Availability: In Stock

Gitanjali (Rabindranath Tagore)

260.00

୧୯୦୨ରୁ ୧୯୦୭ ମସିହା ଭିତରେ ତାଙ୍କର ପତ୍ନୀ, ୧୪ ବର୍ଷୀୟା କନ୍ୟା, ପିତା ଏବଂ ୧୧ ବର୍ଷୀୟା ପୁତ୍ରର ମୃତ୍ୟୁ ଫଳରେ ଉତ୍ପନ୍ନ ଦୁଃଖ ତାଙ୍କର ପରବର୍ତ୍ତୀ କବିତାଗୁଡ଼ିକରେ ପରିଲିକ୍ଷିତ ହୁଏ। ୧୯୧୦ ମସିହାରେ ତାଙ୍କର ବଙ୍ଗଳାରେ ଲେଖା “ଗୀତାଂଜଳି” ପ୍ରକାଶ ପାଏ। ୧୯୧୨ ମସିହାରୁ ଏହି “ଗୀତାଂଜଳି”ରୁ ୫୩ଟି କବିତାକୁ ଇଂରେଜୀରେ ଅନୁବାଦ କରି ଇଂରେଜୀ “ଗୀତାଂଜଳି” (Gitanjali)ରେ ସନ୍ନିବିଷ୍ଟ କରିଛନ୍ତି ଆଉ ତାଙ୍କର ଅନ୍ୟାନ୍ୟ ୯ଟି ପୁସ୍ତକରୁ ୫୦ଟି କବିତାର ଇଂରେଜୀ ଅନୁବାଦକୁ ମିଶାଇ ସର୍ବମୋଟ ୧୦୩ଟି କବିତା ସେଥିରେ ରହିଛି, ଯାହା ପ୍ରକାଶ ପାଇଥିଲା ୧୯୧୨ ମସିହାରେ। ଡବ୍ଲ୍ୟୁ. ବି. ୟିଟ୍ସ ଏବଂ ଆନ୍ଦ୍ରେ ଗିଡେ ତାହାର ପ୍ରଶଂସା କରିଛନ୍ତି, ଆଉ ୧୯୧୩ ମସିହାରେ ସେହି ପୁସ୍ତକଟି ପାଇଁ ତାଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଛି। ସାହିତ୍ୟରେ ନୋବେଲ ପୁରସ୍କାର ପାଇବାର ଏସିୟା ମହାଦେଶରେ ସିଏ ଥିଲେ ପ୍ରଥମ ବ୍ୟକ୍ତି।

Categories: ,

Description

About the Author

ରବୀନ୍ଦ୍ରନାଥ ଟାଗୋର ୭ ମୋ ୧୮୬୧ ମସିହାରେ କଲିକତାର ଜୋଡ଼ାସାଂକୋରେ ଥିବା ଧନାଢ଼୍ୟ ଓ ସଂସ୍କୃତିସମ୍ପନ୍ନ ଟାଗୋର ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଦେବେନ୍ଦ୍ରନାଥ ଟାଗୋର ଓ ମାତାଙ୍କ ନାମ ଥିଲା ସାରଦା ଦେବୀ। ଚଉଦ ଭାଇଭଉଣୀଙ୍କ ଭିତରେ ରବୀନ୍ଦ୍ରନାଥ ଥିଲେ ସମସ୍ତଙ୍କଠାରୁ କନିଷ୍ଠ। ରବୀନ୍ଦ୍ରନାଥ ନିଜର ପ୍ରଥମ କବିତା ମାତ୍ର ଆଠବର୍ଷ ବୟସରେ ଲେଖିଥିଲେ। ତାଙ୍କ ଦ୍ୱାରା ଲେଖାଯାଇଥିବା ‘ଭିକାରୀନୀ’ କ୍ଷୁଦ୍ରଗଳ୍ପ ବଙ୍ଗଳା ଭାଷାର ପ୍ରଥମ କ୍ଷୁଦ୍ର ଗଳ୍ପ ବୋଲି ମନେ କରାଯାଏ। ସାହିତ୍ୟରେ ଏମିତି କୌଣସି ବିଭାଗ ନଥିଲା ଯେଉଁଥିରେ ରବୀନ୍ଦ୍ରନାଥ ହାତ ଦେଇନାହାନ୍ତି। ସିଏ ୮ଟି ଉପନ୍ୟାସ ଓ ୪ଟି ଲଘୁ ଉପନ୍ୟାସ ରଚନା କରିଛନ୍ତି। ୧୯୧୫ଟି ସଂଗୀତ ସିଏ ଲେଖିଛନ୍ତି, ଯାହା ରବୀନ୍ଦ୍ର ସଂଗୀତ ନାମରେ ପ୍ରସିଦ୍ଧ। ୫୦ଟିରୁ ଉର୍ଦ୍ଧ୍ୱ କବିତା ଗ୍ରନ୍ଥ ତାଙ୍କ ଦ୍ୱାରା ରଚିତ ହୋଇଛି। ସାହିତ୍ୟର ସବୁ ବିଭାଗରେ ତାଙ୍କର ଦକ୍ଷତା ଥିଲେ ମଧ୍ୟ କବି ଭାବରେ ତାଙ୍କର ପ୍ରସିଦ୍ଧି ସବୁଠାରୁ ଅଧିକ। ୧୯୧୩ ମସିହାରେ ଇଂରେଜୀ ‘ଗୀତାଂଜଳି’ ପାଇଁ ତାଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରା ଯାଇଥିଲା।

