି ଦୁର୍ନିବାର ଭାବରେ ।

Category:

Description

Review

ପ୍ରତ୍ୟେକ କବିତା ସ୍ୱକୀୟ ମହିମାରେ ମହିମାନ୍ୱିତ । କୌଣସି କବିତା ଭାବ ସଂପ୍ରସାରଣରେ ବା ଭାବ ବିନିମୟରେ ବାଧା ସୃଷ୍ଟି କରେ ନାହିଁ । ପ୍ରତ୍ୟେକ କବିତାରେ ଅଛି ଦୀପ୍ତି । ନୂତନ ନୂତନ ଚିତ୍ର-କଳ୍ପ ସଂଯୋଜନା ଓ ପ୍ରତୀକର ବ୍ୟବହାର ସଙ୍ଗେ ସଙ୍ଗେ ମିଥ୍]ର ଯଥାର୍ଥ ପ୍ରୟୋଗ ଏହି କବିତା ସଂକଳନର ପ୍ରତ୍ୟେକ କବିତାକୁ କାଳଜୟୀ କଳାମୂଲ୍ୟ ପ୍ରଦାନ କରିଛି । ଭାଷା ବ୍ୟବହାରରେ କବି ସଂଯତ ଓ ମିତଭାଷୀ, ଅଥଚ ତାଙ୍କର କାବ୍ୟ-ଭାଷା ଭାବଗର୍ଭକ । ପୂର୍ବ କବିତାମାନଙ୍କରେ ଯେପରି ସେ ବେଳେବେଳେ ଗଦ୍ୟାତ୍ମକ ହୋଇପଡ଼ିଥିଲେ ‘ବୃତ୍ତ’ କବିତା ସଂକଳନରେ ଅନ୍ତତଃ ସେଥିରୁ ମୁକ୍ତ ରହି କବିତାର ବିବିକ୍ତତା ସୃଷ୍ଟି କରିଅଛନ୍ତି । ବସ୍ତୁ ଶାସ୍ତ୍ର ଓ ଗ୍ରନ୍ଥ ଅଧ୍ୟୟନ କରି, କ୍ଷତବିକ୍ଷତ ଜୀବନ ସମ୍ବନ୍ଧରେ ବିପୁଳ ଅନୁଭୂତି ଲାଭ କରି ସେ କବିତା ସୃଷ୍ଟି କରିଚାଲିଛନ୍ତି । ବେଦ, ବେଦାନ୍ତ, ମହାଭାରତ, ଚଣ୍ଡୀପୁରାଣ, ଗୀତା, ଭାଗବତ ଓ ବିଭିନ୍ନ ତନ୍ତ୍ର ଶାସ୍ତ୍ର ଆଦି ଗ୍ରନ୍ଥଗୁଡ଼ିକର ଆତ୍ମିକ ଭାବ ସତେ ଯେପରି ତାଙ୍କର ସମସ୍ତ କବିତାରେ ବିଛାଡ଼ି ହୋଇ ପଡ଼ିଛି । ତାଙ୍କ କବିତାର ବିଚାରକ ମହାକାଳ । ନିଶ୍ଚିତ୍ତ ଭାବରେ ଏହ କାଳ ବକ୍ଷରେ ତାଙ୍କର କବିତା କାଳାତୀତ ହୋଇ ଢଳ ଢଳ ହେବ । ଏହି କାରଣରୁ ସେ କହନ୍ତି –

“ତେଣୁ ମୁଁ ତ ଧନ୍ୱନ୍ତରୀ

ଆସିଛି ଉତୁରି

କେତେ ଯେ ସମୁଦ୍ର ମନ୍ଥନ କରି

ମୋ ଦୁଇ ହାତରେ ଦେଖ ଜଳଜଳ ନିରାମୟ ଅମୃତରପାତ୍ର ।”

