Availability: In Stock

Mati

Author: Mayadhar Sahoo

200.00

ବାଇ ପୃଷ୍ଟି ହେଉ ଅବା ମାଳିଅପା, ହରିମାମୁ, ନନ୍ଦିଆ, ଶିରିଆ, ମଧୁଆ, ଭୋଳା, ଦେବୁ ଅବା ଗୋବିନ୍ଦ ଭାରିଯା; ଏଇମାନେ ତ ସବୁ ଆପଣଙ୍କର ଚିହ୍ନା ମଣିଷ, ଆଖପାଖର ଆପଣାର ଲୋକ ଯାହାର ସୁଖଦୁଃଖ, ହସକାନ୍ଦ ଆଉ ଜୀବନ ସଂଗ୍ରାମର ଦୃଷ୍ଟ ଅଦୃଷ୍ଟ ଧାରା ଆପଣଙ୍କ ଜୀବନକୁ ପରିପୁଷ୍ଟ କରିଛି ପାଠକେ!! “ମାଟି’ର ପରିବର୍ଦ୍ଧିତ ସଙ୍କଳନ କେବଳ ମାଟିର କଥା, ସେଇମାନଙ୍କ କଥା, ଆଉ ଆପଣଙ୍କର କେତୋଟି ନିଜକଥା, ଯାହାକୁ ନିଜ ଛାତିର ଦୁଆତରେ କଲମ ବୁଡ଼େଇ ଲେଖିବାର ପ୍ରୟାସ ମାତ୍ର କରିଛନ୍ତି ଲେଖକ ।

Category:

Description

Review

‘ମାଟି’ ଗଳ୍ପ ସଙ୍କଳନ କଥାଶିଳ୍ପୀ ମାୟାଧର ସାହୁଙ୍କ ସୃଜନ ଯାତ୍ରାର ପ୍ରଥମ ଇସ୍ତାହାର ବୋଲି ବିଶ୍ୱାସ କରିବାକୁ କଷ୍ଟ ହୁଏ । ଅନିଶ୍ଚିତ ଭବିଷ୍ୟତକୁ ନେଇ ବଞ୍ଚୁଥିବା ମଣିଷର ଅସହାୟତାର କଥା, ଦୁଃସ୍ଥିତି, ଦୁର୍ଦ୍ଦଶା ଭିତରେ ଜୀବନ ବଞ୍ଚୁଥିବା ମଣିଷର କଥାକୁ ଏତେ ଜୀବନ୍ତ ଏବଂ ମର୍ମସ୍ପର୍ଶୀ ଭାବେ ବଖାଣିଛନ୍ତି ଯେ ସ୍ୱତଃସ୍ଫୂର୍ତ୍ତ ବେଦନାର୍ଦ୍ର ହୋଇ ଉଠେ ଅନ୍ତର; ସଙ୍କଳନର ଗପ ସବୁ ପଢ଼ିବା ପରେ । କରୁଣା ହିଁ ତାଙ୍କ ଗଳ୍ପର ଅନ୍ତଃସ୍ୱର । ତାଙ୍କ ବର୍ଣ୍ଣନାରେ ଦୁଃଖ ବି ଲାଗୁଛି ମହିମ୍ନ । ଭିଜାମାଟିର ସ୍ନିଗ୍ଧ ସୁଶୀତଳ ମହକରେ ଏ ସଙ୍କଳନର ଗପଗୁଡ଼ିକ ଆବିଷ୍ଟ କରି ରଖିବ ପାଠକ ପାଠିକାଙ୍କୁ, ଏଇ ବିଶ୍ୱାସ ସହ ଶ୍ରଦ୍ଧେୟ ଗାଳ୍ପିକଙ୍କ ପାଇଁ ମୋର ଆନ୍ତରିକ ଶୁଭେଛା । ତାଙ୍କ ଲେଖନୀ ବେଗଗାମୀ ହେଉ ।

– ଜୟନ୍ତୀ ରଥ, ସ୍ୱନାମଧନ୍ୟ ଗାଳ୍ପିକା ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବ ସଚିବ

About the Author

ମାୟାଧର ସାହୁଙ୍କ ଜନ୍ମ ଯାଜପୁରରୋଡ଼ ନିକଟସ୍ଥ ରଘୁନାଥପୁର ଗାଁରେ । ସେ ବୃତ୍ତିରେ ଜଣେ ଇଞ୍ଜିନିୟର୍ । ସେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ଯୁବ ଗାଳ୍ପିକ ପୁରସ୍କାରର ପ୍ରଥମ ପ୍ରାପକ ଓ ଫକୀରମୋହନଙ୍କ ୧୫୫ତମ ଜନ୍ମ ଜୟନ୍ତୀ ପୁରସ୍କାର (୧୯୯୬)ର ପ୍ରାପକ । କାର୍ଯ୍ୟବସ୍ତତା ତଥା ବିଭିନ୍ନ କାରଣରୁ ଦୁଇ ଦଶନ୍ଧିର ସୃଜନ-ସନ୍ୟାସ ପ୍ରାୟ ଜୀବନ ବିତେଇବା ପରେ ଗଳ୍ପ ସୃଜନରେ ପୁନଃ ଆତ୍ମସମର୍ପଣ କରିଛନ୍ତି । ତେରଗୋଟି ଗପକୁ ନେଇ ‘ମାଟି’ ଗଳ୍ପ ସଙ୍କଳନ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରଥମେ ୧୯୯୮ରେ ପ୍ରକାଶିତ । ସତରଟି ଗପକୁ ନେଇ ଏହାର ପରିବର୍ଦ୍ଧିତ ସଂକଳନ ବ୍ଲାକ୍ ଈଗଲ୍ ବୁକ୍ସ ଦ୍ୱାରା ପ୍ରକାଶିତ ହେବାକୁ ଯାଉଛି । ଶ୍ରୀ ସାହୁଙ୍କ ପ୍ରକାଶିତ ଅନ୍ୟ ଗଳ୍ପ ସଂକଳନଗୁଡ଼ିକ ହେଲା- ‘ଅପରାଜିତା'(୨୦୨୨) ଓ ‘ଚିରୁଗୁଣି'(୨୦୨୩) ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 19 March 2024
  • Language ‏ : ‎ Oriya
  • Print length ‏ : ‎ 126 pages
  • ISBN-10 ‏ : ‎ 1645604896
  • ISBN-13 ‏ : ‎ 978-1645604891
  • Item Weight ‏ : ‎ 168 g
  • Dimensions ‏ : ‎ 13.97 x 0.76 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback