Availability: In Stock

Jadi Kintu Tathapi

Author: Snehsudha Misra

300.00

ଯେତେବେଳେ ପୃଥିବୀରେ ମୋବାଇଲ ଫୋନ୍ ନଥିଲା, ଧୂସର ପୃଥିବୀ ତ ଧୂସର ଥିଲା, ସବୁଜ ଧରିତ୍ରୀ ମଧ୍ୟ ସବୁଜ ହିଁ ଥିଲା, ଆକାଶ ବି ଆଜି ପରି ରଙ୍ଗ ବଦଳାଉଥିଲା, ଋତୁ ମଧ୍ୟ ଠିକ୍ ଏମିତି ବଦଳୁଥିଲା, ଝରଣା କୁଳୁକୁଳୁ ହୋଇ ବହି ଚାଲିଥିଲା । ଶାନ୍ତ ସମୁଦ୍ର ଲୋକେ ଦେଖୁଛନ୍ତି ବୋଲି ନିଜ ବେଳାଭୂମିରେ ଅଶାନ୍ତ ହେବାର ଅଭିନୟକୁ ବି ବେଶ୍ ଜାରି ରଖିଥିଲା ।

ସବୁକିଛି ଆଜିପରି ଥିଲା । ଖାଲି ମୋବାଇଲ ଫୋନ୍ ନ ଥିଲା । ଏବଂ ଏ ଧରା, ଏ ଆକାଶ, ଏ ଋତୁ, ଏ ଝରଣା, ଏ ସମୁଦ୍ର ନିଜ ନିଜ ଜାଗାରେ ହଜାର ହଜାର ବର୍ଷ ଧରି ଅଚଳ ଥିଲେ, ଆଞ୍ଚଳିକ ଥିଲେ ଓ ଅନେକଟା ଦୂରସ୍ଥ ମଣିଷ ପାଇଁ ଅଜ୍ଞାତ ଥିଲେ ମଧ୍ୟ । କିନ୍ତୁ ମୋବାଇଲ ଫୋନ୍ ନିଜର ଧରାବତରଣ ପରେ ଏହି ଅଚଳ, ଆଞ୍ଚଳିକ ଓ ସମ୍ୟକ୍ ଅଜ୍ଞାତ ବାତାବରଣକୁ ନିଜର କାଉଁରୀ କାଠି ଛୁଆଇଁ ସଚଳ, ସର୍ବବିଦ୍ୟମାନ ଓ ବେଶ୍ ପରିଚିତ କେବଳ କଲାନାହିଁ, ଲୋକପ୍ରିୟ ମଧ୍ୟ କରିଦେଲା । ଦୁବାଇର ବିସ୍ତୃତ ମରୁଭୂମିରେ ଭୂମି ଖୋଳୁଥିବା ପାଇପ୍ ମିସ୍ତ୍ରୀଟି ଚେରାପୁଞ୍ଜିରେ ତା’ର କୁନି ଗେଲାଝିଅଟି ଘୋର ବର୍ଷାରେ ନାଚୁଥିବା ଦେଖି ଉଲ୍ଲସିତ ହେଲା, ନିଜ ପରିଶ୍ରମ ସାର୍ଥକ ହେବାର ଆନନ୍ଦରେ ବର୍ଷାର କୋମଳତାକୁ ଅନୁଭବ କରି ପ୍ରଚଣ୍ଡ ଉତ୍ତାପର ଦଣ୍ଡକୁ ଭୁଲିଗଲା । ଫ୍ରାନ୍ସର ମୂକ ବଧିର ମହିଳାଜଣକ ବାନ୍ଧବୀର ମୋବାଇଲରେ ଓଡ଼ିଶାର ମଙ୍ଗଳଜୋଡ଼ିରେ ପକ୍ଷୀମାନଙ୍କର ଅପୂର୍ବ ସମାବେଶକୁ ପ୍ରଥମଥର ପାଇଁ ଦେଖି, ନିଜେ ଆସି ମଙ୍ଗଳଜୋଡ଼ିରେ ପହଞ୍ôଚ ପକ୍ଷୀମାନଙ୍କ ସାନ୍ନିଧ୍ୟକୁ ପ୍ରାଣଭରି ଉପଭୋଗ କରିପାରିଲେ । ଏଇ କୁହୁକ ଦର୍ପଣର ଏହି ମଧୁର ସାମର୍ଥ୍ୟ ଆଜି ଆମ ଜୀବନରେ ଖାଦ୍ୟ, ବସ୍ତ୍ର, ଗୃହ ପରି ଏକ ଅପରିହାର୍ଯ୍ୟ ଆବଶ୍ୟକତା ପାଲଟି ଯାଇଛି । କିନ୍ତୁ ଦିନ ଥିଲା ଏହି ଅତ୍ୟାବଶ୍ୟକ ବସ୍ତୁଟି ଆମ ଜୀବନରେ ନଥିଲା । ଏଇ ସଂକଳନର ସମସ୍ତ ଗଳ୍ପ ସେଇ ସମୟର କାହାଣୀ, ଯେତେବେଳେ ମନୁଷ୍ୟ ସଭ୍ୟ, ଶିକ୍ଷିତ ଓ ଜାଗ୍ରତ ତ ହୋଇ ସାରିଥିଲା, କିନ୍ତୁ ଏହି ବ୍ରହ୍ମାସ୍ତ୍ରଟି ତା’ହାତରେ ପଡ଼ି ନଥିଲା । ହାତରେ ମୋବାଇଲ ଫୋନ୍]ଟିଏ ଥିଲେ, ଏଠାରେ ପରିବେଷିତ ଗଳ୍ପମାନଙ୍କର ପରିବେଶ, ପରିବେଷ୍ଟନୀ ଓ ପରିଣାମ ନିଶ୍ଚିତ ଭାବରେ ଅଲଗା ପ୍ରକାରେ ହୋଇଥାନ୍ତା ।

Category:

Description

About the Author

ଗଞ୍ଜାମର ଆସ୍କା ସହରରେ ୧୯୪୯ ମସିହା ଚମ୍ପକ ଦ୍ୱାଦଶୀରେ ଶ୍ରୀମତୀ ସ୍ନେହସୁଧା ମିଶ୍ରଙ୍କ ଜନ୍ମ । ତାଙ୍କର କବିତା, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଓ ନାଟକ ବିଭିନ୍ନ ଓଡ଼ିଆ ଓ ଇଂରାଜୀ ପତ୍ରପତ୍ରିକାରେ ପ୍ରକାଶିତ ଓ ନିଜ ନିର୍ଦ୍ଦେଶନାରେ ମଞ୍ଚସ୍ଥ । ଅଶୀ ଦଶକରେ ତାଙ୍କର ‘ଶ୍ରୀଧାରା’ ପତ୍ରିକା ଅନେକ ନବପ୍ରତିଭା ଉନ୍ମୋଚନ କରିଥିଲା । ଭୁବନେଶ୍ୱରସ୍ଥ ରମାଦେବୀ ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ (ବର୍ତ୍ତମାନ ବିଶ୍ୱବିଦ୍ୟାଳୟ)ର ମୁଖ୍ୟ ଓଡ଼ିଆ ଅଧ୍ୟାପିକା ଦାୟିତ୍ୱରୁ ଅବସର ନେବା ପରେ ସେ ବ୍ରିଟେନ୍]ସ୍ଥ ନିଉକାଶଲ୍] ଅପନ୍] ଟାଏନ୍] ନଗରୀର ନର୍ଥଅମ୍ବ୍ରିଆ ବିଶ୍ୱବିଦ୍ୟାଳୟରେ ସୃଜନଶୀଳ ରଚନା (କ୍ରିଏଟିଭ୍] ରାଇଟିଂ)ରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି । ଏହି ପାଠ୍ୟକ୍ରମର ଆବଶ୍ୟକୀୟ ନିବନ୍ଧ ରୂପେ ଇଂରାଜୀରେ ରଚିତ ତାଙ୍କର ପ୍ରଥମ ଉପନ୍ୟାସ ପ୍ରକାଶ ପାଇବା ପାଇଁ ଅପେକ୍ଷାରତ ଥିବାବେଳେ ‘ମହାଗାଥା କର୍ମସୂତ୍ରର’ ତାଙ୍କର ପ୍ରକାଶିତ ପ୍ରଥମ ଉପନ୍ୟାସ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 15 May 2023
  • Language ‏ : ‎ Oriya
  • Print length ‏ : ‎ 254 pages
  • ISBN-10 ‏ : ‎ 1645603970
  • ISBN-13 ‏ : ‎ 978-1645603979
  • Item Weight ‏ : ‎ 327 g
  • Dimensions ‏ : ‎ 13.97 x 1.47 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback