Availability: In Stock

Prachina Kabya Bitana

600.00

‘ପ୍ରାଚୀନ କାବ୍ୟ ବିତାନ’ ପ୍ରାଚୀନ କାବ୍ୟ-କବିତାଗୁଡ଼ିକୁ ନେଇ ଏକ ଉଚ୍ଚକୋଟୀର କାବ୍ୟ ସଂକଳନ । ଏଥିରେ ପ୍ରାକ୍ ସାରଳା, ସାରଳା, ପଞ୍ଚସଖା ତଥା ମଧ୍ୟଯୁଗର ବିଶିଷ୍ଟ କାବ୍ୟ-କବିତା ସଂଗୃହିତ ହୋଇଛି । ପ୍ରାଚୀନ ଓଡ଼ିଆ ଭାଷା-ସାହିତ୍ୟର ଦୁର୍ଲ୍ଲଭ କାବ୍ୟ-କବିତାଗୁଡ଼ିକୁ ଗୋଟିଏ ସଂକଳନୀ ଭିତରେ ଖୋଜି ପାଇବାର ଏହା ଏକ ଅଭିନବ ପ୍ରୟାସ । ଆଶା କରୁଛୁ, ସଂକଳନସ୍ଥ କାବ୍ୟ-କବିତା ଗୁଡ଼ିକ ଖୁବ୍ ସହଜରେ ପାଠକୀୟ ଆଦୃତିଲାଭ କରିପାରିବ ।

Category:

Description

About the Author

କବିତା, ଗଳ୍ପ ଓ ପ୍ରବନ୍ଧ ରଚନା ସହ ଅନୁବାଦରେ ନିଜର ଦକ୍ଷତା ପ୍ରମାଣିତ କରିଥିବା ଡକ୍ଟର ସଂଘମିତ୍ରା ଭଞ୍ଜ ସଂପ୍ରତି ଓଡ଼ିଶାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗମୁଖ୍ୟ ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି । ତାଙ୍କର ଗଳ୍ପଧୁରୀଣ ସ୍ରଷ୍ଟା ଫକୀରମୋହନ ଏକ ପୁନର୍ମୂଲ୍ୟାୟନ ଓ ହାସ୍ୟଧୁରୀଣ ସ୍ରଷ୍ଟା ଫତୁରାନନ୍ଦଙ୍କ ଶିଳ୍ପୀ ମାନସ କଥା ସାହିତ୍ୟର ଦୁଇ ଉଚ୍ଚାଙ୍ଗ ଗବେଷଣା ଗ୍ରନ୍ଥ । ସେ ଅନୁବାଦ, ସମ୍ପାଦନା, ହିନ୍ଦୀ ଏବଂ ଓଡ଼ିଆ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନାଦି କ୍ଷେତ୍ରରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଶବ୍ଦ ଉତ୍ତରଣ, ଫର୍ଦ୍ଦେ କବିତାରେ ପୃଥିବୀ, ବୋଧିଛାୟା କବିତା ପୁସ୍ତକ ତାଙ୍କ ସର୍ଜନଶୀଳ ପ୍ରତିଭାର ଅମୂଲ୍ୟ ନିଦର୍ଶନ । ମାଧବ କୌଶିକଙ୍କ କାବ୍ୟ ଶୁନୋ ରାଧିକା ଓ ନୀଲମ ସକ୍ସେନା ଚନ୍ଦ୍ରାଙ୍କ ଲିଖିତ କସମ୍ ମଟ୍]ମୈଲେ ମସ୍]ରୁମ୍ କି ତାଙ୍କର ଦୁଇ ସାର୍ଥକ ଅନୂଦିତ କୃତି । ସ୍ରଷ୍ଟା ସୃଷ୍ଟି ଓ ଅନ୍ୟାନ୍ୟ ପ୍ରବନ୍ଧ, ଓଡ଼ିଆ ସାହିତ୍ୟ ପୁରୁଣା ଓ ନୂଆ, ସମାଜ ଦର୍ଶନ ଓ ସାହିତ୍ୟ, ଗୌରହରି ଦାସଙ୍କ ସାରସ୍ୱତ ବଳୟ ପ୍ରଭୃତି ତାଙ୍କର ବହୁଚର୍ଚ୍ଚିତ, ପାଠକାଦୃତ ଏବଂ ପାଣ୍ଡିତ୍ୟପୂର୍ଣ୍ଣ ସମାଲୋଚନା ପୁସ୍ତକ ।

ଦୀପ୍ତିମୟୀ ସାହୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଏବଂ ଏମ୍].ଫିଲ୍ ଡିଗ୍ରୀପ୍ରାପ୍ତ ହୋଇ ବର୍ତ୍ତମାନ ଗବେଷଣା କାର୍ଯ୍ୟ ସହ ତିନିବର୍ଷ ହେଲା ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଅତିଥି ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଛନ୍ତି । ସମାଲୋଚିକା, କବୀ, ଶିଶୁ ଗାଳ୍ପିକା ଭାବରେ ସେ ସୁପରିଚିତା । ମନୀଷୀ ଚନ୍ଦ୍ରଶେଖର ରଥଙ୍କ ପ୍ରବନ୍ଧ ବିବିଧା ତାଙ୍କର ଏକ ଉନ୍ନତ ସମାଲୋଚନା ପୁସ୍ତକ । ଅମୂର୍ତ୍ତ ସ୍ମୃତିପର୍ବ ଚିହ୍ନା ଚିହ୍ନା ଚେନାଏ ଚିତ୍ର ତାଙ୍କ ସମ୍ପାଦନାର ଏକ ନୂତନ ସ୍ୱାକ୍ଷର । ତାଙ୍କର ଜନ୍ମ ଅନୁଗୁଳ ଜିଲ୍ଲା ତାଳଚେର ଅନ୍ତର୍ଗତ ରେଙ୍ଗାଲି ଡ୍ୟାମ୍ ସାଇଟ୍ ନିକଟ ଗେଙ୍ଗୁଟିଆ ଗ୍ରାମରେ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 26 June 2022
  • Language ‏ : ‎ Oriya
  • Print length ‏ : ‎ 566 pages
  • ISBN-10 ‏ : ‎ 1645602885
  • ISBN-13 ‏ : ‎ 978-1645602880
  • Item Weight ‏ : ‎ 708 g
  • Dimensions ‏ : ‎ 13.97 x 3.2 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

,

select-format

Paperback

Language

Odia