ମନୋରଂଜନ ପଟ୍ଟନାୟକ ୫୩ ବର୍ଷ ହେଲା ମୁଂବଇରେ ରହୁଛନ୍ତି। ତାଙ୍କର ୧୩ଟି ଅନୂଦିତ କବିତା ପୁସ୍ତକ ପ୍ରକାଶ ପାଇଛି। ସେଗୁଡ଼ିକ ହେଲା – ‘ଓମାର କାବ୍ୟ’, ‘ମେଘଦୂତ’, ‘ଗୀତାଞ୍ଜଳୀ’, (ନୋବେଲ ପୁରସ୍କାର ପ୍ରାପ୍ତ), ‘ମଧୁଶାଳା’, ‘ଋତୁସଂହାର’, ‘ଓମାର ଖୈୟାମ ରୁବାଇୟାତ’, ‘ପାବ୍ଲୋ ନେରୁଦା- ଶହେଟି ପ୍ରେମର ସନେଟ ଓ ୨୦ଟି କବିତା ପ୍ରେମର ଏବଂ ଗୋଟିଏ ଗୀତ ହତାଶାର’, ‘ଶ୍ରୀମଦ୍ ଭଗବଦ୍ ଗୀତା’, ‘ହଂସଦୂତ’, ‘ଦ୍ରଷ୍ଟା’, ‘ମୃତ୍ୟୁବୋଧ ଜୀବନବୋଧ’, ‘ଅକାଳରେ ସାରସ’। ‘ୟୁନାଇଟେଡ୍ କିଂଗଡମ୍]ର କବିମାନଙ୍କ କବିତା’ ‘ପାବ୍ଲୋ ନେରୁଦା-ଅଧିନାୟକଙ୍କ ପଦାବଳୀ ଓ ପ୍ରଶ୍ନପୋଥି’ ଶ୍ରୀ ପଟ୍ଟନାୟଙ୍କର ଚତୁର୍ଦ୍ଦଶ ଅନୂଦିତ ପୁସ୍ତକ। ପାଠକ-ପାଠିକାମାନେ ଏହାକୁ ପସନ୍ଦ କରିବେ ବୋଲି ଆଶା। ମୋ-୯୯୮୭୦୨୨୯୩୦

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 13 October 2024
  • Language ‏ : ‎ Oriya
  • Print length ‏ : ‎ 190 pages
  • ISBN-10 ‏ : ‎ 164560585X
  • ISBN-13 ‏ : ‎ 978-1645605850
  • Item Weight ‏ : ‎ 245 g
  • Dimensions ‏ : ‎ 13.97 x 1.12 x 21.59 cm
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

Language

Odia

book-author

select-format

Paperback

Translator

Manoranjan Pattanayak