Availability: In Stock

Nayika Nija Darpanare

150.00

ଲୋକପ୍ରିୟ ଫିଚର ସଙ୍କଳନ “ନାୟିକା ନିଜ ଦର୍ପଣରେ” ପୁସ୍ତକରେ ଓଡ଼ିଆ ନାଟକ ଓ ଉପନ୍ୟାସର ଦୃଢ଼ମନା ନାରୀ ଚରିତ୍ରମାନେ ନିଜନିଜ ଅଶ୍ରୁ, ଆବେଗ, ଦମ୍ଭ, ସ୍ୱାଭିମାନ, ଜୀବନ ଦର୍ଶନ ଓ ଆଦର୍ଶର ଭଲକଥା ନିଜ ମୁହଁରେ ଉପସ୍ଥାପନ କରିଛନ୍ତି। ସତେଯେପରି ସେହି ବ୍ୟକ୍ତିତ୍ଵମୟୀ ନାରୀ ଚରିତ୍ରମାନଙ୍କ ମଧ୍ୟରେ ଲେଖିକାଙ୍କର ଆତ୍ମା ପ୍ରବେଶ କରିଛି। ଏହାର ଶୈଳୀ ଓ ବକ୍ତବ୍ୟ ଅନନ୍ୟ। ଆକୃତିରେ କ୍ଷୁଦ୍ର ଅଥଚ ପ୍ରକୃତିରେ ବିରାଟ। ଏହି ଫିଚର ଗୁଡ଼ିକ ପାଠକୀୟ ଆଦୃତି ପାଇବ ବୋଲି ଆମର ଆଶା।

Category:

Description

About the Author

ସଂଘମିତ୍ରା ମିଶ୍ର (୧୯୫୩) ଓଡ଼ିଆ ସାହିତ୍ୟରେ ଏକ ଶ୍ରଦ୍ଧାଶୀଳ ନାମ । ଦୀର୍ଘ ପଚାଶ ବର୍ଷରୁ ଊର୍ଦ୍ଧ୍ୱକାଳ ସେ ସାହିତ୍ୟ ସହିତ ରହିଛନ୍ତି । ସେ ଏକାଧାରରେ କବି, ନାଟ୍ୟକାର, ସମାଲୋଚକ, ପ୍ରାବନ୍ଧିକ, ସ୍ତମ୍ଭକାର, ଜୀବନୀକାର, ଅନୁବାଦକ ଓ ଶିଶୁ ସାହିତ୍ୟ ସ୍ରଷ୍ଟା । ନିଜ ପିତାଙ୍କ ଜୀବନୀ ‘ଇତିହାସର ହଜିଲା ଖିଅ’ ଓ ନିଜର ଆତ୍ମଜୀବନୀ ‘ସଦିଚ୍ଛାର ସହସ୍ରଧାରା’ ପାଇଁ ସେ ଓଡ଼ିଶାର ବୃହତ୍ତର ପାଠକ ମହଲରେ ପରିଚିତା । ‘ଯକ୍ଷପ୍ରଶ୍ନ’ ପାଇଁ ସେ ଦୀର୍ଘସମୟ ଚର୍ଚ୍ଚାରେ ରହିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତରର ଓଡ଼ିଆ ବିଭାଗରେ ଦୀର୍ଘକାଳ ଅଧ୍ୟାପନା ଦାୟିତ୍ୱରେ ରହି ଏବେ ସେ ଅବସରପ୍ରାପ୍ତ । ତାଙ୍କର ଲେଖନୀ ଏବେ ମଧ୍ୟ ଚଳଚଞ୍ଚଳ । ଗୁଣ ଓ ପରିମାଣ ଉଭୟ ଦିଗରୁ ସେ ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଛନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 20 May 2022
  • Language ‏ : ‎ Oriya
  • Print length ‏ : ‎ 86 pages
  • ISBN-10 ‏ : ‎ 1645602788
  • ISBN-13 ‏ : ‎ 978-1645602781
  • Item Weight ‏ : ‎ 118 g
  • Dimensions ‏ : ‎ 13.97 x 0.53 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Additional information

book-author