ଏହାହିଁ କବି ଦୀପକ ମିଶ୍ରଙ୍କର କାବ୍ୟପୁରୁଷର କାବ୍ୟ ଜିଜ୍ଞାସା ଓ କାବ୍ୟ-ଚେତନାର ସର୍ବଶେଷ ଅଭିବ୍ୟକ୍ତ । ଅମୃତ ଆଶାୟୀ କବି ମିଶ୍ରଙ୍କର କାବ୍ୟପୁରୁଷ ତଥାପି ସୃଷ୍ଟି କରିଚାଲିଛି ନୂତନ ନୂତନ କବିତା । ଏହି ସୃଷ୍ଟିର ବିରାମ ନାହିଁ । ସେହି ଅପ୍ରତିହତ ସୃଷ୍ଟି ପ୍ରକ୍ରିୟାରେ, ‘ବୃତ୍ତ’ ଅଷ୍ଟମ ଦଶକର ମଧ୍ୟବର୍ତ୍ତୀ ବିନ୍ଦୁରେ ବାସ୍ତବିକ ଏକ କ୍ରାନ୍ତି ସୃଷ୍ଟି କରିଛି- ଏ ବିଶ୍ୱାସ ମୋର ଅଛି ।

 

– ଅଧ୍ୟାପକ ବୈଷ୍ଣବଚରଣ ସାମଲ

About the Author

ଦୀପକ ମିଶ୍ର (୧୯୩୮-୨୦୦୮) ଆଧୁନିକ ଓଡ଼ିଆ କବିତା ଧାରାରେ ପ୍ରୟୋଗବାଦର ଜଣେ ଦକ୍ଷ କାରିଗର । ୧୯୩୮ ମସିହାରେ କେନ୍ଦ୍ରାପଡ଼ାରେ ସେ ଜନ୍ମଗ୍ରହଣ କରିଥିଲେ । ଇତିହାସରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ହେଁ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ଅନୁରାଗ ତାଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି । ପ୍ରେମ, ମୃତ୍ୟୁ, ନିର୍ଜନତା ଏବଂ ଦୁଃଖବାଦର ଅଦ୍ଭୁତ ସଂଜ୍ଞାକାର ସେ । କବି, ସମାଲୋଚକ ତଥା ଜଣେ ଅନୁବାଦକ ଭାବରେ ସେ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଋଦ୍ଧିମନ୍ତ କରିଛନ୍ତି । ତାଙ୍କର କବିତା ସଂକଳନଗୁଡ଼ିକ ମଧ୍ୟରେ ରହିଛି- ‘ସମାପିକା’, ‘ଦୀପକ ମିଶ୍ରଙ୍କ କେତୋଟି କବିତା’, ‘ଅନୁଷ୍ଟୁପ୍]’, ‘ନିଷିଦ୍ଧ ହ୍ରଦ’, ‘ନିର୍ଜନ ନକ୍ଷତ୍ର’, ‘ମଧ୍ୟାହ୍ନର ଛାଇ’, ‘ବୃତ୍ତ’, ‘ସପ୍ତମ ପୃଥିବୀ’, ‘ଅରଣା ମଇଁଷି’, ‘ଶୂନ୍ୟତାର ଶୋଷ’, ‘କପଟ ସୂର୍ଯ୍ୟାସ୍ତ’, ‘ଧୂଳିର ସିଂହାସନ’, ‘ନିରବଧି’, ‘ନାଭିଶ୍ୱାସ’, ‘ଋକ୍]’, ‘ନିଦାଘ ଯାତ୍ରା’, ‘ଦୀପକ ମିଶ୍ରଙ୍କ ନିର୍ବାଚିତ କବିତା’, ‘ସୁଖ ସଂହିତା’, ‘ସବୁ କବିତା’ – ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାଗ । ‘ବୃତ୍ତ’ କବିତା ସଂକଳନରେ ପ୍ରେମ ଓ ମୃତ୍ୟୁକୁ ନେଇ କବି ଦୀପକ ମିଶ୍ରଙ୍କ ରୂପ-ଚିତ୍ର ତଥା ମିଥ୍]କୀୟ ରୋମାଣ୍ଟିକ୍ ଭାବାଳୁତା ଅଦ୍ୱିତୀୟ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 21 November 2022
  • Language ‏ : ‎ Oriya
  • Print length ‏ : ‎ 76 pages
  • ISBN-10 ‏ : ‎ 1645600920
  • ISBN-13 ‏ : ‎ 978-1645600923
  • Item Weight ‏ : ‎ 109 g
  • Dimensions ‏ : ‎ 13.97 x 0.46 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback