Description
About the Author
ଦୀର୍ଘ୍ୟ ଚାରି ଦଶନ୍ଧି ଧରି ନିରବିଚ୍ଛିନ୍ନ ଭାବରେ ଓଡିଆ ସାହିତ୍ୟରେ ଲେଖନୀ ଚାଳନା କରୁଥିବା ଗାଳ୍ପିକ, ଔପନ୍ୟାସିକ ପ୍ରଦୋଷ ମିଶ୍ର ଏକ ସୁପରିଚିତ ନାମ । ଲେଖକ ବୃତ୍ତିରେ ଜଣେ ଦକ୍ଷ ଯନ୍ତ୍ରୀ ହେଲେ ମଧ୍ୟ, ସୃଜନ ମନସ୍କତା ତାଙ୍କୁ ଅନ୍ୟ ଏକ ପୃଥିବୀରେ ଧରି ରଖିଥାଏ । ସେଥିପାଇଁ ବୋଧହୁଏ ଅନେକ ଉପାଦେୟ ପୁସ୍ତକ ରଚନାକରି ଓଡିଆ ସାହିତ୍ୟକୁ ରୂଚିବନ୍ତ କରିବାରେ ସେ ସକ୍ଷମ ହୋଇ ପାରିଛନ୍ତି । ତାଙ୍କ ଲେଖାରେ ମନସ୍ତାତ୍ୱିକ ବିଶ୍ନେଷଣ, ଏବଂ ତତ୍ ସମ୍ବନ୍ଧିିୟ ଯୁକ୍ତି ଉପସ୍ଥାପନା ପାଠକ ମନକୁ ଆନ୍ଦୋଳିତ କରିଦେବାରେ ଯଥେଷ୍ଟ ସାମର୍ଥ୍ୟ ରଖିଥାଏ । ଏହା ସହିତ ତାଙ୍କର ଆଧୁନିକ ଚଳଣୀରେ ଭାଙ୍ଗିପଡୁଥିବା ପାରିାବାରିକ ଗଳ୍ପଗୁଡିକ ଅତ୍ୟନ୍ତ ସ୍ୱଭାବିକ, ଯାହା ଅନୁଭବ, ଚିନ୍ତନ ଓ ମାର୍ମିକତାରେ ଜୀବନ୍ତ ହୋଇଯାଇ ମଣିଷର ଅନ୍ତରାତ୍ମାକୁ ଛୁଇଁଦିଏ । ତାଙ୍କର ତୃଣମୂଳ ମଣିଷ ଚରିତ୍ରର ଉପସ୍ଥାପନା ଶୈଳୀ ଏବଂ ବାସ୍ତବ ଛବି ତାଙ୍କ ଲେଖାର ଅନ୍ୟଏକ ବିଶେଷତ୍ୱ । ମଣିଷ ଜୀବନର ସାଧାରଣ ଘଟଣାକୁ ଅସାଧାରଣ ଭାବରେ ଉପସ୍ଥାପନା କରିକହାଣୀ ଲେଖିବାରେ ସେ ସିଦ୍ଧହସ୍ତ, ଯାହା ପାଠକମାନଙ୍କ ବେଶ ଆକର୍ଷିତ କରିପାରେ । ଏହି ଅସାଧାରଣତା ପଛରେ ଥାଏ ଜୀବନ ଦର୍ଶନ, ସାକାରତ୍ମକ ମନୋବୃତ୍ତି, ଏବଂ ସଙ୍ଘର୍ଷ କରିବାର ଚେତନା । ତାଙ୍କର ଗଳ୍ପମାନେ ପାଠକମାନଙ୍କୁ ହଜିଯାଇଥିବା ଜୀବନକୁ ଧରିରଖିବାର ପ୍ରବୃତ୍ତିକୁ ଜାଗ୍ରତ କରିଦେବାର ସାମର୍ଥ୍ୟ ରଖିଥାଏ । ଲେଖକଙ୍କର ପ୍ରକାଶ ଶୈିଳୀ ଖୁବ୍ ସରଳ, ମାର୍ମିକ, ସମ୍ବେଦନାପୂର୍ଣ୍ଣ ଏବଂ ବୌଦ୍ଧିକ କୋଳାହଳମୁକ୍ତ । ଏହାଛଡା ତାଙ୍କର ଉପନ୍ୟାସମାନେ ମଣିଷ ମନର ଶୁପ୍ତ ଚେତନାକୁ ଜାଗ୍ରତ କରିଦେବାରେ ବେଶ୍ ସମର୍ଥ । ଆଜିବି ତାଙ୍କର ଲେଖନୀ ଜୀବନ୍ତ ଏବଂ ଚଳଚଞ୍ଚଳ ।
Product details
- Publisher : Black Eagle Books
- Publication date : 21 March 2021
- Language : Oriya
- Print length : 184 pages
- ISBN-10 : 1645601773
- ISBN-13 : 978-1645601777
- Item Weight : 240 g
- Dimensions : 13.97 x 1.07 x 21.59 cm
- Country of Origin : India
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





