Description
About the Author
ଡକ୍ଟର ବିଦ୍ୟାଧର ରାଉତ କଟକ ଜିଲ୍ଲା, ନିଆଳି ବ୍ଲକ ଅନ୍ତର୍ଗତ ତିହୁଡ଼ି ଗ୍ରାମର ଶ୍ରୀଯୁକ୍ତ ଜଟାଧାରୀ ରାଉତଙ୍କ ସୁପୁତ୍ର ଅଟନ୍ତି। ଡକ୍ଟର ରାଉତ ବର୍ତ୍ତମାନ ଭାରତୀୟ ସ୍ଥଳସେନାରେ (INDIAN ARMY) କାର୍ଯ୍ୟରତ । ପେଷାରେ ଜଣେ ବନ୍ଧୁକଧାରୀ ଓ ନିଶାରେ ଲେଖନୀ ଚାଳନାକାରୀ । ଡକ୍ଟର ରାଉତଙ୍କ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ରହିଛି ଗଭୀର ଆତ୍ମ ସମୀକ୍ଷଣର ଦୃଷ୍ଟିଭଙ୍ଗୀ । ଭାରତରେ ବସବାସ କରୁଥିବା ଜନଜାତିମାନଙ୍କର ଜୀବନଧାରାକୁ ଲୋକଲୋଚନକୁ ଆଣିବାକୁ ଆଦିବାସୀଧାରା ଆଧାରିତ ଅନେକ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଅଛି। ଏ ସମସ୍ତ ପ୍ରବନ୍ଧ ପାଠକୀୟ ଦୃଷ୍ଟି ଆକର୍ଷଣ କରିଥିବା ସତ୍ତ୍ୱେ ତାଙ୍କର “ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସରେ ଶୈଳୀ” ପୁସ୍ତକଟି ସ୍ଵତନ୍ତ୍ର । ଶୈଳୀ ଏକ ବ୍ୟାପକ ଆୟତନର ବିଷୟଟିଏ । ଏଯାବତ୍ ଶୈଳୀ ସମ୍ପର୍କୀତ ପୁସ୍ତକକୁ ଯଦି ଖୋଜାଯାଏ, ତେବେ ହାତଗଣତି କେଇଖଣ୍ଡ ହେବ । ସେହି ଶୈଳୀକୁ ଆଧାର କରି ଡ. ରାଉତ ଅନେକ ନୂତନ ଶୈଳୀର ମାର୍ଗ ଉନ୍ମୋଚନ କରିଛନ୍ତି । ଏହି ନୂତନ ଶୈଳୀ ଦିଗନ୍ତ ଗବେଷଣାରତ ପାଠକ – ପାଠିକା, ଅଧ୍ୟାପକ – ଅଧ୍ୟାପିକା ଓ ନୂତନ ପିଢ଼ିର ଛାତ୍ର – ଛାତ୍ରୀମାନଙ୍କୁ ନିଶ୍ଚୟ ସହାୟ ହେବ ବୋଲି ଆଶା ଓ ବିଶ୍ବାସ।
Product details
- Publisher : Black Eagle Books
- Publication date : 3 September 2024
- Language : Oriya
- Print length : 306 pages
- ISBN-10 : 1645601323
- ISBN-13 : 978-1645601326
- Item Weight : 390 g
- Dimensions : 13.97 x 1.75 x 21.59 cm
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
Indian Edition Also available on: