Availability: In Stock

Digbijayee Gajapati: Bijaya Bahuda

Author: Indramani Jena

250.00

ଏହି ପୁସ୍ତକଟି ପାଠକଙ୍କୁ ନେଇଯାଏ ଗଜପତି କପିଳେନ୍ଦ୍ରଦେବଙ୍କ ସହିତ ରାଜଧାନୀ କଟକର ବାରବାଟୀରୁ ତଦାନୀନ୍ତନ ଗମନାଗମନ ରାସ୍ତାର ଗଡ଼ଗୁଡିକରେ ରାତ୍ରିଯାପନ କରି ଗଜପତି ଜୀବନର ସମସ୍ତ ସାଫଲ୍ୟ କାହାଣୀ ଅବଗତ କରାଇ ପୁଣ୍ୟତୋୟା କୃଷ୍ଣାନଦୀ ତଟ ବିଜୟବାହୁଡା ଓଡ଼ିଆ ଗଡ଼କୁ । ଦିନେ ଯେ ସିଂହାସନରୁ ଅବତରଣ କରି ଗଜପତି ଛଅଜଣ ମହାପାତ୍ରଙ୍କ ସହିତ ବିଜୟବାହୁଡ଼ା ଗସ୍ତକରିବେ ଏବଂ ଅନ୍ତିମ ଶଯ୍ୟାରେ ନିଜର ସମସ୍ତ ଅଳଙ୍କାର ପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କରି ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିବେ ଏହା ବିଧିର ବିଧାନ ଥିଲା । ଏହା ସହିତ ଅନ୍ତର୍ନିହିତ ଥିଲା ଗଜପତି ପରିବାର ପାଇଁ ଦାୟାଦ ଚୟନରେ ଜଗନ୍ନାଥଙ୍କର ସ୍ୱପ୍ନାଦେଶର ଫଳାଫଳ ।

ପଞ୍ଚଦଶ ଶତାବ୍ଦୀ ମଧ୍ୟଭାଗର ଓଡ଼ିଶା ରାଜ୍ୟଧାରଣ କରିଥିଲା ଦିଗବିଜୟରେ ମଣ୍ଡିତ ବିଶାଳ ସମ୍ରାଜ୍ୟ, ଧନଧାନ୍ୟରେ ପରିପୂର୍ଣ୍ଣ ରାଜ୍ୟର ରାଜକୋଷ, ସୁନ୍ଦର ସ୍ୱର୍ଣ୍ଣାଳଙ୍କାର-ଶୋଭିତ ଶ୍ରୀମନ୍ଦିରର ତ୍ରିମୂର୍ତ୍ତି ଏବଂ ପଡ଼ୋଶୀଙ୍କୁ ଆକର୍ଷଣ କଲାପରି ଆଦର୍ଶ ଓଡ଼ିଆ ଜୀବନ । ନିଜ କଳେବରରୁ ବ୍ୟାପ୍ତ ଅସୁମାରି ଗଡ଼ଗୁଡିକର ସୁପରିଚାଳନା, ସାମରିକ ଗତିବିଧି ଗଜପତିଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଥିଲା । ଓଡ଼ିଶାର ସୁବର୍ଣ୍ଣଯୁଗ ଆସିଥିଲା ଗଜପତି କପିଳେନ୍ଦ୍ରଦେବଙ୍କ ଦିଗବିଜୟ କାଳରେ (୧୪୩୫-୧୪୬୬ ମସିହା) ଯେତେବେଳେ ରାଜ୍ୟର ସୀମା ଉତ୍ତରରେ ଗଙ୍ଗାନଦୀରୁ ଦକ୍ଷିଣରେ କନ୍ୟାକୁମାରୀ ସ୍ପର୍ଶ କରିଥିଲା ।

ସମଗ୍ର ଭାରତ ଯବନ ଆକ୍ରମଣରେ ଅତିଷ୍ଠ ହେବାବେଳେ ସେହି ଗଜପତି ପଞ୍ଚଦଶ ଶତାବ୍ଦୀର ସର୍ବଶକ୍ତିମାନ ହିନ୍ଦୁ ସମ୍ରାଟ ଥିଲେ । ଓଡ଼ିଆ ପାଇକମାନଙ୍କର ଗଜପତି ବାହିନୀ ରାଜ୍ୟର ପ୍ରତିଦିଗକୁ ଦିଗ୍]ବିଜୟ ଅପ୍ରତିହତ ରହିଥିବାବେଳେ, ରାଜ୍ୟର ଅଭ୍ୟନ୍ତରରେ ସମନ୍ୱିତ ହୋଇ ଗଢ଼ି ଉଠିଥିଲା ଓଡ଼ିଶା ରାଷ୍ଟ୍ର, ତେଜି ଉଠିଥିଲା ଓଡ଼ିଆ ଭାଷା ଆଉ ଆଧ୍ୟାତ୍ମିକ ଭାବରେ ଶ୍ରୀଜଗନ୍ନାଥ ପ୍ରକଟିତ ହୋଇଥିଲେ ଓଡ଼ିଶାର ରାଷ୍ଟ୍ରଦେବତା ଭାବରେ ।

Category:

Description

About the Author

ଲେଖକ ଡାକ୍ତର ଇନ୍ଦ୍ରମଣି ଜେନା ଜଣେ ଲବ୍ଧପ୍ରତିଷ୍ଠ ଚିକିତ୍ସକ ଏବଂ ନିଜ ଅଭିଜ୍ଞତା ବଳରେ ଆଶାତୀତ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ମାତୃଭାଷା ଏବଂ ଓଡିଆ ସଂସ୍କୃତି ପ୍ରତି ଅହେତୁକ ଆକର୍ଷଣ ରହିଛି, ତାହା ବଳରେ ନିଜର ବୃତ୍ତିଗତ ସ୍ୱାସ୍ଥ୍ୟଶିକ୍ଷାର ପ୍ରସାର ତାଙ୍କର ଏକ ପ୍ରବୃତ୍ତି ହୋଇଛି । ‘ଓଡିଶାରେ ସ୍ୱାସ୍ଥ୍ୟ’, ‘ରକ୍ତଚାପ’, ‘ମଧୁମେହ ଉପଚାର’, ‘ସାପକାମୁଡା ଚିକିତ୍ସା’ ପରି ଅନେକ ସାଧାରଣ ଲୋକମାନଙ୍କର ସ୍ୱାସ୍ଥ୍ୟଶିକ୍ଷା ପୁସ୍ତକ ରଚନା କରିଛନ୍ତି । ଗାଁଗଣ୍ଡାର ଜୀବନ ସହିତ ସାଧାରଣ ଓଡ଼ିଆ ଚଳଣି, ଭାଷା ଓ ସଂସ୍କୃତି ବିଷୟରେ ବିଭିନ୍ନ ଅଞ୍ଚଳର ଲୋକମାନଙ୍କ ପାଖରୁ କାହାଣୀ ଶୁଣିବାରେ ବହୁତ ଆଗ୍ରହୀ । ଓଡିଶାରେ ଇତିହାସ ପୃଷ୍ଠାରେ ବୀରତ୍ୱର ପରାକାଷ୍ଠା ସୃଷ୍ଟି କରିଥିବା ବ୍ୟକ୍ତିତ୍ୱ ତାଙ୍କର ମୁଖ୍ୟ ଆକର୍ଷଣ । ସେ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହକରି ରଚନା କରିଛନ୍ତି ମହାମେଘବାହନ ଖାରବେଳଙ୍କ କଳିଙ୍ଗ କାହାଣୀ ‘ନିଶାର୍ଦ୍ଧ ଶାଳଭଞ୍ଜିକା’ । ଓଡ଼ିଆ ସାମାଜିକ, ସାସ୍କୃତିକ ଏବଂ ଐତିହାସିକ ମୂଲ୍ୟବୋଧ ନେଇ ମଧ୍ୟ ସେ ଅନେକ ଗୁଡିଏ ଗଳ୍ପ ଏବଂ ପ୍ରବନ୍ଧ ରଚନା କରିଛନ୍ତି । ସେଗୁଡିକ ମଧ୍ୟରୁ ‘ଏଇ ମାଟିର କାହାଣୀ’, ‘ଫକ୍କଡ’ ପୁସ୍ତକ ଗୁଡ଼ିକ ଉଲ୍ଲେଖଯୋଗ୍ୟ । ୧୯୪୮ ମସିହାରେ ଜନ୍ମ ଡାକ୍ତର ଜେନା ଏବେ ବି ସମାଜ, ସଂସ୍କୃତି ଓ ଐତିହ୍ୟ ବିଷୟରେ ଅନୁସନ୍ଧାନରତ । ବାସ୍ତବିକ ଓ ଜୀବନଧର୍ମୀ ଗପଟିଏ ସମାଜକୁ ଉପହାର ଦେବାକ ସେ ସୁଯୋଗ ଖୋଜୁଥାନ୍ତି । ବିଗତ ଦଶବର୍ଷ ମଧ୍ୟରେ ତାଙ୍କ ଉଦ୍ୟମରେ ସଂକଳିତ ‘ବିଜୟିନୀ’ ବାର୍ଷିକ ମାଗାଜିନ୍]ଟି ଏହାର ଉଦାହରଣ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 19 February 2023
  • Language ‏ : ‎ Oriya
  • Print length ‏ : ‎ 174 pages
  • ISBN-10 ‏ : ‎ 1645603660
  • ISBN-13 ‏ : ‎ 978-1645603665
  • Item Weight ‏ : ‎ 227 g
  • Dimensions ‏ : ‎ 13.97 x 1.02 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback