Availability: In Stock

Sabumodare Jeebana

250.00

ସତୁରୀ ଅଶି ଦଶକରୁ ଅଦ୍ୟାବଧି ଲେଖାଯାଇଥିବା ପ୍ରମୁଖ ଗାଳ୍ପିକମାନଙ୍କ ଗଳ୍ପରେ ଭିନ୍ନକ୍ଷମତାର ଏକ ସକରାତ୍ମକ ଚିତ୍ର ଆଙ୍କୁଥିବା ଗଳ୍ପଗୁଡ଼ିକ ଚୟନ କରାଯାଇ ଏଥିରେ ସନ୍ନିବେଶିତ କରାଯାଇଛି। ସମୁଦାୟ ଷୋହଳ ଗୋଟି ଗପ ଅକ୍ଷମତାର ଘନକୃଷ୍ଣ ବାଦଲ ଢଙ୍କା ଆକାଶରେ ଝଲକାଏ ବିଜୁଳିର ଚମକ ପରି ନୂଆ ବିଶ୍ୱାସ ସଞ୍ଚାର କରେ। ପ୍ରତିଟି ଗଳ୍ପ ଚରିତ୍ର ଚିତ୍ରଣରେ ସେମାନଙ୍କ ଭିନ୍ନ ସାମର୍ଥ୍ୟର ଏକ ପୃଥକ୍ କାହାଣୀ ଚିତ୍ରାୟିତ କରିଛନ୍ତି। କିଛି ଗପର ଚରିତ୍ର ଶାରୀରିକ ପ୍ରତିବନ୍ଧକତାର ସୀମା ଲଂଘି ପାରିବାପଣର ନିଆରା ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ସେହିପରି ମାନସିକ ସ୍ତରରେ ଅଦୃଶ୍ୟ ଭିନ୍ନକ୍ଷମତା ଭୋଗୁଥିବା ଚରିତ୍ରଗୁଡ଼ିକ ମଧ୍ୟ ପରିଶେଷରେ ସେମାନଙ୍କ ଅଭୀପ୍ସିତ ପୂର୍ଣ୍ଣତା ଦିଗରେ ଅଗ୍ରସର ହୋଇଛନ୍ତି। ସକଳ ବିପର୍ଯ୍ୟୟ ଓ ନିୟତିର କ୍ରୂରତା ବିରୁଦ୍ଧରେ ସେମାନଙ୍କ ଅଣଦେଖା ସଂଘର୍ଷଭରା କାହାଣୀ ଶେଷ ମୋଡରେ ସୁଦ୍ଧା ଜୀବନ ପ୍ରତି ଆସ୍ଥା ଓ ଆଶାବାଦ ସଂଚାର କରାଇଥାଏ। ଏକ ନିସ୍ତରଙ୍ଗ ପ୍ରଲମ୍ବିତ ଶୂନ୍ୟତା ମଧ୍ୟରେ ସେମାନଙ୍କ ଅନୁଚ୍ଚାରିତ ଅର୍ଥପୂର୍ଣ୍ଣ ଉପସ୍ଥିତିକୁ ସୂଚାଇଥାଏ। ଭରସା ଦେଇଥାଏ, ଅପୂର୍ଣ୍ଣତାର ଉହାଡରେ ବି ଉଦୟ ଆକାଶର ଆଭା ତା’ର ବର୍ଣ୍ଣିଳ ରଙ୍ଗ ବୁଣିପାରେ…! ଅକ୍ଷମ ଅବୟବ ମଧ୍ୟରେ କୋଟି କୁଟିକାମଭରା ଏକ ସ୍ପନ୍ଦିତ ସଂବେଦୀ ହୃଦୟର ଅବସ୍ଥାନ ହୋଇପାରେ! କିଛି ନାହିଁ ନାହିଁର ସ୍ୱାଦ ବାଢି ଆସୁଥିବା ଗଡ୍]ଡ଼ଳିକାର ଧାରାରେ ସୁଧି ପାଠକବୃନ୍ଦଙ୍କ ଦୃଷ୍ଟିକୋଣକୁ “ହଁ, କିଛି ଅଛି…’ର ନୂଆ ଆରେଖ ଦେଇପାରେ!

Category:

Description

  • Publisher ‏ : ‎ Black Eagle Books
  • Publication date ‏ : ‎ 3 December 2024
  • Language ‏ : ‎ Oriya
  • Print length ‏ : ‎ 180 pages
  • ISBN-10 ‏ : ‎ 1645606279
  • ISBN-13 ‏ : ‎ 978-1645606277
  • Item Weight ‏ : ‎ 236 g
  • Dimensions ‏ : ‎ 13.97 x 1.04 x 21.59 cm
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

select-format

Paperback

Language

Odia