Availability: In Stock

Muthae Akshyara

Author: Manasi Goswami

150.00

କିଛି ଗଳ୍ପ ପଢ଼ିଲେ ସେ ଗଳ୍ପର କାହାଣୀ ସହ ମଣିଷ ନିଜକୁ ଯୋଡ଼ି ପାରେ । ଲାଗେ, ଗପଟି ସତେ ଯେମିତି ତା’ର ଅଙ୍ଗେ ନିଭାଇଥିବା କଥା ବଖାଣୁଛି । ଅଭିଜ୍ଞତା, ଅନୁଭୂତି ସହ ନିଜସ୍ୱ ବୌଦ୍ଧିକ ବିଚାରକୁ ଯଥୋଚିତ ସ୍ୱୀକୃତି ଦେଇ ସୃଷ୍ଟି କରାଯାଉଥିବା ଗଳ୍ପ ଖୁବ୍ ବାସ୍ତବଧର୍ମୀ ହୋଇଥାଏ । ଏଭଳି ଗପ ମନକୁ ଛୁଏଁ ଏବଂ ଗପଟି ପଢ଼ିସାରିଲା ପରେ ବି ଅନେକ ଦିନ ଧରି ଏହାର ସାରମର୍ମ ହୃଦୟକୁ ଛୁଇଁ ଚାଲିଥାଏ । ବିଦ୍ୟାଳୟ ଶବ୍ଦଟି ଏଭଳି ଏକ ଆଦର ଓ ଆବେଗର ଶବ୍ଦ ଯେ ଏଥି ସହ ସବୁ ବର୍ଗ, ବୟସ, ଜାତି, ଭାଷା ଓ ଶ୍ରେଣୀର ଲୋକେ ହୃଦୟର ସହ ଯୋଡ଼ି ହୋଇଥା’ନ୍ତି । ବିଦ୍ୟାଳୟଟିଏ ଅନେକ କାହାଣୀର ମୂକସାକ୍ଷୀ । ଗୋଟିଏ ପଟେ କୃତିତ୍ୱ, ଖ୍ୟାତି, ପ୍ରଶଂସା ଓ ସମ୍ମାନର ଜୟ ଜୟକାରରେ ଗର୍ବିତ ବିଦ୍ୟାଳୟ, ଅନ୍ୟପଟେ ଅନେକ ଅକୁହା ବେଦନା, କ୍ଷୋଭ, ଅପ୍ରାପ୍ତି, ନିନ୍ଦା ଓ ପରାଜୟର ସଜଳ ଶ୍ଳୋକକୁ ତା’ ହୃଦୟରେ ନୀରବରେ ବହନ କରି ଚାଲିଥାଏ । ଏହି ଅନୁଷ୍ଠାନଟି ସହ ପୁରା ସମାଜ ସହଭାଗୀ । ତେଣୁ ବିଦ୍ୟାଳୟର ଆତ୍ମକଥା, ସାମାଜିକ ଚିନ୍ତା ଓ ଚେତନାର ସମୟୋଚିତ ପ୍ରତିଫଳନ । ନିଜକୁ ଚରିତ୍ର ହିସାବରେ ଗଳ୍ପ ଭିତରେ ରଖି କିଛି ଅଭିଜ୍ଞତା ଓ ଅନୁଭବ ସହିତ ନିଜସ୍ୱ ବୌଦ୍ଧିକ ଚିନ୍ତନ ଶକ୍ତିକୁ ଉପଯୋଗ କରି କାହାଣୀ ଗୁଡ଼ିକୁ ଗଢ଼ି ତୋଳିଛି । ଏଭଳି ଶୈଳୀଟିର ନିଆରା ସ୍ୱଚ୍ଛନ୍ଦତା ରହିଛି । ତେଣୁ ଗଳ୍ପଗୁଡ଼ିକ ପାଠକ/ ପାଠିକାମାନଙ୍କ ପାଇଁ ସୁଖପାଠ୍ୟ ହେବ ବୋଲି ଆଶା କରେ ।

Category:

Description

About the Author

ଡ. ମାନସୀ ଗୋସ୍ୱାମୀ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଏନ୍].ସି.ଇ.ଆର୍].ଟି)ର ପଦାର୍ଥ ବିଜ୍ଞାନ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତା । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ୍ ଡିଗ୍ରୀ ପ୍ରାପ୍ତ କଲା ପରେ ଶିକ୍ଷା ଦାନ ଓ ଗବେଷଣା ସହ ବିଜ୍ଞାନ ଲେଖା ଓ ବିଭିନ୍ନ ଶିକ୍ଷା ସମ୍ବନ୍ଧୀୟ ଲେଖାଲେଖିକୁ ସେ ଆଗ୍ରହର ସହ ଆଦରି ନେଇଛନ୍ତି । ତାଙ୍କର ଜନପ୍ରିୟ ବିଜ୍ଞାନ ଲେଖାକୁ ସ୍ୱିକୃତି ଜଣାଇ ୨୦୧୯ ମସିହାରେ ଭାରତ ସରକାରଙ୍କର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ତରଫରୁ ତାଙ୍କୁ ଜାତୀୟ ପୁରସ୍କାରରେ ଭୂଷିତ କରାଯାଇଅଛି । ଓଡ଼ିଆ ଭାଷାରେ ତାଙ୍କ ଦ୍ୱାରା ଲିଖିତ ଅନେକଗୁଡ଼ିଏ ଉପାଦେୟ ଜନପ୍ରିୟ ବିଜ୍ଞାନ ପୁସ୍ତକ ମଧ୍ୟରେ ‘ପଦେ ଛନ୍ଦେ ପରିବେଶ’, ‘ବିଜ୍ଞାନ ବିଭବ’, ‘ଆଧୁନିକ ବିଜ୍ଞାନ ବିସ୍ମୟ’, ‘ବ୍ରହ୍ମ ନିନାଦ’ ଇତ୍ୟାଦି ଉଲ୍ଲେଖନୀୟ । ଶିକ୍ଷକ ପ୍ରସ୍ତୁତି ଓ ଶିକ୍ଷକ ତାଲିମ ସହ ପେଶାଗତ ଭାବେ ସମ୍ପୃକ୍ତ ଥିବା ପ୍ରଫେସର ମାନସୀ ଗୋସ୍ୱାମୀଙ୍କର ବିଦ୍ୟାଳୟ ଅଭିଜ୍ଞତା ଉପରେ ଆଧାରିତ ଏହି ପୁସ୍ତକଟି ତାଙ୍କର ପ୍ରଥମ ଶିକ୍ଷଣୀୟ ଗଳ୍ପ ସଂକଳନ । ଏହି ବହିଟିରେ, ବିଦ୍ୟାଳୟ ଶିକ୍ଷା ଓ ବିଦ୍ୟାଳୟ ପରିବେଶକୁ ନେଇ ଗଢ଼ି ଉଠିଥିବା ଅତ୍ୟନ୍ତ ମନଛୁଆଁ ଓ ବାସ୍ତବଧର୍ମୀ କ୍ଷୁଦ୍ରଗଳ୍ପଗୁଡ଼ିକ ସବୁବର୍ଗର ପାଠକ/ପାଠିକାମାନଙ୍କ ସ୍ମୃତିରେ ସେମାନଙ୍କର ବିଦ୍ୟାଳୟ ଜୀବନ ଓ ଆଦର୍ଶ ବିଚାରକୁ ପୁନର୍ଜୀବିତ କରିପାରିବ ବୋଲି ଦୃଢ଼ ବିଶ୍ୱାସ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 24 April 2022
  • Language ‏ : ‎ Oriya
  • Print length ‏ : ‎ 102 pages
  • ISBN-10 ‏ : ‎ 1645602443
  • ISBN-13 ‏ : ‎ 978-1645602446
  • Item Weight ‏ : ‎ 141 g
  • Dimensions ‏ : ‎ 13.97 x 0.61 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback