Availability: In Stock

Dhusara Saisaba

Author: Govind Mishra

300.00

ଗୋବିନ୍ଦ ମିଶ୍ର କେବଳ ଆଧୁନିକ ହିନ୍ଦୀ ସାହିତ୍ୟର ନୁହନ୍ତି, ସମସାମୟିକ ଭାରତୀୟ ସାହିତ୍ୟର ଏକ ମୁର୍ଦ୍ଧନ୍ୟ ଓ ବଳିଷ୍ଠ ସ୍ୱର । ଦୀର୍ଘ ଛଅ ଦଶନ୍ଧିରୁ ଅଧିକ କାଳ ଧରି ସେ ସାହିତ୍ୟ ସାଧନାରେ ନିମଗ୍ନ । ଉଚ୍ଚ ପ୍ରଶାସନିକ ପଦପଦବୀରେ ରହିସୁଦ୍ଧା ଚିନ୍ତା ଓ ଚେତନାରେ ସେ ସଦାବେଳେ ମାଟିମନସ୍କ ଓ ସାମାଜିକ ସତ୍ୟାନୁସନ୍ଧାନୀ । ତାହା ତାଙ୍କର ଗଳ୍ପ ଓ ଉପନ୍ୟାସ ଉଭୟରେ ବାରମ୍ବାର ପାଠକମାନେ ଦେଖିବାକୁ ପାଇଥାନ୍ତି ।୧୯୬୦ ଦଶକ ବେଳକୁ ହିନ୍ଦୀ ସାହିତ୍ୟରେ ଯେଉଁ ନୂଆ ପରୀକ୍ଷାନିରୀକ୍ଷା ଆରମ୍ଭ ହୋଇଥିଲା, ସେଥିରେ ପରମ୍ପରାବାଦୀଙ୍କ ବିରୁଦ୍ଧରେ ‘ନୟୀ କହାନୀ’ ଆନ୍ଦୋଳନର ପ୍ରବକ୍ତାମାନେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ ।

ଆଲୋଚିତ ଉପନ୍ୟାସ ‘ଧୂଲ୍ ପୌଧୋଁ ପର’ ସମ୍ପୂର୍ଣ୍ଣ ରୂପେ ଏକ ପରୀକ୍ଷାନିରୀକ୍ଷାଧର୍ମୀ ସାମାଜିକ- ମନସ୍ତାତ୍ତ୍ୱିକ ଉପନ୍ୟାସ ଯେଉଁଥିରେ ଜଣେ ନାରୀର ଏକକ ସଂଗ୍ରାମକୁ ଅତି ନିଖୁଣ ଭାବେ ଚିତ୍ରିତ କରାଯାଇଛି । ନିଜ ସହ ଜଣେ ସଂଘର୍ଷ କରୁଥିବା ନାରୀ ନିଜ ପରିବାର ଓ ସମାଜ ସହ ଯେତେବେଳେ ସାମ୍]ନା କରେ, ସେ ସଂଘର୍ଷ କରେ, ତା’ସହିତ କେହି ସହଯୋଦ୍ଧା ନଥାନ୍ତି । ଏପରିକି ସମୟ ମଧ୍ୟ ହାତ ଛାଡ଼ିଦିଏ । ସ୍ଥାନ, କାଳ ଓ ପାତ୍ର ଏକ ଚକ୍ରବ୍ୟୂହ ରଚନା କରନ୍ତି ଓ ନିଷ୍ପାପ ଅଭିମନ୍ୟୁଟି ଯୁଦ୍ଧ କରିଚାଲେ । କିନ୍ତୁ ଏ ଯୁଦ୍ଧରେ ଅଭିମନ୍ୟୁ ସପ୍ତରଥୀଙ୍କ ଦ୍ୱାରା ନିପାତ ହୁଏନାହିଁ । ବରଂ ସେ ସମୟ ଓ ସମାଜ ନିକଟରେ ନିଜର ଯଥାର୍ଥ୍ୟ ପ୍ରତିପାଦନ କରେ । ସବୁ ସିଦ୍ଧି ପାଇଁ ଯେପରି ସାଧନା କରିବାକୁ ପଡ଼ିଥାଏ, ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ପଡ଼ିଥାଏ ତାହା ହିଁ ଘଟିଛି ଏ ଉପନ୍ୟାସର ନାରୀଟି କ୍ଷେତ୍ରରେ । ସେ ପ୍ରମାଣିତ କରିଛି, ସେ ଅବଳା ନୁହେଁ, ତା’ର ମଧ୍ୟ ପ୍ରତିବାଦ କରିବାର ଅଧିକାର ଅଛି । ସେଇ ଅଧିକାର ବଳରେ ସେ ପରିବାରକୁ, ସମାଜକୁ ବଦଳାଇଛି । ବଦଳାଇ ଦେଇଛି ନାରୀ- ପୁରୁଷ ମଧ୍ୟରେ ଥିବା ପାରମ୍ପରିକ ସମ୍ପର୍କ ଓ ସଂଜ୍ଞାକୁ । ଶିକ୍ଷା ଠାରୁ ଆରମ୍ଭ କରି ସାମାଜିକ ସଂସ୍କାରରେ ଥିବା କଳ୍ମଷକୁ ।

Categories: ,

Description

About the Author

Govind Mishra (born August 1, 1939) is a Hindi novelist with more than 53 books to his credit. After completing M.A. in English from Allahabad University, he joined Indian Revenue Service in 1962 and retired as the Chairman, Central Board of Direct Taxes in 1997. He has written 11 novels,14 short story collections, 5 travelogues, 5 literary essay collections, a poetry collection and 2 story books for children. His awards include Vyas Samman in 1998 for “Paanch Anangano Wala Ghar”, Sahitya Akademi award in 2008 for “Kohre Mein Kaid Rang”, Saraswati Samman in 2013 for “Dhool Paudho Par”. He was also awarded the Bharat Bharti Samman – the highest literary award given by the Uttar Pradesh government for the year 2011.

Niharika Mallick (born February 2,1982) is a translator. Her translation works have been published in Sambad, Prameya, Sakala, Pratibeshi, Shailaja, Katha, Kadambinee and many other newspapers and magazines. Her translation books include Adhunika Hindi Galpamala, Mo Priya Kahani, Mahadevi Verma nka Nirbachita Kabita, Mu O Mu and Asabhya Nagara O Anyanya Galpa. Dhusara Shaishaba is her sixth translation book. She teaches Hindi language and literature in a college.

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 19 February 2023
  • Language ‏ : ‎ Oriya
  • Print length ‏ : ‎ 224 pages
  • ISBN-10 ‏ : ‎ 1645603679
  • ISBN-13 ‏ : ‎ 978-1645603672
  • Item Weight ‏ : ‎ 290 g
  • Dimensions ‏ : ‎ 13.97 x 1.3 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback

Translator

Niharika Mallick