Availability: In Stock

Neutopia

250.00

ସ୍ୱପ୍ନର ସେ କାଳ୍ପନିକ ରାଜ୍ୟ ‘ନିଉଟୋପିଆ’ । ଯାହା ଇତିହାସ, କଳ୍ପନା ଓ ବାସ୍ତବତାର ଏକାଧିକ ସଂସ୍କରଣ ହେଇ ପୁନର୍ଲିଖିତ ହେଇ ଚାଲିଥିବ ।

ଶଶାନ ଦିରୀ (ଶ୍ମଶାନ ପଥର)ର ପ୍ରତୀକ କାନ୍ଧରେ ପକେଇ ମାଇଲ ମାଇଲ ବାଟ ଚାଲୁଥିବା ସେଇ ଅବୋଧ ଆଦିପୁରୁଷର ବିଶ୍ୱାସ ଓ ତା’ର କାଳକାଳର ପରଂପରା କିପରି ବହିଯାଇଛି କାହାଣୀ ପରେ କାହାଣୀ ହେଇ, ଘନ ଘୋର ଜଙ୍ଗଲରେ ।

ଇତିହାସରେ ସେ କଥା ନାହିଁ । ଯେଉଁକଥା ଓ କାହାଣୀ ପାହାଡ଼, ଜଙ୍ଗଲ ଓ ପରଂପରାର ଲୋକକଥାଗୁଡ଼ିକରେ, ପୁରୁଷ ପୁରୁଷର ଅପାସୋରା ଲୋକଗୀତି ସବୁରେ ଲୁଚି ରହିଛନ୍ତି ସେସବୁ ଇତିହାସରେ କାହିଁ?

‘ନିଉଟୋପିଆର’ ପୁନର୍ଲିଖନ ଅସମ୍ଭବ । ଯେପରି ଅସମ୍ଭବ ଇତିହାସର ପ୍ରତିଷ୍ଠିତ ତଥ୍ୟକୁ କାହାଣୀଗୁଡ଼ିକର ଶାଣୁଆ ତୀରରେ ଚିରି ଦେଇପାରିବା ।

କେତେଶହ ବର୍ଷ ତଳେ ଶଶାନଦିରୀ ପଥରକୁ ପିଠିରେ ବୋହି ନିଜର ମାଲିକାନୀ ହକ୍ ପ୍ରମାଣିତ କରିବାପାଇଁ ଯେଉଁମାନେ ଜଙ୍ଗଲ, ପାହାଡ଼ ଘେରା ନିଜର ଜମି ଉପରୁ ଉଠିଯାଇଥିଲେ କମିଶନରଙ୍କୁ ଭେଟିବାପାଇଁ; ସେମାନେ ରାସ୍ତାସାରା କେବଳ ଗପ କହିଚାଲିଥିଲେ । ସେଇସବୁ ଗପ ଆଜିବି କେଉଁଠିନା କେଉଁଠି ପାହାଡ଼ କି ଜଙ୍ଗଲ କି ନଈ, ନାଳ ଓ ପଥର, ଫୁଲ ଓ ଫଳ, ସାପ ଓ କେର୍]କେଟା ଚଢ଼େଇମାନଙ୍କ ମୁହଁରେ କଥିତ ହେଉଛନ୍ତି ।

ଇତିହାସରେ ‘ନିଉଟୋପିଆ’ର ବର୍ଣ୍ଣନା ନାହିଁ । ଲୋକକଥାରେ ଅଛି । ଆଜି ଇତିହାସ ଖୋଜିଲାବେଳେ ମୁଁ ସେହି ମରିହଜିଯାଇଥିବା ଆଦିପୁରୁଷମାନଙ୍କୁ ମନେ ପକଉଛି ।

ମନେ ପକଉଛି, ଅତୁଲ ସରଦାର ଓ ତାଙ୍କ ପତ୍ନୀଙ୍କୁ, ଯେଉଁ ଦି’ଜଣ ଏଇ ଉପନ୍ୟାସର ପିଞ୍ଜର ଗଢ଼ିଛନ୍ତି । ମନେପକଉଛି, ସେହି ବୋଙ୍ଗାମାନଙ୍କୁ; ଯେଉଁମାନେ ମୋତେ ପ୍ରେରିତ କରିଛନ୍ତି ।

ଜୋହାର..

Category:

Description

About the Author

ସତ୍ୟପ୍ରିୟ ମହାଳିକ (୧୯୬୨) ଅଶି ପରବର୍ତ୍ତୀ କଥା ସାହିତ୍ୟରେ ଏକ ନୂତନ ବିତର୍କ । ଭଦ୍ରକ ଜିଲ୍ଲାର ନଳବାଙ୍କରେ ଜନ୍ମିତ ସତ୍ୟପ୍ରିୟ ବର୍ତ୍ତମାନ କୋହ୍ଲାନ ବିଶ୍ୱବିଦ୍ୟାଳୟ (ଝାଡ଼ଖଣ୍ଡ) ଅଧୀନରେ ଡିନ ଓ ଜାମସେଦପୁର ୱାର୍କର୍ସ କଲେଜର ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରୁଛନ୍ତି । କଥାତନ୍ତ୍ର, ସରିନଥିବା ଏକ ଲୋକକଥା, କୁହୁକ ଦର୍ପଣ, ମିଛ ସହିତ ଏକ ପ୍ରୟୋଗ, ବିସର୍ଜନ ଓ ଅନ୍ୟାନ୍ୟ ଗଳ୍ପ ଇତ୍ୟାଦି କଥାଗ୍ରନ୍ଥ ତଥା ଶୂନ୍ୟକାଳ, କଭର ଷ୍ଟୋରି, ଅପ୍ରାପ୍ତବୟସ୍କ ଇତ୍ୟାଦି ଉପନ୍ୟାସ ସହିତ ବହୁ ସମାଲୋଚନା, ଶିଶୁ ସାହିତ୍ୟ, ସମ୍ପାଦିତ ତଥା ଅନୁବାଦ ପୁସ୍ତକ ରଚନା କରିଛନ୍ତି । ଅପାରମ୍ପରିକ କଥା ସଂରଚନା, ଯାଦୁକରୀ ପ୍ରୟୋଗ ତଥା ତୃଣମୂଳ ସ୍ତରୀୟ କଥ୍ୟ ସଂଯୋଜନା ପାଇଁ ସେ ଚର୍ଚ୍ଚିତ । ସତ୍ୟପ୍ରିୟଙ୍କୁ ଉପନ୍ୟାସ ‘ଶୂନ୍ୟକାଳ’ ପାଇଁ ମିଳିଛି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୧୫) ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 26 May 2023
  • Language ‏ : ‎ Oriya
  • Print length ‏ : ‎ 190 pages
  • ISBN-10 ‏ : ‎ 1645603997
  • ISBN-13 ‏ : ‎ 978-1645603993
  • Item Weight ‏ : ‎ 245 g
  • Dimensions ‏ : ‎ 13.97 x 1.12 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback