Availability: In Stock

Ichhapatra

Author: Rozalini Mishra

200.00

ରୋଜାଲିନି ମିଶ୍ରଙ୍କର ପ୍ରଥମ ଉପନ୍ୟାସ ତାଙ୍କର ପ୍ରଥମ ଗଳ୍ପ ସଂକଳନ ଭଳି ବିସ୍ମୟକର। ଆଂଗିକ ଦୃଷ୍ଟିରୁ ଉପନ୍ୟାସଟିର ଗଠନ ଖୁବ୍ ନିର୍ଭୁଲ୍ ଓ ଏହା ସୁଖପାଠ୍ୟ ନିଶ୍ଚୟ। ଏ କାହାଣୀ ଆମ ପିଢ଼ିର ପାଠକମାନଙ୍କୁ ଧରି ରଖିବାର ସାମର୍ଥ୍ୟ ରଖେ। ରୋଜାଲିନିଙ୍କର ଲେଖକୀୟତାର କ୍ରମ ବିବର୍ତ୍ତନର ଏହା ଏକ ଅପୂର୍ବ ନିଦର୍ଶନ। ତାଙ୍କର ଗପସବୁ ଭଳି ଏ ଉପନ୍ୟାସ ବି ପ୍ରଚୁର ଆଦୃତି ପାଉ, ଏହା ହିଁ କାମନା। –ଡ. ହିରଣ୍ମୟୀ ମିଶ୍ର, ବରିଷ୍ଠ ସାହିତ୍ୟିକା

କଥାଶିଳ୍ପୀ ରୋଜାଲିନିଙ୍କ କଥାସମୂହର ଜୀବନ୍ମୟତା ହିଁ ତାଙ୍କ ଗପଗଢ଼ଣର ପ୍ରମୁଖ ଆକର୍ଷଣ। ସୂକ୍ଷ୍ମ ଚିନ୍ତନ ତଥା ମୁକ୍ତ ମନନରୁ ସୃଷ୍ଟ କଥାବସ୍ତୁ ଏକ ନିରୁତା ଭାବାବେଗ ଓ ନିଆରା ପ୍ରେମାନୁରାଗର ଛୁଆଁ ପାଇ ସରଳ, ସାବଲୀଳ ଗତିରେ ଗତିଶୀଳ ହୋଇ ଏକ ଅପୂର୍ବ ନାନ୍ଦନିକତାରେ ପାଠକମାନଙ୍କୁ ଅଭିଭୂତ କରେ। ଈଶ୍ୱର କରନ୍ତୁ – ରୋଜାଲିନିଙ୍କ ସର୍ଜନାର ପୃଥିବୀ ଆହୁରି ସବୁଜେଇଯାଉ, ଆହୁରି ପରିପୁଷ୍ଟ ହେଉ, ଆହୁରି ବ୍ୟାପ୍ତ ହେଉ। –ଡ. ମଞ୍ଜୁ ପଣ୍ଡା, କଥାକାର

ଉପନ୍ୟାସଟି ପଢିଲା ବେଳେ ପୃଷ୍ଠା ପରେ ପୃଷ୍ଠା ଲେଉଟି ଚାଲେ ଆପେ ଆପେ। ପାଠକ ବାନ୍ଧି ହୋଇଯାଏ ବିଂଶ ଶତାବ୍ଦୀର ପଞ୍ଚମ / ଷଷ୍ଠ ଦଶକର ଗାଉଁଲି ଓଡ଼ିଆ ପରିବେଶରେ। ତତ୍କାଳୀନ ଭାବକୁ ବ୍ୟକ୍ତ କଲାଭଳି ଶବ୍ଦ ଗୁମ୍ଫନରେ ବେଶ୍ ପାରଙ୍ଗମ ଏବଂ ପରିପକ୍ୱ ଅଟନ୍ତି ରୋଜାଲିନି। ଉପନ୍ୟାସ ରଚନାରେ ପ୍ରଥମ ହେଲେ ବି ଏହା ଏକ ବଳିଷ୍ଠ ପ୍ରୟାସ। ବହିଟି ନିଶ୍ଚିତ ପାଠକାଦୃତି ପାଇବ ବୋଲି ବିଶ୍ୱାସ। –ଦୀପକ ମିଶ୍ର, ଲେଖକ

ଆମ ସମୃଦ୍ଧ ଓଡ଼ିଆ ସାହିତ୍ୟ ସରଣୀରେ ରୋଜାଲିନି ଜଣେ ନୂତନ ସମ୍ଭାବନା। ଆମର ହଜି ଯାଉଥିବା ଓଡ଼ିଆ ଶବ୍ଦ ଓ ପାରମ୍ପରିକ ଚଳଣିକୁ ନିଜ ଲେଖା ମାଧ୍ୟମରେ ପୁଣି ଥରେ ଉଜ୍ଜୀବିତ କରିବାର ତାଙ୍କର ଏ ପ୍ରୟାସ ମୋତେ ମୁଗ୍ଧ କରିଛି ସତରେ। ମୁଁ ଆଶା କରିବି ତାଙ୍କର ଏ ସାଧନା ଜାରି ରହୁ ଏବଂ ଆଗାମୀ ଦିନରେ ଆମକୁ ଆହୁରି ଚମତ୍କାର ସୃଷ୍ଟି ସବୁ ପଢ଼ିବାର ସୁଯୋଗ ମିଳୁ। ବହୁତ ବହୁତ ଆଶୀର୍ବାଦ। –କାର୍ତ୍ତିକ ସ୍ୱାଇଁ, ସାହିତ୍ୟିକ

ରୋଜାଲିନିଙ୍କ ଲେଖାରେ ଥାଏ ପାଠକଙ୍କୁ ବାନ୍ଧି ରଖିବାର ଯାଦୁକରୀ ଶକ୍ତି। ଏ ଉପନ୍ୟାସଟି ମଧ୍ୟ ଶେଷଯାଏ ପାଠକଙ୍କୁ ନିଶ୍ଚୟ ବାନ୍ଧି ରଖିବ, ଏଥିରେ ସନ୍ଦେହ ନାହିଁ। ବିଶେଷ କରି ଗ୍ରାମୀଣ ପରିବେଶ ପୃଷ୍ଠଭୂମିରେ ରଚିତ ତାଙ୍କର ଏଇ ଲେଖାଟି ପାଠକଙ୍କୁ ଅତୀତାଭିମୁଖି କରିବ ଏବଂ ଲାଗିବ ଯେମିତି ଏଭଳି ଏକ ପରିବେଶକୁ ବା ଘଟଣାକୁ ପାଠକ ନିଜେ କେବେ ଅଙ୍ଗେ ନିଭାଇଛନ୍ତି। ସହଜ ସରଳ ବାକ୍ୟ ଏବଂ ଅଯଥା ଆଡ଼ମ୍ବର ନଥିବା ବର୍ଣ୍ଣନା ଶୈଳୀ ରୋଜାଲିନିଙ୍କ ଲେଖାର ବିଶେଷତ୍ୱ। ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ମଡ଼ା ଚଣ୍ଡିଆ ଓ ଅନ୍ୟମାନେ’ର ସଫଳ ପାଠକୀୟ ସ୍ୱୀକୃତି ଭଳି ତାଙ୍କର ଏଇ ପ୍ରଥମ ଉପନ୍ୟାସ “ଇଚ୍ଛାପତ୍ର’ ମଧ୍ୟ ପ୍ରଚୁର ଭଲ ପାଇବା ହାସଲ କରିବ, ଏଇ ଆଶା ରଖି ରୋଜାଲିନିଙ୍କୁ ଶୁଭେଚ୍ଛା ଜଣାଉଛି।

–ଶତ୍ରୁଜିତ୍ , କବି ଓ ଗାଳ୍ପିକ

Category: Tag:

Description

About the Author

ରୋଜାଲିନି ମିଶ୍ର ୫ ଜାନୁଆରୀ ୧୯୮୩ରେ ଖୋର୍ଦ୍ଧା ଜିଲ୍ଲାର ପ୍ରତାପରୁଦ୍ରପୁର ଶାସନରେ ଜନ୍ମଗ୍ରହଣ କରିଥିଲେ। ପ୍ରତାପରୁଦ୍ରପୁର ଶାସନକୁ ଲାଗିଛି କେନ୍ଦୁବିଲ୍ୱ ଗ୍ରାମ। ଯେଉଁଠି ଜନ୍ମ ଗ୍ରହଣ କରିଥିଲେ କବି ଜୟଦେବ ଆଉ ରଚନା କରିଥିଲେ ବିଶ୍ୱପ୍ରସିଦ୍ଧ କାବ୍ୟ “ଗୀତଗୋବିନ୍ଦ’। ଜୟଦେବ ମାଟିର ସନ୍ତାନ ଯେହେତୁ, ସେଥିପାଇଁ ବୋଧେ ରୋଜାଲିନି ଏତେ କଳାମନସ୍କ। ସେ ଏକାଧାରରେ ଜଣେ ଲେଖିକା ଓ ପ୍ରାଚୀନ କଳାକେନ୍ଦ୍ର, ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରୁ ତାଲିମପ୍ରାପ୍ତ ଓଡ଼ିଶୀ କଣ୍ଠଶିଳ୍ପୀ। ତାଙ୍କର ପ୍ରଥମ ଗଳ୍ପ ସଂକଳନ “ମଡ଼ାଚଣ୍ଡିଆ ଓ ଅନ୍ୟମାନେ’ ଆନ୍ତର୍ଜାତୀୟ ପ୍ରକାଶନ ସଂସ୍ଥା ‘ବ୍ଲାକ ଇଗଲ ବୁକ୍ସ’ ତରଫରୁ “ବ୍ଲାକ ଇଗଲ ପ୍ରଥମ ବହି ପୁରସ୍କାର’ ପାଇ ପ୍ରକାଶିତ ହୋଇଛି। ତାଙ୍କର ଗଳ୍ପ “ଗୌତମୀ ଓ କାପାଳିକ’, “ଘୁଙ୍ଗୁର’, “ଜଣେ ସର୍ବହରାର କାହାଣୀ’ ସରଳ କୁମାର ଦାସଙ୍କ ସମ୍ପାଦିତ ତଥା ପାଠକ ନିର୍ବାଚିତ ଶ୍ରେଷ୍ଠଗଳ୍ପ- ୨୦୨୧, ଶ୍ରେଷ୍ଠଗଳ୍ପ- ୨୦୨୨, କଥାଉଚ୍ଛ୍ୱାସ- ୨୦୨୩ ରେ ଯଥାକ୍ରମେ ସ୍ଥାନିତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 26 November 2025
  • Language ‏ : ‎ Oriya
  • Print length ‏ : ‎ 128 pages
  • ISBN-10 ‏ : ‎ 1645607763
  • ISBN-13 ‏ : ‎ 978-1645607762
  • Item Weight ‏ : ‎ 154 g
  • Dimensions ‏ : ‎ 13.97 x 0.76 x 21.59 cm

Indian Edition Also available on:

Additional information

book-author

Language

Odia

select-format

Paperback