Availability: In Stock

Maa Se Amrutamayee

Author: Sumitra Mishra

240.00

‘ମା’ ଜନ୍ମଦାତ୍ରୀ । ମା’ର ଗରିମା ବର୍ଣ୍ଣିବା ପାଇଁ ଯେତେ ଯେତେ ପୁସ୍ତକ ରଚନା ହେଲେ ବି ତାହା ଅକୁଳାଣ ହେବ । କେତେ କେତେ କବି, ଲେଖକ, ସାହିତ୍ୟିକ ଅଜସ୍ର ଗଦ୍ୟ, ପଦ୍ୟ, କାବ୍ୟ ରଚନା କରି ଚାଲିଛନ୍ତି ମା’ର ମହିମା କୀର୍ତ୍ତନ କରି, ତା’ର ଋଣ ସୁଝେଇବା ପାଇଁ, କିନ୍ତୁ ତା କି ସମ୍ଭବ?

ମା’ ଅମୃତମୟୀ । ଅମୃତର କଳସଟିଏ ତା ହୃଦୟରେ ଭରି ଦେଇଛନ୍ତି ଈଶ୍ୱର । ସେ ଅମୃତ ତା’ର ବିମଳ, ପବିତ୍ର ଅନିର୍ବଚନୀୟ ମମତା ।

ମା’ ଦିବ୍ୟ-ଭବ୍ୟ-ଶୋଭନୀୟ-କମନୀୟ ଏକ ସୃଷ୍ଟି । ସେବା ଭାବରେ ମହନୀୟା, କ୍ଷମା ଗୁଣରେ ସର୍ବଂସହା । କିଏ କଳିପାରିବ ତା’ର ତ୍ୟାଗ-ତିତିକ୍ଷାର ମୂଲ୍ୟ?

ମୋର ଏହି କବିତା ଗ୍ରନ୍ଥ “ମା’ ସେ ଅମୃତମୟୀ”ରେ ମୁଁ ସେ ଧୃଷ୍ଟତା କରି ନାହିଁ, ମା’କୁ କଳିିବାର କି ମା’ର ଋଣ ସୁଝିବାର । ବର୍ଣ୍ଣନା କରିଛି ମୋ ମା’କୁ ମୁଁ ଯେମିତି ଅନୁଭବ କରିଥିଲି ପିଲାଦିନେ, ଯେମିତି ଦେଖିଥିଲି ବଡ ହୋଇ ବୁଝିଲା ପରି ହେବା ପରେ ଓ ମା’କୁ ହରାଇବା ପରେ । ଏ କେଇଟି କବିତା ମୋ ମା’ ପଦ୍ମପାଦରେ ମୋର ଶ୍ରଦ୍ଧାଞ୍ଜଳି ମାତ୍ର ।

-ସୁମିତ୍ରା ମିଶ୍ର

Category:

Description

About the Author

ମେଜର ଡ ସୁମିତ୍ରା ମିଶ୍ର ଇଂରାଜୀ ଭାଷା ସାହିତ୍ୟର ଅଧ୍ୟାପିକା ରୂପେ ବୃତ୍ତିଗତ ଜୀବନ ବିତାଇ ଅବସର ପରେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଲେଖନୀ ଚାଳନା ଜାରି ରଖିଛନ୍ତି। ସେ ଜଣେ ସମ୍ବେଦନଶୀଳା ସାହିତ୍ୟିକା । ଗଳ୍ପ ହେଉ ବା କବିତା, ନାଟକ ହେଉ ବା ପ୍ରବନ୍ଧ, ତାକଂ ମନନଶୀଳତାର ରଂଗ, ରସ ଛୁଇଁ ଯାଏ ଭୂମିରୁ ଭୂମା ପର୍ୟ୍ୟନ୍ତ ଓ ଭିଜେଇ ଦିଏ ସକଳ ପ୍ରାଣୀକଂ ବେଦନାସିକ୍ତ ହୃଦୟ। ଶବ୍ଦକୁ କେବେ ଅଶ୍ୱ, କେବେ ପ୍ରଜାପତି କରି ସେ ସୃଷ୍ଟି କରନ୍ତି ଆବେଗର ଇନ୍ଦ୍ରଜାଲ! କବିକଂର କେତୋଟି ପ୍ରକାଶିତ ଗ୍ରନ୍ଥ ହେଲା, “ଉଦାସ ଗୋଧୂଳି”, “ମନ ମୂର୍ଛନା”, “ପ୍ରୀତିପୁଷ୍ପା”, “ବର୍ଷା ବୀଥିକା”,”ଅନ୍ତର୍ଦ୍ଧ୍ଵନୀ” “ତନୁତୀର୍ଥ” (କବିତା), “ଆହତ ଅପରାହ୍ନ”, “ନିଶବ୍ଦ ଭଉଁରୀ”, “ପଣତ କାନିରେ ଆକାଶ”, “କାରୋନା କବଳେ”, “କରୋନା କ।ଳିକା”, ” ଭିନ୍ନ ପ୍ରଜାତିର ପ୍ରଜାପତି” (ଗଳ୍ପ), “ପଥପ୍ରାନ୍ତେ”, “ବାତ୍ଯାପରେ”, “ବିସ୍ଥାପନ”(ନାଟକ), “କ୍ରୀତଦାସତ୍ୱର ବାର ବର୍ଷ”, “ବଟ ବୃକ୍ଷ ଛାୟାରେ ଓ ଅନ୍ୟାନ୍ୟ ଗଳ୍ପ”, “The Lord of Time”( ସମୟ ପୁରୁଷ) ଆଦି ଅନୁବାଦ ପୁସ୍ତକ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 14 November 2023
  • Language ‏ : ‎ Oriya
  • Print length ‏ : ‎ 176 pages
  • ISBN-10 ‏ : ‎ 1645604748
  • ISBN-13 ‏ : ‎ 978-1645604747
  • Item Weight ‏ : ‎ 231 g
  • Dimensions ‏ : ‎ 13.97 x 1.04 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback