Description
About the Author
“ସ୍ନେହ ମିଶ୍ର (ସମ୍ବଲପୁର) ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଜଣେ ପରିଚିତ ଗାଳ୍ପିକା । ବୃତ୍ତିରେ ଇଂରାଜୀ ଅଧ୍ୟାପିକା । ‘ସପ୍ତପଦୀ’, ‘କୁରେଇଫୁଲ ଓ ଅନ୍ୟାନ୍ୟ କାହାଣୀ’ ଏବଂ ‘ଭିନ୍ନସ୍ରୋତ’ ତାଙ୍କର ପ୍ରକାଶିତ ଗଳ୍ପ ସଂକଳନ । ଅନୁବାଦ ସାହିତ୍ୟରେ ମଧ୍ୟ ତାଙ୍କର ବିଶେଷ ଋଚି ରହିଛି । ‘ଏକ ହରିଜନର ମୃତ୍ୟୁ’, ‘ମାର୍କସବାଦ’ ଓ ‘ସାହିତ୍ୟ ସମାଲୋଚନା’, ‘ସୁଲା’, ‘ଅପତ୍ୟର ଇତିକଥା’, ‘ଧନ କାନ୍ଦନାରେ’, ‘ଜ୍ଞାନପୀଠ ବିଜେତାଙ୍କ କାହାଣୀ’, ‘ଜ୍ଞାନପୀଠ ବିଜେତାଙ୍କ କବିତା’, ‘ହାଲୁକା ମଣିଷ’ ଇତ୍ୟାଦି ତାଙ୍କର ପ୍ରକାଶିତ ଅନୁବାଦ ପୁସ୍ତକ ।ଏଇ ଗଳ୍ପ ସଂକଳନରେ ସେ ଏକ ଭିନ୍ନ ଦୃଷ୍ଟିଭଙ୍ଗୀର ଅବତାରଣା କରିଛନ୍ତି । ସବୁ ଗଳ୍ପ ସାମାଜିକ କଥାବସ୍ତୁ ଉପରେ ଆଧାରିତ । ଅଧିକାଂଶ ଚରିତ୍ର ସାମାଜିକ ପୃଷ୍ଠଭୂମିରୁ ଆନୀତ । ଏକ ସାଧାରଣ/ସ୍ୱାଭାବିକ/ଚିରାଚରିତ ଜୀବନଶୈଳୀ ଭିତରେ ସେମାନଙ୍କ ଅସାଧାରଣ ବ୍ୟକ୍ତିଚରିତ୍ର ହିଁ ତାଙ୍କ ଗଳ୍ପର ଅନ୍ୟତମ ଦିଗ । ବିଭିନ୍ନ ସଂଘର୍ଷମୟ ପରିସ୍ଥିତିରେ ଥିବା ଏଇ ଚରିତ୍ରମାନଙ୍କ ଭିତରେ ପ୍ରତିଫଳିତ ଏକ ଗଭୀର ମାନବିକ ଆବେଦନ ହିଁ ତାଙ୍କ ରଚନାର ସ୍ୱାତନ୍ତ୍ର]୍ୟ ।
Product details
- Publisher : Black Eagle Books
- Publication date : 17 January 2023
- Language : Oriya
- Print length : 118 pages
- ISBN-10 : 1645603415
- ISBN-13 : 978-1645603412
- Item Weight : 159 g
- Dimensions : 13.97 x 0.71 x 21.59 cm
- Country of Origin : India
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Peacock Books, DE-155, TAGORE GARDEN, NEW DELHI, India 110027





