Availability: In Stock

Nisabda Ninada

Author: Bharat Behera

150.00

ଏବର ସମୟ ଖଣ୍ଡରେ କବିତାର ପ୍ରଧାନ ଉତ୍ସ ହେଉଛି ମଣିଷ । ସେହି ମଣିଷ ନିତିଦିନ କେତେ କେତେ ସୁଖ ଦୁଃଖ, ହାନିଲାଭ, ବିଷାଦ ବିରହ ଓ ଭୋକକୁ ସାମ୍ନା କରୁଥାଏ । ସେ ଭୋକ ହୋଇପାରେ ଉଦରର, ମାନସିକ ସ୍ତରର, ଜୀବନ ଜିଜ୍ଞାସାର, ସାମାଜିକ, ଆର୍ଥନୀତିକ ଓ ସାଂସ୍କୃତିକ ବିଶ୍ଲେଷଣର । ମଣିଷର ସୁବିଧା ପାଇଁ ଯେଉଁ ଅନୁଷ୍ଠାନ ସମୂହ ଗଢ଼ାଯାଇଛି, ଆବଶ୍ୟକ ବେଳେ ସେ ସଂସ୍ଥା ସହଯୋଗ, ଆନ୍ତରିକତା ଓ ଅନ୍ତରଙ୍ଗତାର ହାତ ପ୍ରସାରଣ କରେ ନାହିଁ । ସୁତରାଂ ବୃହତ୍ତର ଜନଜୀବନ ଅସହାୟ ଓ ଅନିଶ୍ଚିତତା ମଧ୍ୟରେ ଜିଇଁବାକୁ ବାଧ୍ୟ । Micro ଦୃଷ୍ଟିରୁ ସବୁ ଠିକ୍]ଠାକ୍ ଥିଲା ଭଳି ଭ୍ରମସୃଷ୍ଟି ହେଉଥାଏ, କିନ୍ତୁ Micro ଦୃଷ୍ଟିରୁ ନିରୀକ୍ଷଣ କଲେ, ମଣିଷର ଦୁଃଖ, ଦୁର୍ଦ୍ଦଶାର ଅନ୍ତ କାହିଁ? ଦୁଃଖର ଉପତ୍ୟକାରେ ସେ ଏକାଏକା ଉଦାସ ଓ ନିର୍ଲିପ୍ତ । କହିବା ବାହୁଲ୍ୟ, ଜୀବନର ପରିସର ଏତେ ବ୍ୟାପକ ଯେ କବିତା ମାଧ୍ୟମରେ ସେ ସବୁର ଅବତାରଣା ଅସମ୍ଭବ । ଶବ୍ଦ ଯେତେବେଳେ କ୍ଲାନ୍ତ ଓ ନିସ୍ତେଜ ହୋଇଯାଏ, ସେତେବେଳେ ନିଃଶବ୍ଦ, ଜାଗ୍ରତ ହେବା ସଙ୍ଗେସଙ୍ଗେ ସକ୍ରିୟ ହୋଇଥାଏ । ଅନ୍ୟ ଅର୍ଥରେ ଶବ୍ଦର ଯେତିକି ଶକ୍ତି ଅଛି ନିଃଶବ୍ଦର ତା’ଠାରୁ ଅଧିକ ଶକ୍ତି ଅଛି । ଏଠି ବାଗଡ଼ାମ୍ବର ନାହିଁ, ଗଳାଫଟା ଚିତ୍କାର ନାହିଁ, ଅଛି କେବଳ ମୌନ, ନିରବତାର ଭାଷା, ଯାହା ବଡ଼ମଥା ଠାରୁ କୋଟିକୋଟି ମଣିଷର ଅବଚେତନକୁ ଭେଦିଯାଏ । ସେଇଠୁ ଆରମ୍ଭ ହୁଏ ଉପଶମର ରାସ୍ତା । Inter War Period ରେ ଯେତେବେଳେ ମଣିଷ ସମାଜ ଭୟାବହ ବେରୋଜଗାରୀ, ଅତି ସ୍ଫୀତି (hyperinflation), ଚାହିଦା ସଂକୋଚନକୁ ସାମ୍ନା କରୁଥାଏ, ଠିକ୍ ସେତିକିବେଳେ ନିଃଶବ୍ଦ ଶୋଭାଯାତ୍ରାର ଲମ୍ବା ଲମ୍ବାଧାଡ଼ି ବିଶ୍ୱ ମଗଜକୁ ତରଳେଇ ଦେଇଥିଲା । ନିଃଶବ୍ଦତାର ଗର୍ଭ ଜରାୟୁରୁ ଜନ୍ମ ନେଇଥିଲା କେତେକେତେ ନୂଆ ଫର୍ମୁଲା । ସୁତରାଂ, ଶବ୍ଦ, ନିଃଶବ୍ଦ, କୋଳାହଳ ଓ କମନୀୟତା ହେଉଛି ଜଡ଼ତା ବିରୁଦ୍ଧ ଏକ ଆହ୍ୱାନ । ସେହି ଆହ୍ୱାନ ପ୍ରତିକ୍ଷେତ୍ର ପାଇଁ ପ୍ରଯୁଜ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ ।

Category:

Description

About the Author

ଭରତ ବେହେରା (୧୯୫୩ ଜନ୍ମିତ) ମାଟି ଆଉ ମଣିଷର କଥାକୁ ଅତି ସ୍ପଷ୍ଟ ଭାବରେ କହିପାରନ୍ତି । ପରିପାଶ୍ୱର୍କୁ ଚିହ୍ନି ଚିହ୍ନେଇବାରେ ବିଂଶ ଶତାବ୍ଦୀର ଶେଷ ଦୁଇଦଶକର ଯେଉଁ କବିମାନେ ଅଧିକ ଧ୍ୟାନସ୍ଥ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଭରତ ବେହେରା ନିଃଶ୍ଚୟ ଅଲଗା । ଅବିଚାରିତ, ଅବମୂଲ୍ୟାୟିତ, ଶ୍ରମଜୀବୀ, ସାଧାରଣ ଜୀବନ ବଞ୍ଚୁଥିବା, ଫୁଟପାଥର ଛିଣ୍ଡା ଜରିଘେରା ବା ନାଇଟ ସେଲ୍]ଟରରେ ଯାଯାବର ଜୀବନ ଜିଉଁଥିବା ହତଭାଗ୍ୟ ମଣିଷଙ୍କ ବ୍ୟଥାକୁ ସଠିକ୍ ଶବ୍ଦରେ ପର୍ଶି ଦେଇପାରନ୍ତି, ଯାହାକୁ ପଢ଼ିଲେ ଛାତିରୁ କୋହ ଉଠିଆସେ । ସେଇ ବ୍ୟଥା ବେଦନାର ମୁଦ୍ରା କେବେ ସଶବ୍ଦ ତ ଆଉ କେବେ ନିଃଶବ୍ଦ । ସଂପୃକ୍ତ କବିତା ଗ୍ରନ୍ଥ ହେଉଛି ତା’ର ନିଛକ ପ୍ରତିଫଳନ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 10 August 2022
  • Language ‏ : ‎ Oriya
  • Print length ‏ : ‎ 98 pages
  • ISBN-10 ‏ : ‎ 1645603016
  • ISBN-13 ‏ : ‎ 978-1645603016
  • Item Weight ‏ : ‎ 132 g
  • Dimensions ‏ : ‎ 13.97 x 0.58 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

Language

Odia

book-author

select-format

Paperback