Availability: In Stock

Prabandha Suradhunee

450.00

Edited by eminent scholar and researcher Surendra Kumar Maharana, PRABANDHA SURADHUNEE is an anthology of 33 literary essays written over time. Contributors include Biswanath Kar, Sashibhushan Ray, Pandit Gopabandhu Das, Bipin Bihari Ray, Laxmikanta Mahapatra, Ratnakar Pati, Birupaksha Kar, Kalindi Charan Panigrahi, Brajabihari Mohanty, Sarala devi, Raj Kishore Ray, Bamacharan Mitra, Sachidananda Routray, Natabara Samantray, Nabin Kumar Sahoo, Golok Bihari Dhal, Mahapatra Nilamani Sahoo, Chintamani Behera, Kishan Patnaik, Chandrasekhar Rath, Krushnacharan Behera, Manoj Das, Dasarathi Das, Baishnab Charan Samal, Rajakishore Mishra, Pratibha Ray, Surendra Kumar Maharana, Panchanan Mishra, Babaji Charan Patnaik, Bijaya Kumar Satpathy, Basanta Kumar Panda, Indu Mishra and Benudhar Padhi.

Categories: ,

Description

About the Author

ଓଡ଼ିଆ ସାହିତ୍ୟିକଙ୍କ ନାଁ ଉଚ୍ଚାରଣରେ ବାରି ହୋଇ ପଡୁଥିବା ନାଁଟିଏ- ସୁରେନ୍ଦ୍ରକୁମାର ମହାରଣା (ଜନ୍ମ ୧୯୪୭) । ନିରୋଳା ସାହିତ୍ୟ ସମାଲୋଚନାରେ ତାଙ୍କର ଅଭିନିବେଶ । ସାହିତ୍ୟ କେବଳ ନୁହେଁ ଧର୍ମ, ଇତିହାସ ଇତ୍ୟାଦି ସଂସ୍କୃତିର ଅନ୍ୟ କେତୋଟି ବିଭାବ ମଧ୍ୟ ତାଙ୍କ ଗବେଷଣାର କ୍ଷେତ୍ର । ନିଜ ଭାଷା ବ୍ୟତୀତ ଇଂରାଜୀ ଭାଷାରେ ଉଚ୍ଚାରିତ ଓ ନୂଆଦିଲ୍ଲୀରୁ ପ୍ରକାଶିତ Tantric Buddhism ଗ୍ରନ୍ଥଟି ତାଙ୍କୁ ଦେଶବିଦେଶରେ ସୁଖ୍ୟାତି ଆଣିଦେଇଛି ।ବିଂଶାଧିକ ଓଡ଼ିଆ ସମାଲୋଚନା ପୁସ୍ତକ ରଚୟିତା ଡକ୍ଟର ମହାରଣା ‘ଓଡ଼ିଆ ସାହିତ୍ୟର ଇତିହାସ’ ପ୍ରଣୟନରେ ସଫଳ ହସ୍ତସ୍ପର୍ଶର ଦୃଷ୍ଟାନ୍ତ ରଖନ୍ତି । ବହିଟି ବଜାରରେ ମୁହଁ ଦେଖାଏ ୧୯୮୮ରେ । ସେହି ସମୟଠାରୁ ଏପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟିକଙ୍କୁ ବିଚାରନିର୍ଦ୍ଦିଷ୍ଟ ସ୍ଥାନ ଦେବାରେ ଏଇଟି ଏକମାତ୍ର ନିର୍ଭରଯୋଗ୍ୟ ସାହିତ୍ୟର ଇତିହାସ ଭାବରେ ସ୍ୱତନ୍ତ୍ର ସ୍ଥିତି ବହନ କରେ । ଏବେ ସେହି ଧାରାରେ ଏକାଳପର୍ଯ୍ୟନ୍ତ ଅଭିବର୍ଦ୍ଧିତ ଆଲୋଚନାର ନବନ୍ୟାସରେ ବହିଟି ପୁନଃ ପୁନଃ ପ୍ରକାଶିତ । ଡକ୍ଟର ମହାରଣା ପ୍ରାୟ ପଞ୍ଚତିରିଶରୁ ଊର୍ଦ୍ଧ୍ୱ ପୁସ୍ତକର ରଚୟିତା । ସେସବୁ ମଧ୍ୟରୁ ‘ଓଡ଼ିଆ ସାହିତ୍ୟରେ ଧର୍ମଧାରା’, ‘ସାରଳା ସାହିତ୍ୟ ପରିକ୍ରମା’, ‘ସାରଳା ସାହିତ୍ୟ ସଂପର୍କରେ’, ‘ପଞ୍ଚସଖା ଧର୍ମ ଓ ସାହିତ୍ୟ’, ‘ସାହିତ୍ୟର ଡାଳପତ୍ର’, ‘ଚର୍ଯ୍ୟାଗୀତି’, ‘ଓଡ଼ିଶାରେ ବୌଦ୍ଧସଂସ୍କୃତି’ ଇତ୍ୟାଦିର ନାମ ଉଲ୍ଲେଖଯୋଗ୍ୟ । ‘ପ୍ରଫେସର ନବୀନକୁମାର ସାହୁ’ ଜୀବନୀପୁସ୍ତକ ପାଇଁ ସେ ୨୦୧୬ ବର୍ଷର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 10 August 2023
  • Language ‏ : ‎ Oriya
  • Print length ‏ : ‎ 390 pages
  • ISBN-10 ‏ : ‎ 1645604322
  • ISBN-13 ‏ : ‎ 978-1645604327
  • Item Weight ‏ : ‎ 494 g
  • Dimensions ‏ : ‎ 13.97 x 2.21 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback