Availability: In Stock

Kabi Damodara Rachana Sambhara

400.00

ସୂଚିପତ୍ର

======

କବି ଦାମୋଦର ମହାପାତ୍ର ସିଦ୍ଧି ଓ ସାଧନା- ଦେବାଶିଷ ମହାପାତ୍ର ୨୯

୧. ନାଟ୍ୟ ସ୍ତବକ

=========

ରାଜା ହରିଶ୍ଚନ୍ଦ୍ର ନାଟକ ଓ ନାଟ୍ୟକାର ଦାମୋଦର ମହାପାତ୍ର ୪୯

ଡ. ଜ୍ଞାନୀ ଦେବାଶିଷ ମିଶ୍ର

ରାଜା ହରିଶ୍ଚନ୍ଦ୍ର ନାଟକ ୫୪

ନାଟ୍ୟ ପରିକଳ୍ପନାର ଶ୍ରେଷ୍ଠ ଉପଲବ୍ଧ ସମ୍ବରାସୁର ବଧ ୯୯

ଦେବାଶିଷ ମହାପାତ୍ର

ସମ୍ବରାସୁର ବଧ ବା ମନ୍ମଥ ଜନ୍ମ ନାଟକ ୧୧୧

ସଂଗୀତ ନାଟ୍ୟଧାରାର ଅଭିନବ ନିଦର୍ଶନ ବବ୍ରୁବାହନ ୧୭୩

ମନୀଷା ଦାଶ

ବବ୍ରୁବାହନ ନାଟକ ୧୮୩

କବି-ନାଟ୍ୟକାର ଦାମୋଦରଙ୍କ ମୀରାବାଈ ନାଟକ ୨୩୯

ଏକ ସ୍ୱତନ୍ତ୍ର ଆଲେଖ୍ୟ – ଡ. ଶରତ କୁମାର ଜେନା

ମୀରାବାଈ ନାଟକ ୨୪୭

Category:

Description

About the Author

ଓଡ଼ିଆ ସାହିତ୍ୟର ବହୁ ସ୍ରଷ୍ଟା ଆଜି ମଧ୍ୟ ପାଠକମାନଙ୍କ ଦୃଷ୍ଟିର ଅନ୍ତରାଳରେ ରହିଯାଇଛନ୍ତି । ବିଶେଷତଃ ଓଡ଼ିଆ ସାହିତ୍ୟର ଇତିହାସ ପୁସ୍ତକରେ ଯେଉଁ ସାହିତ୍ୟିକମାନଙ୍କ ନାମୋଲ୍ଲେଖ ହୋଇ ନାହିଁ ସେମାନେ ଯେ ଶ୍ରେଷ୍ଠ ପ୍ରତିଭା ନଥିଲେ ତାହା କୁହାଯାଇ ନପାରେ । କାରଣ ସାରସ୍ୱତ ଦାୟିତ୍ୱର ଅଭାବ କିମ୍ବା ଲେଖକୀୟ ଆତ୍ମସଚେତନତାର ଅଭାବ ଯୋଗୁଁ ଅନେକ ପ୍ରତିଭା ଅନାଲୋଚିତ । ସେହିପରି ରାୟଗଡ଼ା ଜିଲ୍ଲାର ଜଣେ ସ୍ୱଳ୍ପାଲୋଚିତ ପ୍ରତିଭା ହେଉଛନ୍ତି ପଣ୍ଡିତ କବି ଦାମୋଦର ମହାପାତ୍ର । ସେ ଆଜୀବନ ନୀରବ ସାଧକ ତୁଲ୍ୟ ସାରସ୍ୱତ ସାଧନା କରିଛନ୍ତି । ବିଭିନ୍ନ ପ୍ରତିକୂଳ ପରିବେଶ ଦେଇ ତାଙ୍କ ଜୀବନ ଗତି କରିଥିଲେ ହେଁ, ସେ ଅନେକ ସଂଗୀତ ନାଟକ, ଚଉପଦୀ, ଚଉତିଶା, ଭଜନ, ଜଣାଣର ସ୍ରଷ୍ଟା । ଏପରିକି ଉପେନ୍ଦ୍ର ଭଂଜଙ୍କ ଚିତ୍ରକାବ୍ୟ ବନ୍ଧୋଦୟର ଅନୁସରଣରେ ‘ସଚ୍ଚିତ୍ର ବନ୍ଧ କାବ୍ୟ’ ନାମରେ ଖଣ୍ଡେ ବନ୍ଧ କାବ୍ୟର ମଧ୍ୟ ସେ ରଚୟିତା । ଉକ୍ତ ପୁସ୍ତକରେ ତାଙ୍କ ଦ୍ୱାରା ରଚିତ ହୋଇଥିବା ଅନେକ କୃତି ସଂକଳିତ ଓ ଆଲୋଚିତ । ଏହି ବିଚକ୍ଷଣ ପ୍ରତିଭା ପାଠକୀୟ ଆଦୃତିରୁ କେବେ ମଧ୍ୟ ଅସ୍ପୃଶ୍ୟ ହେବେ ନାହିଁ ବୋଲି ଆମର ଦୃଢ଼ ଆଶା ଓ ବିଶ୍ୱାସ ।

ସମକାଳର ଜଣେ ପ୍ରତିଶ୍ରୁତି ସଂପନ୍ନ ଯୁବ ଅଧ୍ୟାପକ ଓ ସାହିତ୍ୟ ସମୀକ୍ଷକ । ଦକ୍ଷିଣ ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ଆଲୋଚନା ଏବଂ ପର୍ଯ୍ୟାଲୋଚନାରେ ବିଶେଷ ରୁଚି ରଖୁଥିବା ଦେବାଶିଷ ମହାପାତ୍ରଙ୍କ ସର୍ଜନାର ପରିସର ବ୍ୟାପ୍ତ ନହେଲେ ସୁଦ୍ଧା ସମ୍ଭାବନାର ଅଜସ୍ର ଅନୁରାଗରେ ତାଙ୍କ ସୃଷ୍ଟିଶୀଳ ବ୍ୟକ୍ତିତ୍ୱର ଅନୁସନ୍ଧିତ୍ସା ଅନାହତ । ଓଡ଼ିଆ ସମାଲୋଚନା ସାହିତ୍ୟ ଭବିଷ୍ୟତରେ ଏହି ଯୁବ ଉଦ୍ୟମୀଙ୍କ ଅଧ୍ୟବସାୟ ଦ୍ୱାରା ଅନେକ ଫଳଶ୍ରୁତିରେ ପଳାଶମଣ୍ଡିତ ହେବ ବୋଲି ଆମ୍ଭର ଆଶା ଓ ବିଶ୍ୱାସ । ସ୍ମିତହସିତ ଶିଷ୍ଟାଚାର ସଂପନ୍ନ ଦେବାଶିଷଙ୍କ ଆଖିରେ ଆଖିଏ ସ୍ୱପ୍ନ ଏବଂ ପ୍ରତିବଦ୍ଧତାର ପର୍ଯ୍ୟାପ୍ତ ପ୍ରାଚୁର୍ଯ୍ୟରେ ପରିଶୀଳିତ ତାଙ୍କ ପରି ଗ୍ରହଣୀୟ ଆସ୍ପୃହା । ଅଧ୍ୟାପନାର ସ୍ନିଗ୍]ଧ ଗମ୍ଭୀର ଅନୁଭୂତି ସହିତ ଶିକ୍ଷାର୍ଥୀର ସଲ୍ଲଜ ଜିଜ୍ଞାସା ତାଙ୍କୁ ଓଡ଼ିଆ ସମାଲୋଚନାର ବାନପ୍ରସ୍ଥରେ ନାମିତ କରିବ ନିଶ୍ଚୟ । ସେ ଜୟପୁର ସ୍ଥିତ ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଓଡ଼ିଆ ସମ୍ମାନରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ୨୦୧୭ ମସିହାରେ ଉତ୍ତୀର୍ଣ୍ଣ ହେବା ପରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ୨୦୧୯ ମସିହାରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୨୦୨୧ ମସିହାରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ‘ଦକ୍ଷିଣ ଓଡ଼ିଶାର ସଂଗୀତ ନାଟକ ପରମ୍ପରା ଏକ ଅଧ୍ୟୟନ’ ଶୀର୍ଷକ ନିବନ୍ଧ ଉପସ୍ଥାପନା କରି ଏମ୍].ଫିଲ୍]. ଡିଗ୍ରୀ ପ୍ରାପ୍ତ । ଓଡ଼ିଶାର ବହୁ ପ୍ରତିଷ୍ଠିତ ଓ ବିଦିତ ପତ୍ରପତ୍ରିକାରେ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ, ଆଧୁନିକ ଓଡ଼ିଆ ନାଟକ ଓ ସ୍ୱାଧୀନୋତ୍ତର ଓଡ଼ିଆ କବିତା ସଂପର୍କରେ ତାଙ୍କ ଦ୍ୱାରା ରଚିତ ଅନେକ ପ୍ରବନ୍ଧ ପ୍ରକାଶିତ ହୋଇ ବିଦ୍ୟାଧ୍ୟାୟୀ ବିଦ୍ୱାନ୍ ଆଲୋଚକବର୍ଗଙ୍କ ପ୍ରଶଂସାଭାଜନ ହୋଇପାରିଛି । ପୂର୍ବରୁ ସେ ପାରଳାଖେମୁଣ୍ଡିର ନାଟ୍ୟ ପ୍ରତିଭା ଆପନ୍ନା ପରିଚ୍ଛାଙ୍କ ତିନୋଟି ନାଟକ ସଂଗ୍ରହ ଓ ସଂକଳନ କରି ‘ଅମୃତ ଅନୁଭବର ଅବିସ୍ମୃତ ବ୍ୟକ୍ତି ଆପନ୍ନା ପରିଚ୍ଛାଙ୍କ ନାଟ୍ୟକୃତି’ ନାମରେ ଏକ ପୁସ୍ତକ ପ୍ରକାଶ କରିଛନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 15 September 2023
  • Language ‏ : ‎ Oriya
  • Print length ‏ : ‎ 338 pages
  • ISBN-10 ‏ : ‎ 1645604489
  • ISBN-13 ‏ : ‎ 978-1645604488
  • Item Weight ‏ : ‎ 431 g
  • Dimensions ‏ : ‎ 13.97 x 1.93 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia