Availability: In Stock

Digbijayee Gajapati: Bijaya Bahuda

Author: Indramani Jena

₹250.00

ଏହି ପୁସ୍ତକଟି ପାଠକଙ୍କୁ ନେଇଯାଏ ଗଜପତି କପିଳେନ୍ଦ୍ରଦେବଙ୍କ ସହିତ ରାଜଧାନୀ କଟକର ବାରବାଟୀରୁ ତଦାନୀନ୍ତନ ଗମନାଗମନ ରାସ୍ତାର ଗଡ଼ଗୁଡିକରେ ରାତ୍ରିଯାପନ କରି ଗଜପତି ଜୀବନର ସମସ୍ତ ସାଫଲ୍ୟ କାହାଣୀ ଅବଗତ କରାଇ ପୁଣ୍ୟତୋୟା କୃଷ୍ଣାନଦୀ ତଟ ବିଜୟବାହୁଡା ଓଡ଼ିଆ ଗଡ଼କୁ । ଦିନେ ଯେ ସିଂହାସନରୁ ଅବତରଣ କରି ଗଜପତି ଛଅଜଣ ମହାପାତ୍ରଙ୍କ ସହିତ ବିଜୟବାହୁଡ଼ା ଗସ୍ତକରିବେ ଏବଂ ଅନ୍ତିମ ଶଯ୍ୟାରେ ନିଜର ସମସ୍ତ ଅଳଙ୍କାର ପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କରି ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିବେ ଏହା ବିଧିର ବିଧାନ ଥିଲା । ଏହା ସହିତ ଅନ୍ତର୍ନିହିତ ଥିଲା ଗଜପତି ପରିବାର ପାଇଁ ଦାୟାଦ ଚୟନରେ ଜଗନ୍ନାଥଙ୍କର ସ୍ୱପ୍ନାଦେଶର ଫଳାଫଳ ।

ପଞ୍ଚଦଶ ଶତାବ୍ଦୀ ମଧ୍ୟଭାଗର ଓଡ଼ିଶା ରାଜ୍ୟଧାରଣ କରିଥିଲା ଦିଗବିଜୟରେ ମଣ୍ଡିତ ବିଶାଳ ସମ୍ରାଜ୍ୟ, ଧନଧାନ୍ୟରେ ପରିପୂର୍ଣ୍ଣ ରାଜ୍ୟର ରାଜକୋଷ, ସୁନ୍ଦର ସ୍ୱର୍ଣ୍ଣାଳଙ୍କାର-ଶୋଭିତ ଶ୍ରୀମନ୍ଦିରର ତ୍ରିମୂର୍ତ୍ତି ଏବଂ ପଡ଼ୋଶୀଙ୍କୁ ଆକର୍ଷଣ କଲାପରି ଆଦର୍ଶ ଓଡ଼ିଆ ଜୀବନ । ନିଜ କଳେବରରୁ ବ୍ୟାପ୍ତ ଅସୁମାରି ଗଡ଼ଗୁଡିକର ସୁପରିଚାଳନା, ସାମରିକ ଗତିବିଧି ଗଜପତିଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଥିଲା । ଓଡ଼ିଶାର ସୁବର୍ଣ୍ଣଯୁଗ ଆସିଥିଲା ଗଜପତି କପିଳେନ୍ଦ୍ରଦେବଙ୍କ ଦିଗବିଜୟ କାଳରେ (୧୪୩୫-୧୪୬୬ ମସିହା) ଯେତେବେଳେ ରାଜ୍ୟର ସୀମା ଉତ୍ତରରେ ଗଙ୍ଗାନଦୀରୁ ଦକ୍ଷିଣରେ କନ୍ୟାକୁମାରୀ ସ୍ପର୍ଶ କରିଥିଲା ।

ସମଗ୍ର ଭାରତ ଯବନ ଆକ୍ରମଣରେ ଅତିଷ୍ଠ ହେବାବେଳେ ସେହି ଗଜପତି ପଞ୍ଚଦଶ ଶତାବ୍ଦୀର ସର୍ବଶକ୍ତିମାନ ହିନ୍ଦୁ ସମ୍ରାଟ ଥିଲେ । ଓଡ଼ିଆ ପାଇକମାନଙ୍କର ଗଜପତି ବାହିନୀ ରାଜ୍ୟର ପ୍ରତିଦିଗକୁ ଦିଗ୍]ବିଜୟ ଅପ୍ରତିହତ ରହିଥିବାବେଳେ, ରାଜ୍ୟର ଅଭ୍ୟନ୍ତରରେ ସମନ୍ୱିତ ହୋଇ ଗଢ଼ି ଉଠିଥିଲା ଓଡ଼ିଶା ରାଷ୍ଟ୍ର, ତେଜି ଉଠିଥିଲା ଓଡ଼ିଆ ଭାଷା ଆଉ ଆଧ୍ୟାତ୍ମିକ ଭାବରେ ଶ୍ରୀଜଗନ୍ନାଥ ପ୍ରକଟିତ ହୋଇଥିଲେ ଓଡ଼ିଶାର ରାଷ୍ଟ୍ରଦେବତା ଭାବରେ ।

Category:

Description

About the Author

ଲେଖକ ଡାକ୍ତର ଇନ୍ଦ୍ରମଣି ଜେନା ଜଣେ ଲବ୍ଧପ୍ରତିଷ୍ଠ ଚିକିତ୍ସକ ଏବଂ ନିଜ ଅଭିଜ୍ଞତା ବଳରେ ଆଶାତୀତ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ମାତୃଭାଷା ଏବଂ ଓଡିଆ ସଂସ୍କୃତି ପ୍ରତି ଅହେତୁକ ଆକର୍ଷଣ ରହିଛି, ତାହା ବଳରେ ନିଜର ବୃତ୍ତିଗତ ସ୍ୱାସ୍ଥ୍ୟଶିକ୍ଷାର ପ୍ରସାର ତାଙ୍କର ଏକ ପ୍ରବୃତ୍ତି ହୋଇଛି । ‘ଓଡିଶାରେ ସ୍ୱାସ୍ଥ୍ୟ’, ‘ରକ୍ତଚାପ’, ‘ମଧୁମେହ ଉପଚାର’, ‘ସାପକାମୁଡା ଚିକିତ୍ସା’ ପରି ଅନେକ ସାଧାରଣ ଲୋକମାନଙ୍କର ସ୍ୱାସ୍ଥ୍ୟଶିକ୍ଷା ପୁସ୍ତକ ରଚନା କରିଛନ୍ତି । ଗାଁଗଣ୍ଡାର ଜୀବନ ସହିତ ସାଧାରଣ ଓଡ଼ିଆ ଚଳଣି, ଭାଷା ଓ ସଂସ୍କୃତି ବିଷୟରେ ବିଭିନ୍ନ ଅଞ୍ଚଳର ଲୋକମାନଙ୍କ ପାଖରୁ କାହାଣୀ ଶୁଣିବାରେ ବହୁତ ଆଗ୍ରହୀ । ଓଡିଶାରେ ଇତିହାସ ପୃଷ୍ଠାରେ ବୀରତ୍ୱର ପରାକାଷ୍ଠା ସୃଷ୍ଟି କରିଥିବା ବ୍ୟକ୍ତିତ୍ୱ ତାଙ୍କର ମୁଖ୍ୟ ଆକର୍ଷଣ । ସେ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହକରି ରଚନା କରିଛନ୍ତି ମହାମେଘବାହନ ଖାରବେଳଙ୍କ କଳିଙ୍ଗ କାହାଣୀ ‘ନିଶାର୍ଦ୍ଧ ଶାଳଭଞ୍ଜିକା’ । ଓଡ଼ିଆ ସାମାଜିକ, ସାସ୍କୃତିକ ଏବଂ ଐତିହାସିକ ମୂଲ୍ୟବୋଧ ନେଇ ମଧ୍ୟ ସେ ଅନେକ ଗୁଡିଏ ଗଳ୍ପ ଏବଂ ପ୍ରବନ୍ଧ ରଚନା କରିଛନ୍ତି । ସେଗୁଡିକ ମଧ୍ୟରୁ ‘ଏଇ ମାଟିର କାହାଣୀ’, ‘ଫକ୍କଡ’ ପୁସ୍ତକ ଗୁଡ଼ିକ ଉଲ୍ଲେଖଯୋଗ୍ୟ । ୧୯୪୮ ମସିହାରେ ଜନ୍ମ ଡାକ୍ତର ଜେନା ଏବେ ବି ସମାଜ, ସଂସ୍କୃତି ଓ ଐତିହ୍ୟ ବିଷୟରେ ଅନୁସନ୍ଧାନରତ । ବାସ୍ତବିକ ଓ ଜୀବନଧର୍ମୀ ଗପଟିଏ ସମାଜକୁ ଉପହାର ଦେବାକ ସେ ସୁଯୋଗ ଖୋଜୁଥାନ୍ତି । ବିଗତ ଦଶବର୍ଷ ମଧ୍ୟରେ ତାଙ୍କ ଉଦ୍ୟମରେ ସଂକଳିତ ‘ବିଜୟିନୀ’ ବାର୍ଷିକ ମାଗାଜିନ୍]ଟି ଏହାର ଉଦାହରଣ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 19 February 2023
  • Language ‏ : ‎ Oriya
  • Print length ‏ : ‎ 174 pages
  • ISBN-10 ‏ : ‎ 1645603660
  • ISBN-13 ‏ : ‎ 978-1645603665
  • Item Weight ‏ : ‎ 227 g
  • Dimensions ‏ : ‎ 13.97 x 1.02 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback