Availability: In Stock

Mudra

200.00

ବୁଭୁକ୍ଷୁ ଜନତାମାନଙ୍କପାଇଁ ଅଛି ତାଙ୍କର ଗଭୀର ସମବେଦନା। ନିଷ୍ପେସିତ ମଣିଷଙ୍କପାଇଁ ଭରି ରହିଛି ହୃଦୟରେ ଦରଦ। ସେଦିନ ‘ଆଗାମୀ’ ନାମକ କବିତାରେ କାଳିନ୍ଦୀ ଚରଣ ପାଣିଗ୍ରାହୀ ଯେଉଁ ସବୁ କଥା କହିଯାଇଥିଲେ ତାହାକୁ ସେ ଉଚିତ ବୋଲି ହୁଏତ ମନେ କରି ବସିଛନ୍ତି। ଅର୍ଥାତ୍ କବିତା ଏକ ବିରାଟ ସମାଜର କଥା କହେ, ଯେଉଁଥିରେ ସମସ୍ତଙ୍କ ପାଇଁ ବଖୁରେ ହେଲେ ବି ଘର ରହିଥାଏ। ସମସ୍ତଙ୍କ ପାଇଁ ମୁଠାଏ ଦୁଧଭାତ, ଦୁଇଟି ଲୁଗାଜାମା, ନିର୍ବିଘ୍ନ ଅଧ୍ୟୟନ, ସରକାରଙ୍କ ତରଫରୁ ସମସ୍ତଙ୍କ ପାଇଁ କାମ ଓ ସ୍ୱାଧୀନ ବକ୍ତବ୍ୟର ଅଧିକାର ସବୁ ମଣିଷଙ୍କର ପ୍ରାପ୍ୟ। ବାଞ୍ଛାନିଧିଙ୍କର କାବ୍ୟାତ୍ମା ସେହି ନିଷ୍ପେସିତ ସମାଜର ଜୟଗାନ କରିବାରେ ବ୍ୟସ୍ତ ରହିଛି। ଅଧିକାଂଶ କବିତାରେ ସେଇ ଭାବ ଉତ୍]କୀର୍ଣ୍ଣ ହୋଇଛି ଅନ୍ତର୍ଛନ୍ଦରେ ସୁସଜ୍ଜିତ ହୋଇ। ଯୌବନର ଆଦିକାଳରେ ପ୍ରଗତିବାଦୀ ଚିନ୍ତାଧାରାର ନାୟକମାନଙ୍କଠାରୁ ସେ ଯେଉଁ ବହ୍ନି ସଂଗ୍ରହ କରିଥିଲେ ତାହା ଆଜି ପର୍ଯ୍ୟନ୍ତ ପ୍ରଜ୍ଜ୍ୱଳିତ ରହିଛି ବୋଲି ସେ ତାଙ୍କର କବିତାରେ ଉଦ୍]ଘୋଷଣା ମଧ୍ୟ କରିଛନ୍ତି।

ବାଞ୍ଛାନିଧିଙ୍କ ବ୍ୟକ୍ତିସତ୍ତାକୁ ଅନୁଭବ କରିବାକୁ ହେଲେ ‘ମୁଦ୍ରା’ କବିତା ଗ୍ରନ୍ଥର କେତେକ କବିତାକୁ ଅଧ୍ୟୟନ କରିବାକୁ ପଡ଼ିବ, ଯେଉଁଥିରେ ସେ ଲେଲିନ, ହିମାଂଶୁ ନନ୍ଦୀ, ଶିବାଜୀ ପଟ୍ଟନାୟକ, ସଂଗ୍ରାମୀ ଲକ୍ଷ୍ମଣ ପଟ୍ଟନାୟକ ଇତ୍ୟାଦିଙ୍କୁ ସ୍ମୃତିଅର୍ଘ୍ୟ ପ୍ରଦାନ କରିଛନ୍ତି। ଲେଲିନଙ୍କ ‘ରାଷ୍ଟ୍ର ଓ ବିପ୍ଳବ’ ଗ୍ରନ୍ଥ ତାଙ୍କୁ ବହୁ ଭାବରେ ପ୍ରଭାବିତ କରିଛି। ଯେଉଁଥିପାଇଁ ‘ଲେଲିନ’ ଶୀର୍ଷକ କବିତାରେ ସେ ଲେଖିଛନ୍ତି-

ଯେଉଁଠି ଅଟକିଯାଏ ଗାଡ଼ି ମୋର

‘ରାଷ୍ଟ୍ର ଓ ବିପ୍ଳବ’ ଦିଏ ମୋ ମାର୍ଗ ଫିଟାଇ

ଜୀବନର ଭୁଲଭ୍ରାନ୍ତି

ମୁହୂର୍ତ୍ତକେ ଯାଏ ମୁକ୍ତ ହୋଇ।

Category:

Description

About the Author

ବାଲେଶ୍ୱରସ୍ଥ ଜଳେଶ୍ୱରର ନାମ୍ପୋ ଗ୍ରାମରେ ୧୬ ମାର୍ଚ୍ଚ ୧୯୪୧ରେ ଜନ୍ମିତ ବାଞ୍ଛାନିଧି ମହାନ୍ତି ଜଣେ ପ୍ରଚାରବିମୁଖ ନୀରବ କବି, ଯାହାଙ୍କ କବିତା କୋଟି ହୃଦୟକୁ କରିପାରେ ଆନ୍ଦୋଳିତ। ‘ମୁଦ୍ରା’ ଏହାଙ୍କ ଅନ୍ୟତମ କବିତା ସଂକଳନ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 14 April 2025
  • Language ‏ : ‎ Oriya
  • Print length ‏ : ‎ 104 pages
  • ISBN-10 ‏ : ‎ 164560683X
  • ISBN-13 ‏ : ‎ 978-1645606833
  • Item Weight ‏ : ‎ 132 g
  • Dimensions ‏ : ‎ 13.97 x 0.64 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500

Indian Edition Also available on:

Additional information

book-author

Language

Odia

select-format

Paperback