Availability: In Stock

Gourahari Dasanka Saraswata Balaya

450.00

ଗୌରହରି ଦାସଙ୍କ ସାମଗ୍ରିକ ସୃଜନକର୍ମକୁ ନେଇ ଆଲୋଚନା କରିବାର ନିଷ୍ପତ୍ତି ଆଦୌ ଆକସ୍ମିକ ନ ଥିଲା । ‘ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗରେ ଏକଦା ନାରୀସଶକ୍ତିକରଣ ପ୍ରସଙ୍ଗ ଆଲୋଚନା ଅବସରରେ ସାଂପ୍ରତିକ ସମୟର ସବୁଠୁ ଅଧିକ ନାରୀବାଦୀ-ସମ୍ବେଦନଶୀଳ ଲେଖକଙ୍କ ସଂପର୍କରେ ଆଲୋଚନା ହୋଇଥିଲା । ଛାତ୍ରୀମାନେ ସେଦିନ ଗୌରହରି ଦାସଙ୍କ ‘ଅହଲ୍ୟାର ବାହାଘର’ର କଥାବସ୍ତୁର ଆଲୋଚନା କରିବା ସହିତ ତା’ର ହୃଦୟସ୍ପର୍ଶକାରୀ ଆବେଦନ ସଂପର୍କରେ ଆଲୋଚନା କରିଥିଲେ । ଏତଦ୍]ଭିନ୍ନ ଅନ୍ୟାନ୍ୟ ବିଶିଷ୍ଟ ଲେଖକ-ଲେଖିକାଙ୍କ ନାରୀ ମନସ୍ତତ୍ତ୍ୱଧର୍ମୀ କଥାଚାତୁର୍ଯ୍ୟ ସଂପର୍କରେ ମଧ୍ୟ ସେମାନେ ଦୀର୍ଘ ଚର୍ଚ୍ଚା କରିଥିଲେ । ସେଦିନ ଆମେ ନାରୀ ପକ୍ଷଧର ଓ ନାରୀସଶକ୍ତିକରଣକୁ ଦୃଢ଼ତାର ସହ ସ୍ୱୀକୃତି ପ୍ରଦାନ କରିଥିବା କଥାକାର ଗୌରହରି ଦାସଙ୍କ ସୃଷ୍ଟିସମ୍ଭାରକୁ ସର୍ବପ୍ରଥମେ ଆଲୋଚନା ପାଇଁ ଗ୍ରହଣ କରିବୁ ବୋଲି ନିଷ୍ପତ୍ତି ନେଇଥିଲୁ । ସେହି ସାରସ୍ୱତ ନିଷ୍ପତ୍ତିର ଫଳଶ୍ରୁତି ହେଉଛି ଏହି ‘ଗୌରହରି ଦାସଙ୍କ ସାରସ୍ୱତ ବଳୟ‘ ସଂକଳନ, ଯେଉଁଥିରେ ଲେଖକଙ୍କ ସୃଜନଶୀଳ ବ୍ୟକ୍ତିତ୍ୱର ବିକ୍ଷିପ୍ତ ଆକଳନ ନିମନ୍ତେ କ୍ଷୁଦ୍ର ପ୍ରୟାସ ହୋଇଛି । ଏହି ସଂକଳନସ୍ଥ ଆଲୋଚନାଗୁଡ଼ିକ ଆୟାସସାଧ୍ୟ ତଥା ସମୟସାପେକ୍ଷ । ଗୌରହରିଙ୍କୁ ନେଇ ଆଗାମୀ ଗବେଷଣା କ୍ଷେତ୍ରରେ ଏହା ଜିଜ୍ଞାସୁ ଗବେଷକଙ୍କ ନିମନ୍ତେ ଏକ ସୁଦୂରପ୍ରସାରୀ ଉପାଦେୟ ପୁସ୍ତକ ପ୍ରମାଣିତ ହେବ ବୋଲି ଆମର ବିଶ୍ୱାସ । ଆଶା କରୁଛୁ ଏହି ସଂକଳନଟି ଗୌରହରି ଦାସଙ୍କ ସାହିତ୍ୟାନୁରାଗୀଙ୍କୁ ତାଙ୍କ ସାହିତ୍ୟ ସଂପର୍କରେ ପର୍ଯ୍ୟାପ୍ତ ଜ୍ଞାନ ପ୍ରଦାନରେ ସହାୟକ ହେବ ।

Categories: ,

Description

About the Author

କବିତା, ଗଳ୍ପ ଓ ପ୍ରବନ୍ଧ ରଚନା ସହ ଅନୁବାଦରେ ନିଜର ଦକ୍ଷତା ପ୍ରମାଣିତ କରିଥିବା ଡକ୍ଟର ସଂଘମିତ୍ରା ଭଞ୍ଜ ସଂପ୍ରତି ଓଡ଼ିଶାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗମୁଖ୍ୟ ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି । ତାଙ୍କର ଗଳ୍ପଧୁରୀଣ ସ୍ରଷ୍ଟା ଫକୀରମୋହନ ଏକ ପୁନର୍ମୂଲ୍ୟାୟନ ଓ ହାସ୍ୟଧୁରୀଣ ସ୍ରଷ୍ଟା ଫତୁରାନନ୍ଦଙ୍କ ଶିଳ୍ପୀ ମାନସ କଥା ସାହିତ୍ୟର ଦୁଇ ଉଚ୍ଚାଙ୍ଗ ଗବେଷଣା ଗ୍ରନ୍ଥ । ସେ ଅନୁବାଦ, ସମ୍ପାଦନା, ହିନ୍ଦୀ ଏବଂ ଓଡ଼ିଆ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନାଦି କ୍ଷେତ୍ରରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଶବ୍ଦ ଉତ୍ତରଣ, ଫର୍ଦ୍ଦେ କବିତାରେ ପୃଥିବୀ, ବୋଧିଛାୟା କବିତା ପୁସ୍ତକ ତାଙ୍କ ସର୍ଜନଶୀଳ ପ୍ରତିଭାର ଅମୂଲ୍ୟ ନିଦର୍ଶନ । ମାଧବ କୌଶିକଙ୍କ କାବ୍ୟ ଶୁନୋ ରାଧିକା ଓ ନୀଲମ ସକ୍ସେନା ଚନ୍ଦ୍ରାଙ୍କ ଲିଖିତ କସମ୍ ମଟ୍]ମୈଲେ ମସ୍]ରୁମ୍ କି ତାଙ୍କର ଦୁଇ ସାର୍ଥକ ଅନୂଦିତ କୃତି । ସ୍ରଷ୍ଟା ସୃଷ୍ଟି ଓ ଅନ୍ୟାନ୍ୟ ପ୍ରବନ୍ଧ, ଓଡ଼ିଆ ସାହିତ୍ୟ ପୁରୁଣା ଓ ନୂଆ, ସମାଜ ଦର୍ଶନ ଓ ସାହିତ୍ୟ ପ୍ରଭୃତି ତାଙ୍କର ବହୁଚର୍ଚ୍ଚିତ, ପାଠକାଦୃତ ଏବଂ ପାଣ୍ଡିତ୍ୟପୂର୍ଣ୍ଣ ସମାଲୋଚନା ପୁସ୍ତକ ।

ଦୀପ୍ତିମୟୀ ସାହୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଏବଂ ଏମ୍].ଫିଲ୍ ଡିଗ୍ରୀପ୍ରାପ୍ତ ହୋଇ ବର୍ତ୍ତମାନ ଗବେଷଣା କାର୍ଯ୍ୟ ସହ ତିନିବର୍ଷ ହେଲା ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଅତିଥି ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଛନ୍ତି । ସମାଲୋଚିକା, କବୀ, ଶିଶୁ ଗାଳ୍ପିକା ଭାବରେ ସେ ସୁପରିଚିତା । ମନୀଷୀ ଚନ୍ଦ୍ରଶେଖର ରଥଙ୍କ ପ୍ରବନ୍ଧ ବିବିଧା ତାଙ୍କର ଏକ ଉନ୍ନତ ସମାଲୋଚନା ପୁସ୍ତକ । ଅମୂର୍ତ୍ତ ସ୍ମୃତିପର୍ବ ଚିହ୍ନା ଚିହ୍ନା ଚେନାଏ ଚିତ୍ର ତାଙ୍କ ସମ୍ପାଦନାର ଏକ ନୂତନ ସ୍ୱାକ୍ଷର । ତାଙ୍କର ଜନ୍ମ ଅନୁଗୁଳ ଜିଲ୍ଲା ତାଳଚେର ଅନ୍ତର୍ଗତ ରେଙ୍ଗାଲି ଡ୍ୟାମ୍ ସାଇଟ୍ ନିକଟ ଗେଙ୍ଗୁଟିଆ ଗ୍ରାମରେ ।

ଜ୍ୟୋତି ସାହୁଙ୍କ ଜନ୍ମ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍]ର ଚାନ୍ଦୋଟି ଗ୍ରାମ । ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକ ଡିଗ୍ରୀ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷାଲାଭ କରୁଛନ୍ତି । ଜଣେ ଗବେଷିକା ଭାବେ ତାଙ୍କର ବହୁ ପ୍ରବନ୍ଧ ଓଡ଼ିଶାର ବିବିଧ ପତ୍ରିକାରେ ପ୍ରକାଶ ପାଇଛି । ସମ୍ୟକ୍ ଆଲୋଚନା ତାଙ୍କର ପ୍ରଥମ ପ୍ରକାଶିତ ସମାଲୋଚନା ପୁସ୍ତକ । ଏଥିରେ ସଂସ୍କୃତ କାବ୍ୟାଦର୍ଶ ଠାରୁ କବିସୂର୍ଯ୍ୟ, ଫକୀରମୋହନଙ୍କ ଠାରୁ ହୃଷୀକେଶ ପଣ୍ଡା, ଚିତ୍ତରଞ୍ଜନ ଦାସଙ୍କ ଠାରୁ ବିଜୟ ମିଶ୍ରଙ୍କ ପର୍ଯ୍ୟନ୍ତ ଲେଖକମାନଙ୍କ ଉପରେ ଲେଖାମାନ ସ୍ଥାନିତ ହୋଇଛି । ସାହିତ୍ୟକୃତି ଗୁଡ଼ିକରେ ଲୁକ୍କାୟିତ ଆଦର୍ଶକୁ ଅନୁସନ୍ଧାନ କରିବା ତାଙ୍କର ମୁଖ୍ୟ ପ୍ରବୃତ୍ତି ଏବଂ କବିତା ପଢ଼ିବା ତାଙ୍କର ନିଶା ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 29 May 2022
  • Language ‏ : ‎ Oriya
  • Print length ‏ : ‎ 436 pages
  • ISBN-10 ‏ : ‎ 1645602842
  • ISBN-13 ‏ : ‎ 978-1645602842
  • Item Weight ‏ : ‎ 549 g
  • Dimensions ‏ : ‎ 13.97 x 2.46 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback