Description
Review
ଓଡ଼ିଆ ସାହିତ୍ୟର ତୃତୀୟ ଗଳ୍ପ ସଂକଳନ ‘କଥା କଦମ୍ବ’ (୧୯୨୪) ଦୟାନିଧି ମିଶ୍ରଙ୍କ କଥା ପ୍ରତିଭାର ଦୀପ୍ତି ପ୍ରକାଶ କରେ । ତାଙ୍କ ଗଳ୍ପ ଅପେକ୍ଷାକୃତ ଦୀର୍ଘ । କଳା ପାଇଁ କଳା ସୃଷ୍ଟି- ତାଙ୍କ ଗଳ୍ପର ଆଦର୍ଶ ନୁହେଁ; ଆଦର୍ଶ ଜାତୀୟତା ଓ ସ୍ୱାଭିମାନ, ପ୍ରେମ ଓ ମାନବିକତା, ତ୍ୟାଗ ଓ ଉତ୍ସର୍ଗୀକୃତ ଜୀବନ । ଏହି ଦୃଷ୍ଟିରୁ ତାଙ୍କର ଏଗାରଟି ଯାକ ଗଳ୍ପ ସ୍ୱତନ୍ତ୍ର ଦୃଷ୍ଟି ଓ ଦର୍ଶନର ଦ୍ୟୋତକ ।
– ଡ. ବୈଷ୍ଣବ ଚରଣ ସାମଲ
ବିଶେଷତଃ କଥା ବୟାନରେ ଏଭଳି ସଂଯତ, ମାର୍ଜିତ ଓ ଗୁଣାନ୍ୱିତ ଆଙ୍ଗିକର ବ୍ୟବହାର ସେ କାଳର ଔପନ୍ୟାସିକ ଓ କଥାକାର ମାନଙ୍କଠାରେ କ୍ୱଚିତ ପରିଲକ୍ଷିତ ହେଲାବେଳେ କି ଐତିହାସିକ, କି ସାମାଜିକ, କି ପୌରାଣିକ- ଯେକୌଣସି ବିଷୟକ କଥାକୃତିରେ ଯଥାଯଥ ଆବେଗ, ରସସ୍ନିଗ୍ଧତା ଓ ବିଷୟ ପ୍ରବେଶ ପଟୁତାର ସୁସମବାୟ ଘଟାଇ ପୌନଃପୁନିକତାକୁ ପରିହାର କରି ଏମନ୍ତ ପରିଚ୍ଛନ୍ନ ରୀତିରେ ଭାବପ୍ରକାଶ କରିବା କ୍ଷେତ୍ରରେ ଦୟାନିଧି ମିଶ୍ରଙ୍କର ଅନନ୍ୟତା ହିଁ ତାଙ୍କର ପ୍ରତିଭାର ପରିଚୟ ବହନ କରେ ।
– ଡ. ରବୀନ୍ଦ୍ର କୁମାର ପ୍ରହରାଜ
ଐତିହାସିକ ଘଟଣାର ଭିତ୍ତି ଉପରେ ଗଢ଼ା ଯାଇଥିବା ଦୟାନିଧି ମିଶ୍ରଙ୍କ ଗଳ୍ପରେ ଓଡ଼ିଆ ଜାତିର ବୀରତ୍ୱ ତଥା ଚରିତ୍ରବତ୍ତା ପ୍ରତିଷ୍ଠା କରାଯାଇ ଥିଲେ ହେଁ ଗଳ୍ପର କଥାଭାଗକୁ ରୁଚିକର ଓ ପ୍ରୀତିପ୍ରଦ କରିବା ପାଇଁ ରୋମାନ୍ସ ସୁଲଭ ପ୍ରଣୟ- ଆଖ୍ୟାନ ମଧ୍ୟ ଏଥିରେ ପରିକଳ୍ପିତ । ଏଇ ବୀରତ୍ୱ ଓ ପ୍ରଣୟର ଉପସ୍ଥାପନା-କୌଶଳ, ବିଷୟ ବସ୍ତୁର ବିଭାଗୀକରଣ, ଆରମ୍ଭର ବୈଚିତ୍ର]୍ୟ, ବିଷୟ ଗ୍ରନ୍ଥିର କ୍ରମଉନ୍ମୋଚନ, ବିଭିନ୍ନ ପରିସ୍ଥିତିରେ ଆବେଗ ଓ ଉତ୍ତେଜନାର ସମାବେଶ- ଏ ସବୁ ଏ ଗଳ୍ପମାନଙ୍କର ଶିଳ୍ପ ଗୌରବ । ଏ ଗୌରବ ସମସାମୟିକ ଅଧିକାଂଶ ଗଳ୍ପରେ ଏକାନ୍ତ ବିରଳ କହିଲେ ଚଳେ ।
– ଡ. ନଟବର ସାମନ୍ତରାୟ
ଇତିହାସ, ଜାତୀୟତା ଓ ପ୍ରେମର ତ୍ରିଧାରାରେ ଅଭିସିଂଚିତ ତାଙ୍କର ଗଳ୍ପଧାରା । ସୃଷ୍ଟି ସୀମିତ ମାତ୍ର ପ୍ରତ୍ୟେକଙ୍କର ସ୍ୱାଦ ଭିନ୍ନ ଓ ରୁଚି ଭିନ୍ନ । ।
– ଅଧ୍ୟାପକ ବିଶ୍ୱରଂଜନ
About the Author
Bishwanath Sahu teaches Odia language and literature at Barpali College, Barpali. His short stories and research articles have been published in various journals.
Product details
- Publisher : Black Eagle Books
- Publication date : 16 October 2021
- Language : Oriya
- Print length : 126 pages
- ISBN-10 : 1645602192
- ISBN-13 : 978-1645602194
- Item Weight : 168 g
- Dimensions : 13.97 x 0.76 x 21.59 cm
- Country of Origin : India
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





